ETV Bharat / international

ଥମୁନି ସଙ୍କଟ, ଜର୍ମାନୀରେ ବଢୁଛନ୍ତି କୋରୋନା ଆକ୍ରାନ୍ତ

author img

By

Published : May 21, 2020, 7:42 PM IST

କୋଭିଡ 19 ଦ୍ବାରା ଗଭୀର ଭାବେ ପ୍ରଭାବିତ ଜର୍ମାନୀରେ ଗୁରୁବାର 1542ଟି ମାମଲା ବାହାରିଛି । ଏବେ ସୁଦ୍ଧା ମୋଟ 1 ଲକ୍ଷ 79 ହଜାର ଉପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଥମୁନି ସଙ୍କଟ, ଜର୍ମାନୀରେ ବଢୁଛନ୍ତି କୋରୋନା ଆକ୍ରାନ୍ତ
ଥମୁନି ସଙ୍କଟ, ଜର୍ମାନୀରେ ବଢୁଛନ୍ତି କୋରୋନା ଆକ୍ରାନ୍ତ

ବର୍ଲିନ: ୟୁରୋପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଥିଲେ ମଧ୍ୟ ଅନେକ ଦେଶରେ ଏବେ ବି ନୂଆ ମାମଲା ବାହାରୁଛନ୍ତି । ପରିସ୍ଥିତି ସୁଧୁରୁଥିବା ଦେଖି ଅନେକ ଦେଶ ଲକଡାଉନ କୋହଳ କରିଛନ୍ତି । ହେଲେ କୋରୋନା ପଜିଟିଭ କମିବାର ନାମ ନେଉନି ।

କୋଭିଡ 19 ଦ୍ବାରା ଗଭୀର ଭାବେ ପ୍ରଭାବିତ ଜର୍ମାନୀରେ ଗୁରୁବାର 1542ଟି କେସ ବାହାରିଛି । ସମସ୍ତଙ୍କ ରିପୋର୍ଟ ପଜିଟିଭ ଥିବାବେଳେ ଏମାନେ ନୂଆ ଆକ୍ରାନ୍ତ ବୋଲି ରୋବର୍ଟ କୋଚ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପାଖାପାଖି ପହଞ୍ଚିଛି ।

ଖବର ଅନୁସାରେ ଏବେ ସୁଦ୍ଧା ଜର୍ମାନୀରେ 1 ଲକ୍ଷ 79 ହଜାର ଉପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟାରେ 139 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା 8270 ରହିଛି । ସେହିପରି ଦେଶରେ ଏବେ ଯାଏଁ 1 ଲକ୍ଷ 57 ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.