ETV Bharat / international

ବ୍ରିଟେନରେ ସାଧାରଣ ଅପେକ୍ଷା କୋରୋନା ମୃତ୍ୟୁ ସଂଖ୍ୟା ଅଧିକ

author img

By

Published : May 26, 2020, 11:22 PM IST

ଏବେ ଯାଏଁ ବ୍ରିଟେନରେ 46 ହଜାର ମୃତ୍ୟୁ ଘଟିଛି । ଏଥିରେ କୋରୋନାଜନିତ ମୃତ୍ୟୁ 36 ହଜାର 914 ରହିଛି । ଅଧିକ ପଢନ୍ତୁ...

ବ୍ରିଟେନରେ ସାଧାରଣ ଅପେକ୍ଷା କୋରୋନା ମୃତ୍ୟୁ ଅଧିକ
ବ୍ରିଟେନରେ ସାଧାରଣ ଅପେକ୍ଷା କୋରୋନା ମୃତ୍ୟୁ ସଂଖ୍ୟା ଅଧିକ

ଲଣ୍ଡନ: ବ୍ରିଟେନରେ ଏପର୍ଯ୍ୟନ୍ତ ଯେତେ ମୃତ୍ୟୁ ଘଟିଛି ସେଥିରେ କୋରୋନାଜନିତ ମୃତ୍ୟୁ ଅଧିକ ରହିଛି । ମଙ୍ଗଳବାର ଏକ ରିପୋର୍ଟ ଅନୁସାରେ ଏହି ତଥ୍ୟ ଜଣାପଡିଛି । ଏଥିରେ ବ୍ରିଟେନରେ ମୋଟ ମୃତ୍ୟୁ ସଂଖ୍ୟାରେ ଅଧିକ କୋରୋନା ମୃତ୍ୟୁ ଥିବା ଦର୍ଶାଯାଇଛି ।

ଏବେ ଯାଏଁ ବ୍ରିଟେନରେ 46 ହଜାର ମୃତ୍ୟୁ ଘଟିଛି । ଏଥିରେ କୋରୋନାଜନିତ ମୃତ୍ୟୁ 36 ହଜାର 914 ରହିଛି । ଇଂଲଣ୍ଡ, ୱେଲ୍ସ, ସ୍କଟଲାଣ୍ଡ, ଉତ୍ତର ଆୟର୍ଲାଣ୍ଡରେ ଏହି ସମସ୍ତ ମୃତ୍ୟୁ ରେକର୍ଡ ହୋଇଛି । ତେବେ ଏହି ସମସ୍ତ ଜାଗାରେ ସାଧାରଣ ଅପେକ୍ଷା କୋରୋନା ମୃତ୍ୟୁ ଅଧିକ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ତଥ୍ୟ ଅନୁସାରେ ସାଧାରଣତଃ ବ୍ରିଟେନରେ ଯେତିକି ମୃତ୍ୟୁ ରହିଥାଏ ତାହା ଅପେକ୍ଷା ଚଳିତ ମାସରେ ଅଧିକ କୋରୋନା ମୃତ୍ୟୁ ରହିଛି । ୟୁରୋପର ସମସ୍ତ ଦେଶ ମଧ୍ୟରେ ବ୍ରିଟେନରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି । କୋରୋନା ଛଡା ଅନ୍ୟ ମୃତ୍ୟୁର କାରଣ ବିଭିନ୍ନ ରୋଗ ବୋଲି ଜଣାପଡିଛି । ସ୍ପେନରେ ମଧ୍ୟ ସାଧାରଣ ମୃତ୍ୟୁ ଅପେକ୍ଷା କୋରୋନାଜନିତ ମୃତ୍ୟୁ ଅଧିକ ରହିଛି ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.