ETV Bharat / international

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରହସ୍ୟରେ ଭରା ଗ୍ରୀସର ସ୍ବର୍ଗ ‘ସାଣ୍ଟୋରିନୀ’ - ଅଜଣା କଥା

ଏଜିଅନ ସମୂଦ୍ରର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀଟି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘରଗୁଡିକର ନିର୍ମାଣ ଶୈଳୀ ପାଇଁ ପରିଚିତ । ଏହି ସ୍ଥାନର ପ୍ରତିଟି ଗଳିକନ୍ଦି କୁହେ କିଛି ନିଆରା କାହାଣୀ । ସାଧାରଣରେ ଗାଡି ମୋଟରରେ ଯିବା ଆସିବା ପସନ୍ଦ କରୁଥିବା ଲୋକେ ମଧ୍ୟ ସାଣ୍ଟୋରିନୀର ଗଳିରେ ଚାଲି ଚାଲି ବୁଲିବା ପସନ୍ଦ କରନ୍ତି । ଅଧିକ ପଢନ୍ତୁ...

greece tourism, santorini island, unknown fact, unknown fact on santorini, ଗ୍ରୀସ ପର୍ଯ୍ୟଟନ, ସାଣ୍ଟୋରିନୀ ଦ୍ବୀପ, ଅଜଣା କଥା, ସାଣ୍ଟୋରିନୀକୁ ନେଇ ଅଜଣା କଥା
ଫଟୋ ସୌଜନ୍ୟ @www.worldtravelguide.net
author img

By

Published : Sep 13, 2020, 1:14 PM IST

Updated : Sep 13, 2020, 1:38 PM IST

ବିଶ୍ବର 195 ଦେଶର ଭିନ୍ନ ପରମ୍ପରା ଓ ଐତିହ୍ୟ ଦ୍ବାରା ପରସ୍ପର ସହ ଜଡିତ । କାହାର କଳା ଐତିହ୍ୟ ଏହାକୁ ବିଶ୍ବ ଦରବାରରେ ପରିଚିତ କରାଇଛି ତ ଆଉ କାହାର ଇତିହାସ ଏହାକୁ ବଳିଷ୍ଠ ପରିଚୟ ପ୍ରଦାନ କରିଛି । ତେବେ ବିଶ୍ବ କୋଣ ଅନୁକୋଣରେ ଏମିତି ଖୁବ ଲୋକେ ଥିବେ ଯିଏ ବୁଲିବା ପସନ୍ଦ କରୁନଥିବେ । ଏମିତିରେ ଆଜି ଆମେ ନେଇ ଆସିଛୁ ଏକ ଏପରି ଠିକଣା ଯାହା ବିଶ୍ବର ଶ୍ରେଷ୍ଠ 40 ଦର୍ଶନୀୟ ସ୍ଥାନ ମଧ୍ୟରେ ନିଜ ସ୍ଥାନ ପକ୍କା କରିସାରିଛି । ଏ ହେଉଛି ଗ୍ରୀସର ସାଣ୍ଟୋରିନୀ । ଗ୍ରୀସରେ ଏହି ସ୍ଥାନଟି ଥେରା ନାମରେ ବେଶ ପରିଚିତ । ଯଦି ଆପଣ କେବେ ଗ୍ରୀସ ଯିବାର ଯୋଜନା କରନ୍ତି, ତେବେ ଏହି ସ୍ଥାନଟିକୁ ଯିବାକୁ ଭୁଲନ୍ତୁ ନାହିଁ ।

ଏଜିଅନ ସମୂଦ୍ରର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀଟି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘରଗୁଡିକର ନିର୍ମାଣ ଶୈଳୀ ପାଇଁ ପରିଚିତ । ଏହି ସ୍ଥାନର ପ୍ରତିଟି ଗଳିକନ୍ଦି କୁହେ କିଛି ନିଆରା କାହାଣୀ । ସାଧାରଣରେ ଗାଡି ମୋଟରରେ ଯିବା ଆସିବା ପସନ୍ଦ କରୁଥିବା ଲୋକେ ମଧ୍ୟ ସାଣ୍ଟୋରିନୀର ଗଳିରେ ଚାଲି ଚାଲି ବୁଲିବା ପସନ୍ଦ କରନ୍ତି । କାରଣ ହେଉଛି ଏଠାରେ ସୂର୍ଯ୍ୟସ୍ତ ସମୟରେ ଦେଖାଯାଉଥିବା ଚିତ୍ତକର୍ଷକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗଳିକନ୍ଦିରେ ସାଧାରଣ ଜୀବନଯାପନ ଶୈଳୀ । ତେବେ ଭୋଲକାନୋ ଲ୍ୟାଣ୍ଡ ଭାବେ ମଧ୍ୟ ଏହି ସ୍ଥାନଟି ଖୁବ ପ୍ରସିଦ୍ଧି ହାସଲ କରିଛି ।

ଏହି ପର୍ଯ୍ୟଟନସ୍ଥଳରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ଦେଖିବା ପାଇଁ ରହିଛି ଦୁଇଟି ମୁଖ୍ୟ ସ୍ଥାନ । ସେ ହେଉଛି ଫିରା ଓ ଓଇଆ । ପ୍ରତିଟି ମୁହୂର୍ତ୍ତରେ ଏହି ଦ୍ବୀପ ଫଟୋଗ୍ରାଫି ପ୍ରେମୀଙ୍କୁ ଦେଇଥାଏ ନୂଆ ଅନୁଭୂତି । ଏହି ସ୍ଥାନଟି ଦେଖିବାକୁ ଯେତିକି ସୁନ୍ଦର, ଏହାକୁ ନେଇ ଗୁଜବ ମଧ୍ୟ ସେତେ ଅଧିକ। ଅନେକ ବିଶ୍ବାସ କରନ୍ତି କି, ଏହା ପ୍ରାଚୀନ ଆଟଲାଣ୍ଟିକର ଏକ ଅଂଶ । ସେପଟେ ଆଉ କେତେକ ବିଶ୍ବାସ କରନ୍ତି କି ଏହାର ସ୍ଥାପତ୍ୟରେ ପରିବର୍ତ୍ତନ ଇତିହାସରେ ଅନେକ ବୈଜ୍ଞାନିକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ଆସନ୍ତୁ ଜାଣିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନର କିଛି ଅଜଣା କଥା:

  • ଏହି ଦ୍ବୀପରେ ନାଗରିକଙ୍କ ଅପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ । ଏଠାରେ ପ୍ରାୟ 15 ହଜାର 500 ବାସିନ୍ଦା ରହୁଥିବା ବେଳେ ପ୍ରତି ବର୍ଷ ଏଠାକୁ ପ୍ରାୟ 2 ମିଲିୟନ ପର୍ଯ୍ୟଟକ ବୁଲି ଆସିଥାଆନ୍ତି ।
  • ଏଠାରେ ଘର ଅପେକ୍ଷା ଚର୍ଚ୍ଚ ସଂଖ୍ୟା ଅଧିକ । ଏହି ଚର୍ଚ୍ଚମାନଙ୍କ ମଧ୍ୟରେ ଅଧିକାଂଶ ଆକାରରେ ଛୋଟ ଓ ଘରୋଇ ଚର୍ଚ୍ଚ ରହିଛି ।
  • ଏହି ଦ୍ବୀପରେ ବର୍ଷାର ପରିମାଣ ଖୁବ କମ୍‌ । ତେଣୁ ଏଠାରେ ଲୋକେ ପାଣି ଅପେକ୍ଷା ୱାଇନ ଅଧିକ ମାତ୍ରାରେ ଗ୍ରହଣ କରିଥାଆନ୍ତି ।
  • ସାରା ବିଶ୍ବରେ ବର୍ତ୍ତମାନ ଏକମାତ୍ର କାଲଡେରା ରହିଛି । ଯାହା ସାଣ୍ଟୋରିନୀରେ ଅବସ୍ଥିତ । ତେବେ କାଲଡେରା ହେଉଛି ଏକ ଜଳାଶୟ ଯାହା ଭୋଲକାନୋ ସୃଷ୍ଟି ହୋଇଥିବା ସ୍ଥାନରେ ଗଚ୍ଛିତ ହୋଇ ରହିଛି । କେବଳ ସେତିକି ନୁହେଁ, ସାଣ୍ଟୋରିନୀରେ ଥିବା କାଲଡେରାରେ ଅନେକ ଗୁମ୍ଫା ଘର ଓ କାରୁକାର୍ଯ୍ୟ ଆଜି ବି ସୁରକ୍ଷିତ ରହିଛି ।
  • ସାଣ୍ଟୋରିନୀରେ ଆପଣଙ୍କୁ ପ୍ରାୟ 100ରୁ ଉର୍ଦ୍ଧ୍ବ ପ୍ରକାରର ଅଙ୍ଗୁର ମିଳିଥାଏ ।
  • 1960 ପର୍ଯ୍ୟନ୍ତ ଏହି ଦ୍ବୀପରେ ବିଜୁଳି ବ୍ୟବସ୍ଥା ରହିନଥିଲା । ସେ ପର୍ଯ୍ୟନ୍ତ ଏଠାରେ କେବଳ ଗଧ ଓ ମତ୍ସଜୀବୀମାନେ ବସବାସ କରୁଥିଲେ ।
  • ଏହି ଦ୍ବୀପର ସୁନ୍ଦରତା ଅନେକ ବଡ ବଡ କଳକାରଙ୍କୁ ଘରର ସୁଖ ଦେଇଛି । ସେଥିମଧ୍ୟରେ ରହିଛନ୍ତି ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଓ ଅଭିନେତା ବ୍ରାଡ ପିଟ୍‌ । ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦୁହେଁ ଏହି ଦ୍ବୀପରେ ଆସି ସମୟ ବିତାନ୍ତି । ଏଥିପାଇଁ ଉଭୟେ ଏହି ଦ୍ବୀପକୁ ଘର ବୋଲି ମଧ୍ୟ କୁହନ୍ତି ।
  • ସାଇକ୍ଲେଡର ସବୁଠାରୁ ଦକ୍ଷିଣାଞ୍ଚଳରେ ରହିଥିବା ଦ୍ବୀପ ହେଉଛି ସାଣ୍ଟୋରିନୀ । ଏହାପରେ ଦକ୍ଷିଣ ଦିଗରେ ଅନ୍ୟ କୌଣସି ଦ୍ବୀପର ଅବସ୍ଥିତି ରହିନାହିଁ ।
  • ଏହି ଦ୍ବୀପରେ ଘରଗୁଡିକୁ ଏକ ନିର୍ଦ୍ଦିଷ୍ଟ ଆକାରରେ ନିର୍ମାଣ କରାଯାଇଥାଏ । ରଙ୍ଗ ମଧ୍ୟ ସମାନ ରହିଥାଏ । ସେ ହେଉଛି ବର୍ଗାକୃତିର ଧଳା ଘର । ଏଥିରେ ଗ୍ରୀକ ସ୍ଥାପତ୍ୟର ମଧ୍ୟ ଏକ ନିଚ୍ଛକ ପ୍ରତିଛବି କହିଲେ କିଛି ଭୁଲ ହେବ ନାହିଁ । ତେବେ 1956ର ଭୂକମ୍ପରେ ଅନେକ ଘର ନଷ୍ଟ ହୋଇଥିବା ବିଶ୍ବାସ ରହିଛି ।
  • ଅନେକ ଲୋକଙ୍କର ବିଶ୍ବାସ ରହିଛି କି ଆଟଲାଣ୍ଟିସର ଉହ୍ୟ ଦ୍ବୀପ ଏହି ସାଣ୍ଟୋରିନୀର ନିକଟରେ ଅବସ୍ଥିତ ।
  • ସମଗ୍ର ଦ୍ବୀପଟି ଏକ ଭୋଲକାନିକ ଶିଳାରେ ଉପରେ ଅବସ୍ଥିତ ।
  • ଏଠାରେ ଅନେକ ଗୁପ୍ତ ଉର୍ଷ୍ଣ ପ୍ରସବଣ ମଧ୍ୟ ରହିଛି ।

Last Updated : Sep 13, 2020, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.