ETV Bharat / international

Holi 2022: ଭାରତୀୟ ଅଷ୍ଟ୍ରେଲିୟ ସମ୍ପ୍ରଦାୟକୁ ମୋରିସନଙ୍କ ଶୁଭେଚ୍ଛା

author img

By

Published : Mar 18, 2022, 10:58 AM IST

ସୁଦୂର ଅଷ୍ଟ୍ରେଲିଆରୁ ମଧ୍ୟ ଆସିଛି ହୋଲି ଶୁଭେଚ୍ଛା । ଭାରତୀୟ ଅଷ୍ଟ୍ରେଲିୟ ସମ୍ପ୍ରଦାୟକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଅଧିକ ପଢନ୍ତୁ

ଭାରତୀୟ ଅଷ୍ଟ୍ରେଲିୟ ସମ୍ପ୍ରଦାୟକୁ ମୋରିସନଙ୍କ ଶୁଭେଚ୍ଛା

କାନବେରା: ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତଙ୍କ ଜୀବନ ରଙ୍ଗମୟ ହୋଇଥାଏ । ଏହି ପବିତ୍ର ଦିନରେ ଭାରତୀୟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୁଦୁର ଅଷ୍ଟ୍ରେଲିଆରୁ ମଧ୍ୟ ଆସିଛି ହୋଲି ଶୁଭେଚ୍ଛା । ଭାରତୀୟ ଅଷ୍ଟ୍ରେଲିୟ ସମ୍ପ୍ରଦାୟକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ।

ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ସେ ପ୍ରଥମେ ସମସ୍ତ ଭାରତୀୟ ଅଷ୍ଟ୍ରେଲିୟ ସମ୍ପ୍ରଦାୟଙ୍କୁ ନମସ୍କାର କରିଛନ୍ତି । ଭାରତୀୟ ଅଷ୍ଟ୍ରେଲିୟଙ୍କ ପାଇଁ ହୋଲି ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଏହି ପୁରାତନ ରଙ୍ଗର ପର୍ବ ସମସ୍ତଙ୍କୁ ଏକାଠୀ କରିଥାଏ ଖୁସି ଆନନ୍ଦ ଓ ଉଲ୍ଲାସ ପାଳନ କରିବାକୁ ବୋଲି କହିଛନ୍ତି । ସମସ୍ତ ଭାରତୀୟ ଅଷ୍ଟ୍ରେଲିଆଙ୍କୁ ମୁଁ ଧନ୍ୟବାଦ ଦେଉଛି ସେମାନେ କେବଳ ତାଙ୍କ ପରିବାର ନୁହେଁ ଅଷ୍ଟ୍ରେଲିଆବାସୀଙ୍କୁ ମଧ୍ୟ ଭଲ ପାଇବା ଦେଇଛନ୍ତି । ଏହା ପର୍ବ ଆମ ସମସ୍ତଙ୍କୁ ଏକାଠୀ ଏକତା ଓ ବନ୍ଧୁତ୍ବର ବନ୍ଧନର ବାନ୍ଧି ରଖିଛି । ଏହା ଆଗାମୀ ପିଢୀଙ୍କ ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି ମୋରିସନ ।

ସେ ଆହୁରି କହିଛନ୍ତି ଚଳିତ ବର୍ଷ ହୋଲି ଅଧିକ ଅର୍ଥ ରହିଛି । ଆମେ ମହାମାରୀ କୋରୋନା ଦ୍ବିତୀୟ ଲହରର ଶେଷରେ ପହଞ୍ଚିଛେ ମାତ୍ରେ ଆମ ପରିବାର, ସମ୍ପ୍ରଦାୟ ଏବଂ ବିଶ୍ବାସକୁ ବଞ୍ଚାଇ ରଖିଥିବା ଅନେକ ଜିନିଷ ପାଇଁ ଆମେ କୃତଜ୍ଞ ବୋଲି କହିଛନ୍ତି ମୋରିସନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.