ETV Bharat / international

Russia-Ukraine War: ୟୁକ୍ରେନ ସମର୍ଥନରେ ଝଲସିଲା ବିଶ୍ବପ୍ରସିଦ୍ଧ ସ୍ମାରକୀ - ୟୁକ୍ରେନ ସମର୍ଥନରେ ଝଲସିଲା ବିଶ୍ବପ୍ରସିଦ୍ଧ ସ୍ମାରକୀ

ୟୁକ୍ରେନ ସମର୍ଥନରେ ଝଲସିଲା ବିଶ୍ବପ୍ରସିଦ୍ଧ ସ୍ମାରକୀ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ବିଭିନ୍ନ ରାଷ୍ଟ୍ର ନିଜର ପ୍ରସିଦ୍ଧ ସ୍ମାରକୀଗୁଡିକୁ ଏହି ଦେଶର ଜାତୀୟ ପତାକା ରଙ୍ଗରେ ଆଲୋକିତ କରିଛନ୍ତି । ଅଧିକ ପଢନ୍ତୁ

Russia
Russia
author img

By

Published : Mar 1, 2022, 10:10 AM IST

ହାଇଦ୍ରାବାଦ: ୟୁକ୍ରେନ ସମର୍ଥନରେ ଝଲସିଲା ବିଶ୍ବପ୍ରସିଦ୍ଧ ସ୍ମାରକୀ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ବିଭିନ୍ନ ରାଷ୍ଟ୍ର ନିଜର ପ୍ରସିଦ୍ଧ ସ୍ମାରକୀଗୁଡିକୁ ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ଆଲୋକିତ କରିଛନ୍ତି । ଇଟାଲିର କଲୋଜିଅମଠୁ ଆରମ୍ଭ କରି ଫ୍ରାନ୍ସର ଆଇଫେଲ ଟାୱାର ପର୍ଯ୍ୟନ୍ତ ଝଲସିଛି ନୀଳ ଓ ହଳଦିଆ ଆଲୋକମାଳାରେ । ୟୁକ୍ରେନ-ଋଷିଆ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଇତିମଧ୍ୟରେ ଷଷ୍ଠ ଦିନରେ ପହଞ୍ଚିଛି । ଏହାଭିତରେ ଶତାଧିକ ୟୁକ୍ରେନ ନାଗରିକଙ୍କ ସମେତ ଅନେକ ସେନାଙ୍କ ଜୀବନ ଗଲାଣି । ବିଶ୍ବ ସମୁଦାୟ ଶାନ୍ତିର ଡାକରା ଦେଉଥିବାବେଳେ କିଛି ନ ଶୁଣି ଘନ ଘନ ଆଟାକ୍ କରିଚାଲିଛି ଋଷିଆ । ଋଷର ଆକ୍ରମଣକୁ ନିନ୍ଦା କରି ୟୁକ୍ରେନ ସମର୍ଥନରେ ଅନେକ ରାଷ୍ଟ୍ର ଏକଜୁଟ ହୋଇଛନ୍ତି । ଆର୍ଥିକ ପ୍ରତିବନ୍ଧକ ଏବଂ ଏକଘରକିଆ ନୀତି ମାଧ୍ୟମରେ ଋଷ ଉପରେ ଚାପ ପକାଇବାକୁ ପ୍ରୟାସ ଚାଲୁଥିବାବେଳେ ଅନେକ ସୁପରପାୱାର ରାଷ୍ଟ୍ର ୟୁକ୍ରେନ ସମର୍ଥନରେ ନିଜର ବିଶ୍ବପ୍ରସିଦ୍ଧ ସ୍ମାରକୀଗୁଡିକୁ ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ଆଲୋକିତ କରିଛନ୍ତି ।

ନିଜର ବିଶ୍ବପ୍ରସିଦ୍ଧ ଆଇଫେଲ ଟାୱାରକୁ ୟୁକ୍ରେନର ଜାତୀୟ ପତାକା ରଙ୍ଗରେ ଆଲୋକିତ କରିଛି ଫ୍ରାନ୍ସ । ରାଜଧାନୀ ପ୍ୟାରିସରେ ଥିବା ଆଇଫେଲ ଟାୱାର ନୀଳ ଏବଂ ହଳଦିଆ ରଙ୍ଗରେ ଝଲସୁଥିବାର ଦେଖାଯାଇଛି ।

Russia-Ukraine War: ୟୁକ୍ରେନ ପାଇଁ ଝଲସିଲା ବିଶ୍ବପ୍ରସିଦ୍ଧ ସ୍ମାରକୀ

ୟୁକ୍ରେନର ଜାତୀୟ ରଙ୍ଗ ଲଣ୍ଡନର ବିଶ୍ବବିଖ୍ୟାତ ସ୍ମାରକୀ ଲଣ୍ଡନ ଆଇ(London Eye)ରେ ପ୍ରତିଫଳିତ ହୋଇଛି । ଏପରିକି ଆଣ୍ଡ୍ରେଉ ହଲ(Andrew’s Hall) ମଧ୍ୟ ଝଲସିଛି ।

ଜର୍ମାନୀ ମଧ୍ୟ ନିଜ ବ୍ରାଣ୍ଡେନବର୍ଗ ଗେଟ୍‌(Brandenburg Gate)କୁ ୟୁକ୍ରେନ ଜାତୀୟ ପତାକା ରଙ୍ଗରେ ଆଲୋକିତ କରିଛି ।

ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି ଆମେରିକା। ଋଷ ଉପରେ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ବାଇଡେନ ସରକାର । ଏହି ପରିପ୍ରେକ୍ଷୀରେ ଆମେରିକାରେ ଥିବା ବିଭିନ୍ନ ପ୍ରସିଦ୍ଧ ସ୍ମାରକୀଗୁଡିକ ୟୁକ୍ରେନ ରଙ୍ଗରେ ରଙ୍ଗୀନ ହୋଇଛି । ଏହି ସ୍ମାରକୀଗୁଡିକ ମଧ୍ୟରେ ନିଉୟର୍କ ସ୍ଥିତ ୧୦୨ ମହଲା ବିଶିଷ୍ଟ ଏମ୍ପାୟାର ଷ୍ଟେଟ ବିଲ୍ଡିଂ ରହିଛି ।

ଇଟାଲିର ରୋମାନ ମାଷ୍ଟରପିସ୍‌ଗୁଡିକୁ ନୀଳ ଓ ହଳଦିଆ ରଙ୍ଗମାଳାରେ ସଜ୍ଜା ଯାଇଛି । ଏଠାରେ ଥିବା କଲୋଜିଅମରେ ମଧ୍ୟ ୟେକ୍ରେନୀୟ ପତାକା ପ୍ରତିଫଳିତ ହୋଇଛି ।

ଅଷ୍ଟ୍ରେଲିଆର ଓପେରା ହାଉସ(Opera House) ଯାହା ବିଶ୍ବବିଖ୍ୟାତ, ୟୁକ୍ରେନକୁ ସମର୍ଥନ ଜଣାଇ ଅଷ୍ଟ୍ରେଲିଆ ଏହାକୁ ନୀଳ ଓ ହଳଦିଆ ରଙ୍ଗରେ ଆଲୋକିତ କରିଛି । ମେଲବର୍ଣ୍ଣର ଫିଲାଣ୍ଡରର୍ସ ମାର୍ଗ ମଧ୍ୟ ୟୁକ୍ରେନୀର ଜାତୀୟ ପତାକା ରଙ୍ଗରେ ଝଲସୁଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଟ୍ବିଟର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.