ବର୍ଲିନ: କୋରୋନା ସଂକ୍ରମଣ ଆଶଙ୍କାରେ କ୍ବାରେଣ୍ଟାଇନରେ ରହିଲେ ଜର୍ମାନୀର ଚାନ୍ସଲେର । ବିଶ୍ବର ଅଧିକାଂଶ ସହରରେ ଆତଙ୍କ ସୃଷ୍ଟି କଲାଣି କୋରୋନା ଭାଇରସ । ଯାହାର ଭୟାଭୟତାରୁ ବଡବଡ ହସ୍ତୀମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । ତେବେ ଜର୍ମାନୀର ଚାନ୍ସଲେର ଏଞ୍ଜେଲା ମର୍କେଲଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିଛି ।
ଯଦିଓ ମର୍କେଲଙ୍କ ପରୀକ୍ଷା ହେବାକୁ ଥିବାବେଳେ ରିପୋର୍ଟ ଆସିବା ପରେ ଜଣାପଡିବ ସେ କୋଭିଡ-19 ସଂକ୍ରମିତ ହୋଇଛନ୍ତି କି ନାହିଁ । ଏପଟେ ଜର୍ମାନୀରେ କୋରୋନା ମୃତ୍ୟୁ ସଂଖ୍ୟା 93କୁ ଛୁଇଁ ସାରିଲାଣି ।
ସୂଚାନୁସାରେ, ଏଞ୍ଜେଲାଙ୍କୁ କିଛିଦିନ ପୂର୍ବରୁ ଜଣେ ଡାକ୍ତର ନ୍ୟୁମୋକୋଲ ସଂକ୍ରମିତରୁ ବଞ୍ଚିବା ପାଇଁ ତାଙ୍କୁ ପ୍ରତିଷେଧକ ଦେଇଥିଲେ । ସେହି ଡାକ୍ତର ଜଣକଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି ।
ତେବେ ଏହି ରିପୋର୍ଟ ବାବଦରେ ମର୍କେଲଙ୍କୁ ସୂଚନା ମିଳିବା ପରେ ସେ ନିଜକୁ ସଙ୍ଗରୋଧ କରିଛନ୍ତି । ଏହି ସମୟରେ ସେ ଘରେ ରହି କାମ କରିବେ ।