ETV Bharat / international

କାଟାଲୋନିଆରେ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଣି ଲକଡାଉନ ଲାଗୁ - ସ୍ପେନରେ କୋରୋନା ଅପଡେଟ

ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖେ ସ୍ପେନର କାଟାଲୋନିଆ ପ୍ରାନ୍ତରେ ପୁଣି ଜାରି ହୋଇଛି ଲକଡାଉନ କଟକଣା । ଏହି ପ୍ରାନ୍ତରେ ପ୍ରାୟ 2,10,000 ଲୋକେ ରହୁଥିବା ବେଳେ ସ୍ଥାନୀୟ ସଂକ୍ରମଣକୁ ରୋକିବାକୁ ହେଲେ ପୁଣି ଲକଡାଉନ ଲାଗୁ କରିବାକୁ ହେବ ବୋଲି ରାଷ୍ଟ୍ରପତି କ୍ବିମ ଟୋରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

corona situation in spain, lockdown reimposed in spain's catalonia, corona update in spain, lockdown reimposition in spain, ସ୍ପେନରେ କୋରୋନା ସ୍ଥିତି, ସ୍ପେନର କାଟାଲୋନିଆରେ ପୁଣି ଲକଡାଉନ, ସ୍ପେନରେ କୋରୋନା ଅପଡେଟ, ସ୍ପେନରେ ପୁଣି ଲକଡାଉନ
କାଟାଲୋନିଆରେ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଣି ଲକଡାଉନ ଲାଗୁ
author img

By

Published : Jul 6, 2020, 3:24 AM IST

ବାର୍ସିଲୋନା: ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖେ ସ୍ପେନର କାଟାଲୋନିଆ ପ୍ରାନ୍ତରେ ପୁଣି ଜାରି ହୋଇଛି ଲକଡାଉନ କଟକଣା । ଏହି ପ୍ରାନ୍ତରେ ପ୍ରାୟ 2,10,000 ଲୋକେ ରହୁଥିବା ବେଳେ ସ୍ଥାନୀୟ ସଂକ୍ରମଣକୁ ରୋକିବାକୁ ହେଲେ ପୁଣି ଲକଡାଉନ ଲାଗୁ କରିବାକୁ ହେବ ବୋଲି ରାଷ୍ଟ୍ରପତି କ୍ବିମ ଟୋରା ସୂଚନା ଦେଇଛନ୍ତି । କ୍ବିମ ଏହା ମଧ୍ୟ କହିଛନ୍ତି କି ବାର୍ସିଲୋନାର ପଶ୍ଚିମରେ ଥିବା ସେଗ୍ରିଆରେ ସଂକ୍ରମଣର ଅଧିକ ଆଶଙ୍କା ରହିଥିବାରୁ ଏଠାରେ କଟକଣାକୁ କଡାକଡି କରାଯାଇଛି ।

ଶନିବାର ଅପରାହ୍ନରୁ ଲାଗୁ ହୋଇଥିବା କଟକଣା ଅନୁଯାୟୀ ସେଗ୍ରିଆ ଓ ଲେଇଡାଠାରେ ବସବାସ କରୁଥିବା ନାଗରିକ ବିନା କାରଣରେ ଅନ୍ୟ ସହର ବା ଅଞ୍ଚଳକୁ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେପଟେ କାର୍ଯ୍ୟ ଉଦ୍ଦେଶ୍ୟରେ ଅନ୍ୟ ଅଞ୍ଚଳରୁ ଏଠାକୁ ଆସିଥିବା ନାଗରିକମାନେ ସହର ଛାଡିପାରିବା ପାଇଁ ଅନୁମତି ରହିଛି । ଏଥିସହ ସହରରେ ଯାତାୟତ ଉପରେ ରୋକ ଲଗାଇବା ପାଇଁ ଏକାଧିକ ପୋଲିସ ଟେକପଏଣ୍ଟର ବ୍ୟବସ୍ଥା କରାଯାଇଛି ।

ଏହି ସମସ୍ତ ଅଞ୍ଚଳରେ ସର୍ବାଧିକ 10 ଜଣ ଲୋକେ ଏକାଠି ହୋଇପାରିବା ନେଇ ଅନୁମତି ରହିଛି । ସେପଟେ ଲେଇଡାରେ ଅର୍ଣ୍ଣଉ ଡେ ଭିଲାନୋଭାରେ ଥିବା ଏକ ଡାକ୍ତରଖାନା ବାହାରେ 105 ଶଯ୍ୟ ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି । ସ୍ପେନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଦେଶରେ କୋରୋନା ଦ୍ବାରା ଦ୍ବିତୀୟ ସର୍ବାଧିତ କ୍ଷତିଗ୍ରସ୍ତ ପ୍ରାନ୍ତ ହେଉଛି କାଟାଲୋନିଆ । ତେଣୁ ଏହି ଅଞ୍ଚଳର ବାସିନ୍ଦାଙ୍କ ସୁରକ୍ଷା ପାଇଁ କଟକଣା ପୁଣି ଲାଗୁ କରାଯିବା ଏକମାତ୍ର ଉପାୟ ପାଲଟିଛି ।

ସ୍ପେନରେ ବର୍ତ୍ତମାନ ସୁଦ୍ଧା 2,50,545 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 28,385 ଜଣଙ୍କର ମୃତ୍ୟୁ ହୋଇସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.