ETV Bharat / international

‘କିଛି ଘଣ୍ଟା ପାଇଁ ବାୟୁରେ ସକ୍ରିୟ ରହିପାରେ କୋରୋନା ଭୂତାଣୁ’ - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

କୋରୋନା ସଂକ୍ରମଣ ପାଇଁ ଦାୟୀ ଭୂତାଣୁ ବାୟୁରେ କିଛି ଘଣ୍ଟା ପାଇଁ ସକ୍ରିୟ ରହିପାରନ୍ତି । ରବିବାର ଏପରି ମତ ଦେଇ ୱେଣ୍ଡି କହିଛନ୍ତି କି ‘ବାୟୁ ମାଧ୍ୟମ ଦ୍ବାରା କୋରୋନା ସଂକ୍ରମଣ ବ୍ୟାପିପାରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଥମ ଥର ପାଇଁ ସହମତି ପ୍ରକାଶ କରିଛନ୍ତି ।’

covid infection, covid contamination through air, world health organisation, corona particles in air, କୋରୋନା ସଂକ୍ରମଣ, ବାୟୁ ମାଧ୍ୟମରେ କୋରୋନା ସଂକ୍ରମଣ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ବାୟୁରେ କୋରୋନା ବାହକ
‘କିଛି ଘଣ୍ଟା ପାଇଁ ବାୟୁରେ ସକ୍ରିୟ ରହିପାରେ କୋରୋନା ଭୂତାଣୁ’
author img

By

Published : Jul 12, 2020, 10:40 PM IST

ଲଣ୍ଡନ: ଲଣ୍ଡନର ଇମ୍ପିରିଆଲ କଲେଜରେ ଇନଫ୍ଲୁଏଞ୍ଜା ଭାଇରୋଲୋଜି ବିଭାଗର ଅଧ୍ୟକ୍ଷ ୱେଣ୍ଡି ବାର୍ସଲେ କୋରୋନା ସଂକ୍ରମଣକୁ ନେଇ ପ୍ରକାଶ କରିଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋଭିଡ-19 ଭୂତାଣୁକୁ ନେଇ ଅଧ୍ୟୟନ ଚାଲିଥିବା ପ୍ରାୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି କିଛି ନୂଆ ତଥ୍ୟ । ଏମିତିରେ ୱେଣ୍ଡିଙ୍କ କହିବା ଅନୁଯାୟୀ କୋରୋନା ସଂକ୍ରମଣ ପାଇଁ ଦାୟୀ ଭୂତାଣୁ ବାୟୁରେ କିଛି ଘଣ୍ଟା ପାଇଁ ସକ୍ରିୟ ରହିପାରନ୍ତି । ରବିବାର ଏପରି ମତ ଦେଇ ୱେଣ୍ଡି କହିଛନ୍ତି କି ‘ବାୟୁ ମାଧ୍ୟମ ଦ୍ବାରା କୋରୋନା ସଂକ୍ରମଣ ବ୍ୟାପିପାରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଥମ ଥର ପାଇଁ ସହମତି ପ୍ରକାଶ କରିଛନ୍ତି ।’

ସେ ଏହା ମଧ୍ୟ କହିଛନ୍ତି କି କୋରୋନା ସଂକ୍ରମଣ ବ୍ୟାପିବାର ଆହୁରି ଅନେକ ମାଧ୍ୟମ ରହିଥିଲେ ସୁଦ୍ଧା ବାୟୁ ମଧ୍ୟ ଏହାର ଏକ ବାହକ ବୋଲି ନିକଟରେ ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ତେଣୁ କୌଣସି ସଂକ୍ରମିତଙ୍କଠାରୁ ଭୂତାଣୁ ବାୟୁ ମାଧ୍ୟମ ଦେଇ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ବାୟୁ ମାଧ୍ୟମରେ ଏହି ଭୂତାଣୁ କିଛି ଦୂର ଯାତ୍ରା ମଧ୍ୟ କରିପାରେ । ହେଲେ ଏହି ଭୂତାଣୁ ବାୟୁରେ ଦୀର୍ଘ ସମୟ ନୁହେଁ ମାତ୍ର କିଛି ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ୱେଣ୍ଡି ପ୍ରକାଶ କରିଛନ୍ତି ।

ଏହାର ସମାଧାନ ସ୍ବରୂପ କୌଣସି ବ୍ୟକ୍ତି କୋରୋନାରେ ସଂକ୍ରମିତ ହେବାର ତୁରନ୍ତ ପରେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରିବା ଏକାନ୍ତ ଆବଶ୍ୟକ । ନଚେତ୍‌ ଏହା ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟ ସଂକ୍ରମିତ କରିବାର ସମ୍ଭାବନା ରହିଛି । ସେପଟେ ଏହି ଭୂତାଣୁ ବାୟୁରେ 1ରୁ 1.5 ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରିବେ ନେଇ ଆକଳନ କରାଯାଇଛି । ଏନେଇ ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଥିବା ବେଳେ ଏହି ତଥ୍ୟକୁ ଅନୁଶୀଳନ କରି ରବିବାର ୱେଣ୍ଡି ଏହି ନୂଆ ମତ ପ୍ରକାଶ କରିଛନ୍ତି ।

ୱେଣ୍ଡି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମତକୁ ଦୋହରାଇ କହିଛନ୍ତି କି କୌଣସି ଭିଡ ଅଞ୍ଚଳ କିମ୍ବା ବନ୍ଦ କୋଠରୀ ଓ ଭେଣ୍ଟିଲେସନର ଅଭାବ ଥିବା ସ୍ଥାନରେ ବାୟୁ ମାଧ୍ୟମରେ ଭୂତାଣୁ ସଂକ୍ରମଣକୁ ଏଡାଇ ଦିଆଯାଇନପାରେ । ଏନେଇ ଅଧ୍ୟୟନ ଜାରି ରହିଥିବା ମଧ୍ୟ ଡବ୍ଲୁଏଚଓ ପ୍ରକାଶ କରିସାରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.