ETV Bharat / international

ବେଲଜିୟମରୁ ହଟିବ ଲକଡାଉନ, ଜାରି ହେଲା ପ୍ଲାନ ସିଟ୍‌ - ବେଲଜିୟମରେ ଲକଡାଉନ ନିୟମ କୋହଳ

ଧିରେ ଧିରେ ହଟିବାକୁ ଯାଉଛି ବେଲଜିୟମ ଉପରୁ ଲକଡାଉନ କଟକଣା । ଗତ ମାର୍ଚ୍ଚ 12ରୁ ସାରା ଦେଶରେ ଲାଗୁ ହୋଇଥିବା ଏହି ଲକଡାଉନ ଆସନ୍ତା ମେ 4ରେ ଖୋଲିବା ନେଇ ଶନିବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସୋଫି ୱିଲମ୍ସ ।

lockdown in belgium, corona lockdown, lockdown, lockdown to lift in belgium, coronavirus news, ବେଲଜିୟମରେ ଲକଡାଉନ, କୋରୋନା ଲକଡାଉନ, ଲକଡାଉନ, ବେଲଜିୟମରେ ଲକଡାଉନ ନିୟମ କୋହଳ, କୋରୋନା ଭାଇରସ ନ୍ୟୁଜ୍‌
ବେଲଜିୟମରୁ ହଟିବ ଲକଡାଉନ, ଜାରି ହେଲା ପ୍ଲାନ ସିଟ୍‌
author img

By

Published : Apr 25, 2020, 6:36 PM IST

ବ୍ରୁସେଲ୍ସ: ଧିରେ ଧିରେ ହଟିବାକୁ ଯାଉଛି ବେଲଜିୟମ ଉପରୁ ଲକଡାଉନ କଟକଣା । ଗତ ମାର୍ଚ୍ଚ 12ରୁ ସାରା ଦେଶରେ ଲାଗୁ ହୋଇଥିବା ଏହି ଲକଡାଉନ ଆସନ୍ତା ମେ 4ରେ ଖୋଲିବା ନେଇ ଶନିବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସୋଫି ୱିଲମ୍ସ । ତେବେ ଦେଶରୁ ପର୍ଯ୍ୟାୟକ୍ରମେ ଲକଡାଉନ କଟକଣା ହଟିବେ ନେଇ ସେ ସ୍ପଷ୍ଟ କରିଛନ୍ତି । ଏନେଇ ସେ ଦୀର୍ଘ ସମୟର ଆଲୋଚନା ପରେ ଏକ ପ୍ଲାନ ସିଟ୍‌କୁ ମଧ୍ୟ ଗଣମାଧ୍ୟମକୁ ଦର୍ଶାଇଛନ୍ତି ।

ଘୋଷଣା ମୁତାବକ ଆସନ୍ତା ମେ 4ରେ ସର୍ବପ୍ରଥମେ ଦେଶର ବୟନ ଶିଳ୍ପ ବ୍ୟବସାୟ ସବୁ ଖୋଲିବ । ବର୍ତ୍ତମାନ ସମୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାରୁ ଆଗାମୀ ଦିନମାନଙ୍କ ପାଇଁ ପର୍ଯ୍ୟାପ୍ତ ମାସ୍କର ଆବଶ୍ୟକତାକୁ ପୂରଣ କରିବ ଏହି ଶିଳ୍ପ । ଏହାପରେ ଆଗାମୀ ସପ୍ତାହେ ପରେ ଅନ୍ୟ ସମସ୍ତ ବ୍ୟବସାୟ ଧିରେ ଧିରେ ଖୋଲିବାର ନିଷ୍ପତ୍ତି ହୋଇଛି । ସେହିପରି ଦେଶର ସ୍କୁଲ ଗୁଡିକ ମେ 18ରୁ ଖୋଲିବା ନେଇ ଘୋଷଣା ହୋଇଛି । ହେଲେ ଗୋଟିଏ ଶ୍ରେଣା କକ୍ଷରେ 10ରୁ ଅଧିକ ଛାତ୍ରଛାତ୍ରୀ ନ ରହିବା ନେଇ ଜାରି ହୋଇଛି ନିର୍ଦ୍ଦେଶ ।

ଅନ୍ୟପଟେ କ୍ୟାଫେ ଓ ରେସ୍ତୋରାଁ ଆଦି ଦୁନ 8 ପୂର୍ବରୁ ଖୋଲିବ ନାହିଁ ବୋଲି କୁହାଯାଇଛି । ହେଲେ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ମଧ୍ୟ ସୋଫି କହିଛନ୍ତି । ସେ ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ବିବରଣୀ ଦେଇ କହିଛନ୍ତି କି ଜନ ହପକିନ୍ସ ୟୁନିଭର୍ସିଟିର ଟାଲି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବେଲଜିୟମରେ 44,293 ଲୋକେ ଆକ୍ରାନ୍ତ ରହିଛନ୍ତି । ଏଥିସହ 6,679 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.