ETV Bharat / international

ଲାଗିବ ପ୍ରେମୀଯୁଗଳଙ୍କ ଭିଡ, 3 ମାସ ପରେ ଖୋଲିବ ଆଇଫିଲ ଟାୱାର

author img

By

Published : Jun 10, 2020, 5:38 PM IST

ଶେଷରେ ଖୋଲିବାକୁ ଯାଉଛି ଫ୍ରାନ୍ସର ଆଇଫିଲ ଟାୱାର । କୋଭିଡ 19 ପରିସ୍ଥିତିରେ ସୁଧାର ପରେ ଫ୍ରାନ୍ସ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ.....

ଲାଗିବ ପ୍ରେମୀଯୁଗଳଙ୍କ ଭିଡ, 3 ମାସ ପରେ ଖୋଲିବ ଆଇଫିଲ ଟାୱାର
ଲାଗିବ ପ୍ରେମୀଯୁଗଳଙ୍କ ଭିଡ, 3 ମାସ ପରେ ଖୋଲିବ ଆଇଫିଲ ଟାୱାର

ପ୍ୟାରିସ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଖୋଲିବାକୁ ଯାଉଛି ଫ୍ରାନ୍ସର ଆଇଫିଲ ଟାୱାର । କୋଭିଡ 19 ପରିସ୍ଥିତିରେ ସୁଧାର ପରେ ଫ୍ରାନ୍ସ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ ଜୁନ୍ 25ରୁ ସର୍ବସାଧାରଣଙ୍କ ପାଇଁ ଏହି ବିଶ୍ବ ପ୍ରସିଦ୍ଧ ସ୍ଥାନ ଖୋଲିବାକୁ ଯାଉଛି ।

ପ୍ରକାଶ ଥାଉ କି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବାଧିକ ସମୟ ଯାଏଁ ବନ୍ଦ ରହିଥିଲା ଆଇଫିଲ ଟାୱାର । ପ୍ୟାରିସର ଦର୍ଶନୀୟ ସ୍ଥାନ ମଧ୍ୟରେ ଏଠାରେ ସବୁଠାରୁ ଅଧିକ ଭିଡ ଲାଗିଥାଏ । କୋରୋନା କଟକଣା ଯୋଗୁଁ ମାର୍ଚ୍ଚ 25ରୁ ଏହାକୁ ବନ୍ଦ ରଖାଯାଇଥିଲା । ଏବେ ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଜୁନ୍ 25ରୁ ସର୍ବସାଧାରଣ ପାଇଁ ଏହା ଖୋଲିବାକୁ ଯାଉଛି । ହେଲେ ପ୍ରଥମ ପର୍ଯ୍ୟାୟରେ ବିଦେଶୀ ପର୍ଯ୍ୟଟକଙ୍କୁ ଭ୍ରମଣ ଅନୁମତି ମିଳିବ ନାହିଁ ବୋଲି ସରକାର ସ୍ଥିର କରିଛନ୍ତି ।

ତେବେ ସରକାର ଟାୱାର ପରିଦର୍ଶନରେ ଆସିବାକୁ ଥିବା ସମସ୍ତଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ଅଳ୍ପ ସଂଖ୍ୟକଙ୍କ ପାଇଁ ଭ୍ରମଣ ଅନୁମତି ରହିଛି । ପରେ ସ୍ଥିତି ଦେଖି ଏହି ସଂଖ୍ୟାରେ ବୃଦ୍ଧି ଘଟିବ । 11 ବୟସରୁ ଅଧିକ ବର୍ଷ ପିଲା ଓ ଲୋକଙ୍କୁ ଫେସ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହାସହ ସମସ୍ତଙ୍କର ସ୍କ୍ରିନିଂ ହେବ ବୋଲି ସରକାର ସୂଚନା ଦେଇଛନ୍ତି । ଦୀର୍ଘ 3 ମାସ ପରେ ଖୋଲୁଥିବାରୁ ଏଥିରେ ଅଧିକ ଲୋକଙ୍କ ଭିଡ ଲାଗିବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ କି ଫ୍ରାନ୍ସରେ ଏବେ ସୁଦ୍ଧା 1 ଲକ୍ଷ 55 ହଜାର ଲୋକ କୋରୋନା ଆକ୍ରାନ୍ତ ବାହାରିଛନ୍ତି । ସେହିପରି 71 ହଜାର 506 ଲୋକ ଏଥିରୁ ସୁସ୍ଥ ହୋଇଛନ୍ତି । ଏହାସହ 29 ହଜାର 300ରୁ ଅଧିକ ଲୋକଙ୍କ ଏହି ମହାମାରୀରେ ପ୍ରାଣ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.