ETV Bharat / international

ସ୍ଲୋଭାକିଆର ପ୍ରତି ନାଗରିକଙ୍କ ହେବ କୋରୋନା ଟେଷ୍ଟ, ନହେଲେ ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ

author img

By

Published : Oct 20, 2020, 9:45 AM IST

ୟୁରୋପୀୟ ଦେଶ ସ୍ଲୋଭାକିଆ, ଯିଏ କୋରୋନାର ଦ୍ଵିତୀୟ ଲହରୀକୁ ନଜରରେ ରଖି ନିଜ ଦେଶର ସମସ୍ତ ନାଗରିକଙ୍କର କରିବ କୋରୋନା ଟେଷ୍ଟ । ତେବେ ଏହା ନ ହେଲେ ନିଜ ପଦରୁ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀ ଇଗୋର ମାଟୋଭିକ୍ ଶନିବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

european country slovakia will do covid test for all its citizens pm will resign if campaign will not completed
ସ୍ଲୋଭାକିଆ ନିଜର ସମସ୍ତ ନାଗରିକଙ୍କ କରିବ କୋରୋନା ଟେଷ୍ଟ, ନ ହେଲେ ପ୍ରଧାନମନ୍ତ୍ରୀ ଦେବେ ଇସ୍ତଫା

ବ୍ରାଟିସଲାଭା: 7 ମାସ ବିତିଲାଣି, କିନ୍ତୁ କୋରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଏହି କଥାକୁ ଅନେକ ଦେଶ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି ଏବଂ ଏହି ଦିଗରେ ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି । ୟୁରୋପରେ ଏମିତି ଏକ ଦେଶ ଯିଏ କୋରୋନାର ଦ୍ଵିତୀୟ ଲହରୀରୁ ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏକ ବଡ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ୟୁରୋପୀୟ ଦେଶ ସ୍ଲୋଭାକିଆ ଶନିବାର ଘୋଷଣା କରିଛି ଯେ, ୧୦ ବର୍ଷ ଏବଂ ତଦୁର୍ଦ୍ଧ୍ଵ ଲୋକଙ୍କ କୋରୋନା ଟେଷ୍ଟ କରାଯିବ । ତେବେ ଏନେଇ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମାଟୋଭିକ୍ ଶନିବାର ଘୋଷଣା କରିଛନ୍ତି ।

ସମଗ୍ର ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଣ୍ଣୟ ନିଆଯାଇଛି ବୋଲି ସେ କହିଛନ୍ତି । କାରଣ ଅଧିକ ସଂଖ୍ୟକ ଟେଷ୍ଟ କଲେ ଭାଇରସକୁ ଚିହ୍ନଟ କରାଯାଇ ପାରିବ ଏବଂ ଏହାକୁ ରୋକିବାରେ ସହାୟକ ହେବ । ସେ ଏହା ମଧ୍ୟ କହିଛନ୍ତି, ଯଦି ବ୍ୟାପକ ପରିମାଣରେ ଟେଷ୍ଟ ନହୁଏ ତେବେ ସେ ନିଜ ପଦରୁ ଇସ୍ତଫା ଦେବେ। ମାଗଣାରେ ସମସ୍ତଙ୍କର ପରୀକ୍ଷଣ କରାଯିବ ଏବଂ ଏହା ଆଗାମୀ ସପ୍ତାହରୁ ଆରମ୍ଭ ହୋଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ।

ଏହି ଅଭିଯାନରେ ଦେଶର ପ୍ରାୟ ୫.୪ ମିଲିୟନ ଅର୍ଥାତ ୫୪ ଲକ୍ଷ ନିବାସୀଙ୍କ କୋରୋନା ଟେଷ୍ଟ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.