ETV Bharat / international

ୟୁକ୍ରେନ Elon Muskଙ୍କ ସ୍ବତନ୍ତ୍ର ସହାୟତା, ଯୋଗାଇଲେ Starlink ସାଟେଲାଇଟ ସେବା - ୟୁକ୍ରେନରେ ଷ୍ଟାରଲିଙ୍କ ସାଟେଲାଇଟ ସେବା ଆରମ୍ଭ

ୟୁକ୍ରେନକୁ ସହାୟତାର ହାତ ବଢାଇଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟବସାୟୀ ଏଲନ ମସ୍କ । ୟୁକ୍ରେନର ଅନୁରୋଧ ପରେ ସେ ରାଷ୍ଟ୍ରକୁ ଇଣ୍ଟରନେଟ ସେବା ଯୋଗାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ୟୁକ୍ରେନ Elon Muskଙ୍କ ସ୍ବତନ୍ତ୍ର ସହାୟତା, ଯୋଗାଇଲେ Starlink ସାଟେଲାଇଟ ସେବା

author img

By

Published : Mar 1, 2022, 5:27 PM IST

ନୂଆଦିଲ୍ଲୀ: ମହାଶକ୍ତି ଋଷର ଆକ୍ରମଣ ପରେ ୟୁକ୍ରେନକୁ ସହାୟତାର ହାତ ବଢାଇଛନ୍ତି ବିଶ୍ବର ସଫଳ ତଥା ଧନୀ ଉଦ୍ୟୋଗୀ ଏଲନ ମସ୍କ(Elon Musk) । ଏବେ ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଅଧିକ ପ୍ରଭାବଶାଳୀ କରିଛି । ଗୋଳାବାରୁଦକୁ ଛାଡ଼ି ଋଷ ଏବେ ପରମାଣୁ ବୋମା ଫିଙ୍ଗିବ ବୋଲି ଚର୍ଚ୍ଚା ହେଉଛି । ଯୁଦ୍ଧ ବିମାନର ଆକ୍ରମଣ ଓ ବୋମା ବିସ୍ଫୋରଣ ଦ୍ବାରା ୟୁକ୍ରେନରେ ଅନେକ ଜରୁରୀ ସେବା ବନ୍ଦ ହୋଇପଡ଼ିଛି । ଏହାରି ମଧ୍ୟରେ ୟୁକ୍ରେନ ଇଣ୍ଟରନେଟକୁ ସଞ୍ଜିବନୀ ଯୋଗାଇଛନ୍ତି ଏଲନ । ସେ ନିଜ କମ୍ପାନୀ SpaceXର Starlink ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ଯୋଗାଇଥିବା ଜଣାପଡ଼ିଛି ।

  • @elonmusk, while you try to colonize Mars — Russia try to occupy Ukraine! While your rockets successfully land from space — Russian rockets attack Ukrainian civil people! We ask you to provide Ukraine with Starlink stations and to address sane Russians to stand.

    — Mykhailo Fedorov (@FedorovMykhailo) February 26, 2022 " class="align-text-top noRightClick twitterSection" data=" ">

ୟୁକ୍ରେନକୁ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ତଥା ଡିଜିଟାଲ ଟ୍ରାନ୍ସଫରମେସନ ମନ୍ତ୍ରୀ ମୟଖୈଲୋ ଫେଡରୋୱ(Mykhailo Fedorov) ଟ୍ବିଟର ଜରିଆରେ ଏଲନ ମସ୍କଙ୍କୁ ସହାୟତା ମାଗିଥିଲେ । ଏହି ଟ୍ବିଟର ଜବାବ ଦେଇ ଏଲନ କହିଥିଲେ ଯେ ୟୁକ୍ରେନର ଷ୍ଟାରଲିଙ୍କ ଇଣ୍ଟରେନଟ ସେବା ସକ୍ରିୟ ହୋଇଯାଇଛି । ତେବେ ଏ ନେଇ ଫେଡରୋୱ ଟ୍ବିଟ କରି କହିଥିଲେ ଯେ, "ଆପଣ ମଙ୍ଗଳ ଗ୍ରହ ଉପରେ ବି କଲୋନୀ ତିଆରି କରିବା କଥା କହୁଛନ୍ତି । କିନ୍ତୁ ଏଠାରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଆପଣଙ୍କ ରକେଟ ମହାକାଶରେ ସଫଳତାର ସହିତ ପହଞ୍ଚୁଛି । ଏପଟେ ଋଷ ୟୁକ୍ରେନ ନାଗରିକଙ୍କ ଉପରେ ଆକ୍ରମଣ କରିଚାଲିଛି ।"

ଏଭଳି ଟ୍ବିଟ କରିବା ପରେ ସେ ୟୁକ୍ରେନକୁ ଷ୍ଟାରଲିଙ୍କ୍‌ ଷ୍ଟେସନ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହାପୂର୍ବରୁ, ଏଲନଙ୍କ କମ୍ପାନୀ ସ୍ପେସ୍ ଏକ୍ସ(SpaceX) ସେପ୍ଟେମ୍ବର 2021ରୁ ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡରେ 50 Mbps ରୁ 150 Mbps ମଧ୍ୟରେ ଡାଟା ସ୍ପିଡ୍ ସହିତ ଷ୍ଟାରଲିଙ୍କ ଯୋଗାଇଛି । ଷ୍ଟାରଲିଙ୍କ ଉପଗ୍ରହ ମାଧ୍ୟମରେ ସ୍ପେସ୍ ଏକ୍ସ ଅନେକ ସହରରେ ଇଣ୍ଟରନେଟ୍ ଯୋଗାଇବା ଆରମ୍ଭ କରିଛି । ଏଠାରେ ଇଣ୍ଟରନେଟ୍ ମନିଟର ନେଟ୍ ବ୍ଲକ୍ ଦାବି କରିଛି ଯେ ଗୁରୁବାର ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଏଠାରେ ଅନେକ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.