ନୂଆଦିଲ୍ଲୀ: କୋରୋନା ତଥା କୋଭିଡ୍-19ର ଉତ୍ପତ୍ତି ଉହାନରେ ଥିବା ଲାବରେ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଫ୍ରାନ୍ସ । ଲାବ୍ ସହିତ କୋରୋନା ଉତ୍ପତ୍ତିର କୌଣସି ସମ୍ପର୍କ ନଥିବା ଫ୍ରାନ୍ସ ପକ୍ଷରୁ କୁହାଯାଇଛି ।
କୋରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ମନ୍ତବ୍ୟ ଦେଇ ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ ଏହା କହିଛି । ଏବେ ସୁଦ୍ଧା ଉହାନର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କୋରୋନାର ଉତ୍ପତ୍ତି ହୋଇଥିବାର ତଥ୍ୟ ଆସିନଥିବା ଫ୍ରାନ୍ସ ସିନେଟରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏହାସହ ଏହି ସମୟରେ ମହାମାରୀ ବିରୋଧରେ ଲଢିବା ହିଁ ଫ୍ରାନ୍ସର ପ୍ରାଥମିକତା ବୋଲି କୁହାଯାଇଛି । ସୂଚନାଥାଉକି, ଚୀନର ଉହାନ ସହରରେ ପ୍ରଥମେ କୋରୋନା ଭୂତାଣୁ ଚିହ୍ନଟ ହୋଇଥିଲା ।
@IANS