ବର୍ଲିନ: ଜାତିଆଣ ବିଭେଦ ବିରୋଧରେ ଜର୍ମାନୀରେ ବିକ୍ଷୋଭ ପ୍ରଦର୍ଶନ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ଶୃଙ୍ଖଳ କରି ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏହା ଦ୍ବାରା ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରହୁଛି । ରବିବାର ଦିନ ଜର୍ମାନୀର ଅନେକ ସହରରେ ଜାତିଭେଦ ବିରୋଧୀରେ ପ୍ରତିବାଦ କରାଯାଇଥିଲା । ଜର୍ମାନୀର ରାଜଧାନୀରେ ଉନ୍ଟିଲବାର ନାମକ ଏକ ଗୋଷ୍ଠୀ ଯେଉଁଥିରେ ପାଖାପାଖି 8 ହଜାର ଲୋକେ ପ୍ରଦର୍ଶନ କରିଥିଲେ ବୋଲି ପୋଲିସର ଆକଳନରୁ ଜଣାପଡିଛି ।
COVID-19 ବ୍ୟାପିବାର ଆଶଙ୍କା କମ କରିବାକୁ ବିକ୍ଷୋଭକାରୀମାନେ ବ୍ରାଣ୍ଡେବର୍ଗ ଗେଟ୍ ଠାରୁ ବହୁ ସଂସ୍କୃତିର ଜିଲ୍ଲା ନିଉକୋଲନର ପର୍ଯ୍ୟନ୍ତ 9 କିଲୋମିଟର ଲମ୍ବା ମାନବ ଶୃଙ୍ଖଳା ଗଠନ କରିଥିଲେ । ପ୍ରଦର୍ଶନକାରୀ ମୁହଁରେ ମାସ୍କ ପିନ୍ଧିବା ସହିତ କିପରି ପରସ୍ପର ଠାରୁ ସମ୍ପର୍କରେ ନ ଆସନ୍ତି ସେନେଇ ନିଜକୁ ରିବନ ସହିତ ସଂଯୋଗ କରି ଶୃଙ୍ଖଳା ଗଠନ କରିଥିଲେ । ଆନ୍ଦୋଳନ ବେଳେ ପ୍ରଦର୍ଶନକାରୀମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରିଥିବାରୁସହରର ପୋଲିସ ସେମାନଙ୍କୁ ପ୍ରଶଂସା କରିଥିଲେ।
ଗତ ସପ୍ତାହରେ ପ୍ରାୟ 15,000 ଆକ୍ଟିଭ ସାମାଜିକ ଦୂରତା ପଦକ୍ଷେପ ନ ଦେଖି କେନ୍ଦ୍ରୀୟ ବର୍ଲିନର ଏକ ବୃହତ ଛକ ଆଲେକ୍ସଜାଣ୍ଡାର୍ ପ୍ଲାଟ୍ସରେ ଏକାଠି ହୋଇଥିଲେ। ପୋଲିସ ହେପାଜତରେ ଆଫ୍ରିକୀୟ-ଆମେରିକା କୃଷ୍ଣକାୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର ଜଣେ ପୋଲିସଙ୍କ ଆଣ୍ଠୁ ତଳେ 8 ମିନିଟ ଚାପି ରହିବା ପରେ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁବରଣ କରିଥିଲେ। ମେ 25ରୁ ନେଇ ସାରା ବିଶ୍ବରେ ଜାତିଆଣ ବିଭେଦ ବିକ୍ଷୋଭ କରାଯାଉଛି ।
@IANS