ETV Bharat / international

Russia Ukraine War: ୧୬ ମହଲା କୋଠା ଉପରେ ଋଷର ମିସାଇଲ ମାଡ

author img

By

Published : Mar 17, 2022, 10:11 PM IST

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି 21 ଦିନରେ ପହଞ୍ଚିଛି । ଏହାରି ଭିତରେ ଆଜି(ଗୁରୁବାର) ସକାଳେ ୟୁକ୍ରେନର ରାଜଧାନୀ କିଭ ଉପରେ ମିସାଇଲ ମାଡ କରିଛି ଋଷ । ଅଧିକ ପଢନ୍ତୁ

Russia Ukraine War: ୧୬ ମହଲା କୋଠା ଉପରେ ଋଷର ମିସାଇଲ ମାଡ
Russia Ukraine War: ୧୬ ମହଲା କୋଠା ଉପରେ ଋଷର ମିସାଇଲ ମାଡRussia Ukraine War: ୧୬ ମହଲା କୋଠା ଉପରେ ଋଷର ମିସାଇଲ ମାଡ

କିଭ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି 21 ଦିନରେ ପହଞ୍ଚିଛି । ତଥାପି ବାହାରି ପାରୁନି ସମାଧାନର ବାଟ । ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଆଜି(ଗୁରୁବାର) ସକାଳେ ୟୁକ୍ରେନର ରାଜଧାନୀ କିଭ ଉପରେ ମିସାଇଲ ମାଡ କରିଛି ଋଷ ।

ସୂଚନାଅନୁସାରେ, କିଭ୍ ସହରର ଥିବା ଏକ ୧୬ ମହଲା କୋଠା ଉପରେ ମିସାଇଲ ମାଡ କରିଛି ଋଷ । ସକାଳ 5.02ମିନିଟ ସମୟରେ ଏହି ଆକ୍ରମଣ କରିଛି ଋଷ । ଏନେଇ ୟୁକ୍ରେନ ଜରୁରିକାଳୀନ ସେବା ପକ୍ଷରୁ ସୂଚନା ଦିଆଯାଇଛି । ମିଜାଇଲ ମାଡ଼ ପରେ କୋଠାଟିର ଅନେକ ଅଂଶରେ ନିଆଁ ଲାଗି ଯାଇଥିଲା । ଏ ପର୍ଯ୍ୟନ୍ତ ୩୦ରୁ ଅଧିକ ଜଣଙ୍କୁ କୋଠା ଭିତରୁ ଉଦ୍ଧାର କରାଯାଇଛି । ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ।

ଏହା ମଧ୍ଯ ପଢନ୍ତୁ: Russia Ukraine War: ଆଜି UNSC ଜରୁରୀ ବୈଠକ

ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗତକାଲି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଗୃହକୁ ଅବଗତ କରିବା ସହ ଋଷ ବିରୋଧି ଲଢେଇରେ ଆମେରିକା ସହୟତା ଯୋଗାଇବା ନିହାତି ଆବଶ୍ୟକ ବୋଲି ଆମେରିକା ସଂସଦ (କଂଗ୍ରେସ) କୁ ସମ୍ବୋଧନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.