ETV Bharat / international

ବିଶ୍ୱର ଚିନ୍ତା ବଢାଇଲା କୋରୋନାର ଡେଲଟା ଭାରିଆଣ୍ଟ, ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା

author img

By

Published : Jun 15, 2021, 2:55 PM IST

କୋରୋନାର ଦ୍ବିତୀୟ ଲହର ଦେଶବାସୀଙ୍କ ଚିନ୍ତା ବଢାଇଥିବାବେଳେ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇଲାଣି କୋରୋନା ଭୂତାଣୁର ଡେଲଟା ଭାରିଆଣ୍ଟ । ଏହି କାରଣରୁ ୟୁରୋପ ସମେତ ଅନେକ ଦେଶରେ ପୁଣି ଲକଡାଉନ ହେବାର ରହିଛି ଆଶଙ୍କା। ଅଧିକ ପଢନ୍ତୁ...

ବିଶ୍ୱର ଚିନ୍ତା ବଢାଇଲା କୋରୋନାର ଡେଲ୍ଟା ଭାରିଆଣ୍ଟ, ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା

ଲଣ୍ଡନ: କୋରୋନାର ଦ୍ବିତୀୟ ଲହର ଦେଶବାସୀଙ୍କ ଚିନ୍ତା ବଢାଇଥିବାବେଳେ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇଲାଣି କୋରୋନା ଭୂତାଣୁର ଡେଲଟା ଭାରିଆଣ୍ଟ । ଏହି ଡେଲଟା ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ଏବେ ଭୟ ସୃଷ୍ଟି କରିବାରେ ଲାଗିଛି । ଏହି କାରଣରୁ ୟୁରୋପ ସମେତ ଅନେକ ଦେଶରେ ପୁଣି ଲକଡାଉନ ହେବାର ରହିଛି ଆଶଙ୍କା । କାରଣ ବ୍ରିଟେନ ସମେତ ଅନେକ ୟୁରୋପୀୟ ଦେଶ ଲକଡାଉନ ମୁକ୍ତ ହେବାକୁ ଥିବାବେଳେ ବିଶେଷଜ୍ଞଙ୍କ ଚେତାବନୀ ପରେ ଏହାକୁ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ ହେଉଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ବ୍ରିଟେନର ଅଧିକାରୀମାନେ ଅତ୍ୟଧିକ ସଂକ୍ରାମକ ଡେଲଟାର ରୂପ ବିଷୟରେ ଚେତାବନୀ ଦେଇଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ବ୍ରିଟେନରେ ୯୦ ପ୍ରତିଶତ ନୂତନ କୋରୋନା ମାମଲା ପାଇଁ ଡେଲଟା ଭାରିଆଣ୍ଟ ଦାୟୀ । ସ୍ପେନରେ, ମାଡ୍ରିଡ୍ ଡେପୁଟି ହେଲ୍ଥ ମୁଖ୍ୟ ଏଣ୍ଟୋନିଓ ଜାପାଟେରୋ କହିଛନ୍ତି ଯେ, ଛଅରୁ ସାତ ସପ୍ତାହ ମଧ୍ୟରେ ଡେଲଟା ଭାରିଆଣ୍ଟ ଦେଶରେ ସଂକ୍ରମଣର ସବୁଠାରୁ ବଡ କାରଣ ହେବ ।

WHO ଗୁରୁବାର ଚେତାବନୀ ଦେଇଛି ଯେ ଡେଲଟା ଭାରିଆଣ୍ଟ ସମଗ୍ର ୟୁରୋପରେ କାୟା ବିସ୍ତାର କରିବାକୁ ଯୋଜନା କରୁଛି । କାରଣ କିଛି ଦେଶରେ କୋରୋନା ପ୍ରତିବନ୍ଧକ ହଟିବାକୁ ଥିବାବେଳେ ଏପରି ପରିସ୍ଥିତିରେ କୋରୋନାର ଏହି ପ୍ରକାର ନୂଆ ରୂପ ଏହି କ୍ଷେତ୍ରରେ ବୃଦ୍ଧି ପାଇପାରେ । ତେଣୁ ବର୍ତ୍ତମାନ ପାଇଁ ସେମାନଙ୍କୁ ଅନଲକ କରିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ପଡିବ । ୟୁରୋପର WHOର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ କ୍ଲୁଜ୍ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ (B1617.2) କିଛି ଟିକାକରଣରୁ ବଞ୍ଚିବାରେ ସକ୍ଷମ ହେବାର ସଙ୍କେତ ଦେଇଛି । 60 ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.