ETV Bharat / international

କୋରୋନା ଲଢେଇରେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଆଇଫିଲ୍ ଟାୱାରର କୃତଜ୍ଞତା

author img

By

Published : Mar 28, 2020, 2:46 PM IST

ବିଶ୍ବ ଐତିହ୍ୟ ଫ୍ରାନ୍ସର ଆଇଫେଲ ଟାଓ୍ବାରରେ ଲାଇଟ ସୋ ମାଧ୍ୟମରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଯିବା ସହ 'ଘରେ ରୁହ'ର ବାର୍ତ୍ତା ଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ଲଢେଇରେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଆଇଫେଲ୍ ଟାୱାରର କୃତଜ୍ଞତା

ପ୍ୟାରିସ: ସାରା ବିଶ୍ବ ଆତଙ୍କ ଖେଳାଇଛି ମହାମାରୀ କୋରୋନା । କୋରୋନା ଭାଇରସ ବିରୋଧରେ ବିଶ୍ବ ଏକ ପ୍ରକାରର ଅଘୋଷିତ ଯୁଦ୍ଧ ଳଢୁଛି । ଏପରିସ୍ଥିତିରେ ସବୁଠୁ କଠିନ କାର୍ଯ୍ୟରେ ଲାଗିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । କୋରୋନାରେ ପ୍ରଭାବିତ ଫ୍ରାନ୍ସରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଥିବା ଡାକ୍ତରଙ୍କ ଉଦ୍ଦେଶ୍ୟରେ ଆଇଫିଲ ଟାଓ୍ବାର ଯୋଗେ କୃତଜ୍ଞତା ଜଣାଯାଇଛି ।

ବିଶ୍ବ ଐତିହ୍ୟ ଫ୍ରାନ୍ସର ଆଇଫିଲ ଟାଓ୍ବାରରେ ଲାଇଟ ସୋ ମାଧ୍ୟମରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଯିବା ସହ 'ଘରେ ରୁହ'ର ବାର୍ତ୍ତା ଦିଆଯାଇଛି । ଶୁକ୍ରବାର ରାତିରେ ଇଂରାଜୀରେ 'ଘରେ ରୁହ' ସହିତ ଟାୱାରକୁ ଚମକପ୍ରଦ ଆଲୋକରେ ଆଲୋକିତ ହୋଇଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା 8 ଟାରୁ ଆରମ୍ଭ ହୋଇଥିଲା ଏହି ଲାଇଟ ସୋ । ଫ୍ରାନ୍ସରେ ଲକଡାଉନ ଥିବା ନାଗରିକମାନେ ଡାକ୍ତର ଏବଂ ନର୍ସଙ୍କ ସମର୍ଥନରେ ନିଜନିଜ ଘରର ଝରକା, ବାଲକୋନୀରୁ ଉତ୍ସାହିତ ସହ ପ୍ରଶଂସା କରିଥିଲେ।

ପ୍ୟାରିସ୍ ମେୟର ଆନ୍ ହିଡାଲ୍ଗୋ କହିଛନ୍ତି ଯେ 324 ମିଟର ଉଚ୍ଚତା ବିଶିଷ୍ଟ ଟାୱାରରେ ପ୍ରତ୍ୟେକ ସନ୍ଧ୍ୟାରେ ଏହି ଲାଇଟ୍ ସୋ ଅନୁଷ୍ଠିତ ହେବ | ଶୁକ୍ରବାର ସୁଦ୍ଧା ଫ୍ରାନ୍ସର ଡାକ୍ତରଖାନା ଗୁଡ଼ିକରେ ପ୍ରାୟ 2,000 ଲୋକ କୋରୋନାରେ ଜୀବନ ହାରିଛନ୍ତି । ସ୍ବାସ୍ଥ୍ୟକର୍ମୀମାନେ ଦିନକୁ ଦିନ ବଢୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.