ହାଇଦ୍ରାବାଦ: ବ୍ରିଟେନରେ 2016 ଜନମତ ସଂଗ୍ରହ ପରେ ବ୍ରେଗଜିଟର ଭବିଷ୍ୟତକୁ ନେଇ ଦ୍ବନ୍ଦରେ ଥିଲେ ଭୋଟର । ଏଥିପାଇଁ ସେମାନେ ବୋରିସ ଜନସନଙ୍କୁ ଚୟନ କରିଛନ୍ତି । ଜନସନ ଜାନୁଆରୀ ଶେଷ ସୁଦ୍ଧା ୟୁରୋପୀୟ ୟୁନିୟନକୁ ଛାଡିବାର ପ୍ରତିଶୃତି ଦେଇଥିଲେ । ଜନସନ 14ଟି ନୂଆ ହସ୍ପିଟାଲ ନିର୍ମାଣ, 20 ହଜାର ନୂଆ ନିଯୁକ୍ତି ଭଳି ପ୍ରତିଶୃତି ଦେଇଥିଲେ ମଧ୍ୟ ଜନସାଧାରଣ କିନ୍ତୁ 'ଗେଟ୍ ବ୍ରେଗଜିଟ ଡନ'ର ନାରାକୁ ଅଧିକ ପସନ୍ଦ କରିଥିଲେ । 650 ସଦସ୍ୟ ବିଶିଷ୍ଟ କଞ୍ଜରଭେଟିଭି ପାର୍ଟି ପାଖରେ 365 ଆସନର ବହୁମତ ରହିଛି ।
ମୁଖ୍ୟ ବିପକ୍ଷ ଦଳ ଲେବର ପାର୍ଟିକୁ ଏହି ନିର୍ବାଚନରେ ବଡ କ୍ଷତି ସହିବାକୁ ପଡିଛି । ଗତ ଦଶକରେ ଅଧାରୁ ଅଧିକ ସମୟ ଧରି ଜେରେମି କୋରବିନ ପାର୍ଟିର ସବୁଠୁ ଲୋକପ୍ରିୟ ନେତା ରହି ଆସିଛନ୍ତି । ସେ କେବଳ ପାର୍ଟିର ଶୀର୍ଷ ନେତୃତ୍ବରେ ନିଜର ସ୍ଥାନ ଅକ୍ତିଆର କରି ନାହାନ୍ତ ବରଂ ନିଜର ବାମପନ୍ଥୀ ନୀତି କାରଣରୁ ପାର୍ଟିର ସମର୍ଥକଙ୍କ ମଧ୍ୟରେ ନିଜର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ତାଙ୍କର ଫ୍ରି ମାର୍କେଟିଂକୁ ଟାର୍ଗେଟ, ସାର୍ବଜନୀନ ଓ ପ୍ରାଇଭେଟ ସେବାକୁ ନିଜ ଅଧିନକୁ ଆଣିବା, ସାମ୍ୟବାଦର ବିରୋଧ କରିବା, ଆମେରିକା ବିରେଧୀ ଓ ଋଷ ବିରୋଧୀ ବିଚାରଧାରା ତାଙ୍କୁ ଏକବିଂଶ ଶତାବ୍ଦିରେ ସଫଳତା ଦେଇ ପାରିଲା ନାହିଁ । ଦୁନିଆ ଆଗକୁ ବଢି ଚାଲିଥିବା ବେଳେ ସେ ଶୀତଳଯୁଦ୍ଧ ସମୟକୁ ମନେ ପକାଉଥିଲେ ।
ଲେବର ପାର୍ଟିକୁ 203ରେ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହା ଗତ ଥର ନିର୍ବାଚନଠାରୁ 59 ସିଟ କମ ରହିଛି । ବ୍ରକ୍ଟେଜ ଉପରେ ଜେରେମି କୋରବିନ ସ୍ପଷ୍ଟ ମତ ନଥିବାରୁ ତାଙ୍କୁ ପରାଜୟର ସମ୍ନା କରିବାକକୁ ପଡିଛି । ଏହି ମାମଲାରେ ସେ ସବୁବେଳେ ତଟସ୍ତ ରହିଆସିଥିବା ବେଳେ ଏବେ କିନ୍ତୁ ବ୍ରେଗଜିଟ ଉପରେ ଆଉଥିରେ ଜନମତ ସଂଗ୍ରହ କରିବାକୁ କଥା ଉଠାଇଛନ୍ତି । ସେ ଏହି କଥା ବୁଝିବାରେ ଅସମର୍ଥ ଅଛନ୍ତି ଯେ ଲେବର ପାର୍ଟିର ସମର୍ଥକ ହିଁ ବ୍ରେକ୍ଜିଟ ଆନ୍ଦୋଳନରେ ସବୁଠୁ ଆଗରେ ଥିଲେ । ୟୁରୋପୀୟ ୟୁନିୟନରେ ସାମିଲ ପୂର୍ବ ସଙ୍ଘୀୟ ଋଷ ଦେଶରୁ ଆସୁଥିବା ନାଗରିକଙ୍କ କାରଣରୁ ବ୍ରିଟେନର ଗୋରା ପୁରୁଷଙ୍କୁ ଚାରିରୀ ହରାଇବାକୁ ପଡିଥିଲା । ଏହି କାରଣରୁ ସେମାନେ ବ୍ରେକ୍ଟିଜର ସମର୍ଥନ କରୁଥିଲେ । ହେଲେ ଲେବର ପାର୍ଟି ଏହି ବିଷୟ ଉପରେ ଅବଗତ ନଥିଲା । ଲେବର ପାର୍ଟିର ଏହି ଲେବର ନୀତି ଯୋଗୁଁ ସମର୍ଥକମାନେ ପ୍ରତ୍ୟାକ୍ଷାନ କରିଛନ୍ତି । ଏହା ଜନସନଙ୍କ ପାଇଁ ବିଜୟ ଥିଲା ।
ଅନ୍ୟପକ୍ଷେ ନିର୍ବାଚନ ରେଜଲ୍ଟରେ ସବୁଠୁ ଆଶ୍ଚର୍ଯ୍ୟଜନକ ରହିଛି ସ୍କଟଲ୍ୟାଣ୍ଡରେ । ଏଠାରେ ସ୍କଟିସ ନ୍ୟାସନାଲ ପାର୍ଟି ନିଜର ନେତା ନିକୋଲା ଷ୍ଟୁଜନଙ୍କ ନେତୃତ୍ବରେ 48 ଆସନ ଜିତିଛି । ଏହା ଗତ ଥରଠାରୁ 13 ସିଟ ଅଧିକ ରହିଛି । ଏବେ ସ୍କଟଲ୍ୟାଣ୍ଡ ବ୍ରିଟେନରେ ରହିବ କି ନାହିଁ ଏ ନେଇ ଆଉ ଏକ ଜନମତ ସଂଗ୍ରହ କରିବାର ଦାବି ଜୋର ଧରିଛି । ଷ୍ଟୁଜନ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ଏହା ଦ୍ବିତୀୟ ଜନମତ ସଂଗ୍ରହ ଆଡକୁ ଇଙ୍ଗିତ କରୁଛି । 2016 ନିର୍ବାଚନରେ ସ୍କଟଲ୍ୟାଣ୍ଡ ବ୍ରିଟେନରେ ରହିବା ନେଇ ମତ ଦେଇଥିଲା । ଜାନୁଆରୀରେ ଯଦି ବ୍ରିଟେନ ୟୁରୋପୀୟ ଇୟୁନିୟନରୁ ଅଲଗା ହେବ ତେବେ ଏହା ସ୍କଟଲ୍ୟାଣ୍ଡ ପାଇଁ ବଡ କଠିନ ହେବ । ସ୍କଟଲ୍ୟାଣ୍ଡର ସ୍ବାଧିନତା ନେଇ ଉଠୁଥିବା ସ୍ବରକୁ ବୋଧହୁଏ ଜନସନ ବାରି ପାରିଛନ୍ତି । ସେଥିପାଇଁ ସେ 'ଏକ ବ୍ରିଟେନ' ଗଠନର ଲକ୍ଷ ରଖିଛନ୍ତି । ହେଲେ 31 ଜାନୁଆରୀ ୟୁରୋପୀୟ ସଙ୍ଘରୁ ଅଲଗା ହେବା ପରେ ବ୍ରିଟେନ ପାଇଁ ଏହା ସହଜ ହେବ ନାହିଁ ।
27 ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଙ୍ଘଠୁ ଅଲଗା ହେବା ପରେ ବ୍ରିଟେନକୁ ଏକ ଉତ୍ତମ ବାଣିଜ୍ୟ ଚୁକ୍ତି ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ବ୍ରେଗଜିଟକୁ ନେଇ ଚାଲିଥିବା ଅସ୍ଥିରତା ବ୍ରିଟେନର ବାଣିଜ୍ୟ ଓ ଉଦ୍ୟୋଗ ଜଗତରେ ହଲଚଲ ସୃଷ୍ଟି କରିପାରେ । ଜନସନ ନିଜ ପୁରୁଣା ଅନ୍ଦାଜରେ କାମ କରିପାରିବେ ନାହିଁ ବୋଲି ଏହା ସ୍ପଷ୍ଟ । ଆଗାମୀ ଦିନରେ ଆମେରିକା, ଭାରତ ଓ ୟୁରୋପୀୟ ସଙ୍ଘ ସହ ଉତ୍ତମ ସମ୍ବନ୍ଧ ପାଇଁ ଜନସନଙ୍କୁ ଅନ୍ୟଦଳର ସହଯୋଗରେ କାର୍ଯ୍ୟ କରିବା ପାଇଁ ବିଶ୍ବାସ ଜନ୍ମାଇବାକୁ ପଡିବ ।