ଆମଷ୍ଟରଡାମ୍: ମହାମାରୀ କୋରୋନାଭାଇରସ୍ କାରଣରୁ ସମଗ୍ର ବିଶ୍ବରେ ସଂକ୍ରମଣ ଭୟ । ଏହି ସମୟରେ, କୋରୋନାଭାଇରସର ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ନେଦରଲ୍ୟାଣ୍ଡ ସରକାର 10ହଜାର ନେଉଳଜାତୀୟ ଲୋମଶ କ୍ଷୁଦ୍ର ପ୍ରାଣୀକୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କହିଛନ୍ତି ଯେ କୋରୋନାଭାଇରସରେ ସଂକ୍ରମିତ ଏହି ପଶୁମାନେ ମଣିଷକୁ ସଂକ୍ରମିତ କରୁଛନ୍ତି । ସମ୍ପ୍ରତି ନେଦରଲ୍ୟାଣ୍ଡର 10 ଟି ଚାଷ ଜମିରେ କୋରୋନାଭାଇରସ୍ ଦ୍ବାରା ସଂକ୍ରମିତ ମିଙ୍କ ମିଳିଛନ୍ତି । ଏହି ଜୀବ, ଯାହା ନେଉଳ ପରି ଦେଖାଯାଏ । ଏହାର ଲମ୍ବ 30-50 ସେମି ଯାଏଁ ହୋଇଥାଏ | ଏକ ମିଙ୍କର ଓଜନ ପ୍ରାୟ 2 କିଲୋଗ୍ରାମ | ମିଙ୍କ ଏହାର ଲୋମ ପାଇଁ ଏଠାରେ ପାଳିତ ହୋଉଛି ।
ଦେଶର ଖାଦ୍ୟ ପ୍ରାଧିକରଣର ମୁଖପାତ୍ର ଫ୍ରେଡେରିକ୍ ହର୍ମି କହିଛନ୍ତି ଯେ ଯେଉଁଠାରେ ଏକମାତ୍ର ସଂକ୍ରମଣ ମାମଲା ଅଛି ସେଠାରେ ଏହି ପଦକ୍ଷେପ ସ୍ବରୁପ ବ୍ରିଡିଂ ଫାର୍ମଗୁଡିକରେ ସକ୍ରମଣ ମାମଲା ହ୍ରାସ ପାଇଯିବ । 10,000 ମିଙ୍କ୍ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ସରକାର ବୁଧବାର କହିଛନ୍ତି ଯେ କୋରୋନାଭାଇରସ୍ ସଂକ୍ରମିତ ଫାର୍ମ ଏହାକୁ ଅଧିକ ବିସ୍ତାର କରିବାର ମାଧ୍ୟମ ହୋଇପାରେ । ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏପ୍ରିଲ୍ ମାସରେ, ଅନେକ ବ୍ରିଡିଂ ଫାର୍ମର ମିଙ୍କ୍ କୋରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ମେ ମାସରେ ସରକାର ଏପରି ଦୁଇଟି କୋରୋନା ମାମଲା ଚିହ୍ନଟ କରିଥିଲେ ଯାହା ଅସୁସ୍ଥ ପ୍ରାଣୀମାନଙ୍କ ଦ୍ବାରା ସଂକ୍ରମିତ ହୋଇଥିଲା । ସେବେଠାରୁ ମିଙ୍କ୍ ଟ୍ରାନ୍ସପୋର୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଚୀନରୁ ବିଶ୍ବାବ୍ୟାପୀ ସଂକ୍ରମଣ ଆରମ୍ଭ ହେବା ପରଠାରୁ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ କୋରୋନାଭାଇରସ୍ ବ୍ୟାପିବା ଏହା ପ୍ରଥମ ଘଟଣା ଥିଲା ।