ETV Bharat / international

କୋରୋନାରେ ଇଟାଲୀ ଅଣାୟତ୍ତ: ଦିନକରେ 602, ମୋଟ ମୃତ୍ୟୁ ରିପୋର୍ଟ 6078 - କରୋନା ଭାଇରସ୍ ନ୍ୟୁଜ

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ ହାର ବୃଦ୍ଧି ପାଇଛି । ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 6078 ରେ ପହଞ୍ଚିଛି । ସୋମବାର ଇଟାଲୀ କୋରୋନା ଭାଇରସରେ 602 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହାସହ ଦେଶର ମୋଟ ସଂକ୍ରମଣ ରିପୋର୍ଟ 63927 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 23, 2020, 11:49 PM IST

ରୋମ: ମହାମାରୀ କୋରୋନା ଭାଇରସରେ ଇଟାଲୀର ଏବେ ଏକ ପ୍ରକାର ମୃତ୍ୟୁ ଉପତ୍ୟକାରେ ପରିଣତ ହୋଇଛି । ହୁ ହୁ ହୋଇ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସୋମବାର କୋରୋନାରେ ଇଟାଲୀରେ ମୃତ୍ୟୁ ସଂଖ୍ୟା 6078 ରେ ପହଞ୍ଚିଛି।

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ ହାର ବୃଦ୍ଧି ପାଇଛି । ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 6078 ରେ ପହଞ୍ଚିଛି । ସୋମବାର ଇଟାଲୀ କୋରୋନା ଭାଇରସରେ 602 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହାସହ ଦେଶର ମୋଟ ସଂକ୍ରମଣ ରିପୋର୍ଟ 63927 ରେ ପହଞ୍ଚିଛି ।

ଇଟାଲୀର ନାଗରିକ ସୁରକ୍ଷା ସେବା ମୁଖ୍ୟ ଆଞ୍ଜେଲୋ ବୋରେଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ରବିବାର ଘୋଷଣା ହୋଇଥିବା ରିପୋର୍ଟ ଶନିବାର ତୁଳନାରେ କମ୍ ରହିଛି ।

କ୍ରମାଗତ ଭାବରେ ଦ୍ବିତୀୟ ଦିନ ପାଇଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି, ଶନିବାର ଦିନ ମୃତ୍ୟୁ ସଂଖ୍ୟା 793 ରହିଥିଲା । ରବିବାର ଇଟାଲୀରେ 651 ଜଣ ପ୍ରାଣ ହରାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, କୋରୋନାରେ ଇଟାଲୀରେ 63927 ସଂକ୍ରମଣ ରିପୋର୍ଟ ରହିଥିବା ବେଳେ, ମୃତ୍ୟୁ ସଂଖ୍ୟା 6078 ରହିଛି । ସେହପରି 7432 କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ସେହପରି ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 368853 ରେ ପହଞ୍ଚିଛି । 16307 ମୃତ୍ୟୁ ରିପୋର୍ଟ ରହିଛି । ଅନ୍ୟପଟେ 101069 ଜଣ କୋରୋନା କବଳରୁ ଆରୋଗ୍ୟ ହୋଇ ଫେରିଛନ୍ତି ।

@ANIଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.