ଲଣ୍ଡନ: କୋଭିଡ 19ର ପ୍ରଭାବ ସମସ୍ତ ସେକ୍ଟରେର ପଡିଛି । ଫଳରେ ଅନେକ ବଡ ବଡ ଶୁଣାଣିକୁ କିଛି ମାସ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଏହା ମଧ୍ୟରେ ୱିକିଲିକ୍ସର ଫାଉଣ୍ଡର ଜୁଲିଆନ ଆସେଞ୍ଜଙ୍କ ମାମଲା ଅନ୍ୟତମ ।
ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଆଗାମୀ ନଭେମ୍ବର ଯାଏଁ ଘୁଞ୍ଚିଛି । ପୂର୍ବରୁ ଥରେ ଏହାର ଶୁଣାଣି ଘୁଞ୍ଚି ସାରିଥିବାବେଳେ ଦ୍ବିତୀୟ ଥର ପାଇଁ ଏପରି ହୋଇଛି । ତେବେ କୋରୋନା ମହାମାରୀ ଦୃଷ୍ଟିରୁ ମାମଲାର ଶୁଣାଣି କରିବା ସ୍ବାସ୍ଥ୍ୟଗତ ବିପଦ ହେବ ବୋଲି ଆସେଞ୍ଜଙ୍କ ଓକିଲ କହିଥିଲେ । ଏପରି ସମୟରେ ଏହା ବିପଦ ବୋଲି ମଧ୍ୟ ସେ ଯୁକ୍ତି ବାଢିଥିଲେ ।
ମେ 18ରେ ଏହି ଶୁଣାଣି ଆରମ୍ଭ ହେବାର ଥିଲା । ଏଥିରେ ତାଙ୍କୁ ସ୍ବିଡେନ ଅବା ଆମେରିକା ମଧ୍ୟରୁ କେଉଁ ଗୋଟିଏ ଦେଶକୁ ପ୍ରତ୍ୟାର୍ପଣ ନେଇ ନିଷ୍ପତ୍ତି ସ୍ଥିର ହୋଇଥାନ୍ତା । ସ୍ବିଡେନ ସରକାର ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ସେପଟେ ଆମେରିକା ସରକାର ଗୁଇନ୍ଦା ଅଭିଯୋଗରେ ତାଙ୍କ ଉପରେ ମାମଲା ଚଲାଇଛନ୍ତି । ଉଭୟ ମାମଲାର ଶୁଣାଣି ଯାହା ହେଉନା କାହିଁକି ଆସେଞ୍ଜ 175 ବର୍ଷ ଜେଲରେ କାଟିବା ନିଶ୍ଚିତ ହୋଇଛି ।
ତେବେ ନଭେମ୍ବର 2କୁ ଶୁଣାଣି ପାଇଁ ସ୍ଥିର କରିଛନ୍ତି ୟୁକେ କୋର୍ଟ । ଗତବର୍ଷ ଏପ୍ରିଲ ମାସରେ ଆସେଞ୍ଜଙ୍କୁ ଗିରଫ କରାଯାଇଥିଲା । ସେ ଆମେରିକାର ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି ।