ETV Bharat / international

ବ୍ରାଜିଲରେ କୋରୋନା ମୃତ୍ୟୁସଂଖ୍ୟା 30 ହଜାର ପାର

author img

By

Published : Jun 3, 2020, 11:38 AM IST

Updated : Jun 3, 2020, 1:13 PM IST

କୋରୋନା କାୟାରେ ସମଗ୍ର ବିଶ୍ବ । ଏହା ମଧ୍ୟରେ ବ୍ରାଜିଲରେ କୋରୋନା ଭାଇରସ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଗତ 24 ଘଣ୍ଟାରେ ବ୍ରାଜିଲରେ 1,262 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା 30 ହଜାର ପାର କରିଛି ।

_corona
ବ୍ରାଜିଲରେ 30 ଲକ୍ଷ ପାର କଲା କୋରୋନା ମୃତ୍ୟୁ ସଂଖ୍ୟା

ବ୍ରାସିଲିଆ: କୋରୋନା କାୟାରେ ସମଗ୍ର ବିଶ୍ବ । ଏହା ମଧ୍ୟରେ ବ୍ରାଜିଲରେ କୋରୋନା ଭାଇରସ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଗତ 24 ଘଣ୍ଟାରେ ବ୍ରାଜିଲରେ 1262 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା 30 ହଜାର ପାର କରିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବ୍ରାଜିଲରେ 28,936 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଦ୍ବାରା ବ୍ରାଜିଲ ବର୍ତ୍ତମାନ କୋରୋନା ଭାଇରସ ଦୃଷ୍ଟିରୁ ଦ୍ବିତୀୟ ସର୍ବାଧିକ ଦେଶରେ ପହଞ୍ଚିଛି ।

ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରାଜିଲରେ ବର୍ତ୍ତମାନ ସର୍ବାଧିକ 5,55,383 କୋରୋନା ଆକ୍ରାନ୍ତ ରହିଛନ୍ତି । ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବ୍ରାଜିଲରେ ବର୍ତ୍ତମାନ କୋରୋନା ମୃତ୍ୟୁ ସଂଖ୍ୟା 31,199ରେ ପହଞ୍ଚିଛି । ଆମେରିକା, ବ୍ରିଟେନ୍ ଏବଂ ଇଟାଲୀ ପରେ ବ୍ରାଜିଲରେ ସର୍ବାଧିକ କୋରୋନା ମୃତ୍ୟୁ ଘଟିଛି । ବିଶେଷଜ୍ଞମାନଙ୍କ ଅନୁମାନ କରିଛନ୍ତି ଯେ ବ୍ରାଜିଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 15 ଗୁଣ ଅଧିକ ଅଟେ ।

ସେ କହିଛନ୍ତି ଯେ, 21 କୋଟି ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲରେ ବହୁତ କମ୍ ପରୀକ୍ଷା କରାଯାଉଛି। ଚିନ୍ତାର ବିଷୟ ଏହା ଯେ ସାଓ ପାଉଲୋ ସହରରେ ଗତ ମଙ୍ଗଳବାର ସର୍ବାଧିକ ସଂଖ୍ୟକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏବେବି ସେଠାରେ ସପିଂ ମଲ୍ ଏବଂ ବିଭିନ୍ନ କାର୍ଯ୍ୟାଳୟ ଖୋଲାଯାଉଛି। କେବଳ ସାଓ ପାଉଲୋ ସହରରେ 120,000 କୋରୋନା ଆକ୍ରାନ୍ତ ଥିବାବେଳେ 8000 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Last Updated : Jun 3, 2020, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.