ପ୍ୟାରିସ: ଫ୍ରାନ୍ସରେ ନିୟନ୍ତ୍ରଣ ହେଉଛି କୋରୋନା ସ୍ଥିତି । ମହାମାରୀ କୋରୋନା ଆରମ୍ଭ ହେବା ଦିନ ଠାରୁ ଗୁରୁବାର କୋରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହା ସହ ପୂର୍ବ ତୁଳନାରେ ପ୍ରାୟ 82 ଜଣ ଏବେ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ଫ୍ରାନ୍ସରେ 7066 କୋଭିଡ-19 ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ମୃତ୍ୟୁ ସଂଖ୍ୟା 12210ରେ ପହଞ୍ଚିଥିବା ନେଇ ଫ୍ରାନ୍ସର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହା ସହ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦେଶବ୍ୟାପୀ ଜାରି ହୋଇଥିବା ଲକ ଡାଉନକୁ ଦେଶବାସୀ ପାଳନ କରନ୍ତୁ । ଏହି ପଦକ୍ଷେପ ଦ୍ବାରା ଆମେ ମହାମାରୀକୁ ରୋକିବା ଦିଗରେ ପ୍ରୟାସ ଜାରି ରହିଛି ।
ଭାଇରସ ବିରୁଦ୍ଧରେ ଦେଶବ୍ୟାପୀ ବନ୍ଦ କରାଯିବା ପ୍ରତିରକ୍ଷା ରଣନୀତି ଫଳପ୍ରଦ ହେବାରେ ଲାଗିଛି । ଏହା ସହ ଅନ୍ତତଃ 1 ମିଟର ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ ବଜାୟୀ ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏଠାରେ 24 ଘଣ୍ଟା ମଧ୍ୟରେ 541ଜଣଙ୍କ ଜୀବନ ଯାଉଥିଲାବେଳେ ବର୍ତ୍ତମାନ 412 ଜଣ ପ୍ରାଣ ହାରିଛନ୍ତି ।