ETV Bharat / international

ଆର୍ଥିକ ସ୍ଥିତି ସୁଧାରିବାକୁ ଅଷ୍ଟ୍ରେଲିଆରେ ଖୋଲିବ କାଫେ ଓ ରେଷ୍ଟୁରାଣ୍ଟ - Australia to reopen restaurants, cafes in first phase

ଅଷ୍ଟ୍ରେଲିଆରେ ହ୍ରାସ ପାଉଛି ନୂତନ କୋରୋନା ମାମଲା । ଯାହାକୁ ଦୃଷ୍ଟିରେ ଅଷ୍ଟ୍ରେଲିଆରେ ଖୋଲାଯିବ ରେଷ୍ଟୁରାଣ୍ଟ ଓ ଛୋଟ ଛୋଟ କାଫେ । ଅଧିକ ପଢନ୍ତୁ...

ଆର୍ଥିକ ସ୍ଥିତି ସୁଧାରିବାକୁ ଅଷ୍ଟ୍ରେଲିଆରେ ଖୋଲିବ କାଫେ ଓ ରେଷ୍ଟୁରାଣ୍ଟ

author img

By

Published : May 8, 2020, 3:27 PM IST

ସିଡନୀ: ମହାମାରୀ କୋଭିଡ-19 ଯୋଗୁଁ କୋମାରେ ଆର୍ଥିକ ଅବସ୍ଥା । ଅଷ୍ଟ୍ରେଲିଆରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସ୍ଥାପନା କରିବାକୁ ଖୋଲିବ ରେଷ୍ଟୁରାଣ୍ଟ ଓ ଛୋଟ ଛୋଟ କାଫେ ସେଣ୍ଟର । ତିନିଟି ପର୍ଯ୍ୟାୟରେ ଏସବୁ ଖୋଲାଯିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ସରକାର ।

ଦେଶର ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ପର୍ଯ୍ୟାୟ କ୍ୟାଲେଣ୍ଡର ଘୋଷଣା କରିଛନ୍ତି ବୋଲି ଇଫେ ନ୍ୟୁଜ୍ ରିପୋର୍ଟ ପ୍ରକାଶ କରିଛି ।

ଦେଶରେ ଦୈନିକ ନୂତନ କୋରୋନା ମାମଲାରେ ହ୍ରାସ ଘଟୁଛି । ଗତ ଗୁରୁବାର 22ଟି ମାମଲା ଚିହ୍ନଟ ହୋଇଛି । ତେଣୁ ସରକାର ସ୍ବାଭାବିକ ସ୍ଥିତିକୁ ଫେରିବା ପାଇଁ ସରକାର ପ୍ରାଥମିକ ପଦକ୍ଷେପ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସଂଯୋଜନା ପାଇଁ ଅନୁମତି ମିଳିବ । ପିଲାମାନେ ସ୍କୁଲ ଯାଇପାରିବେ ଏବଂ ଖେଳ ପଡିଆରେ ଖେଳି ପାରିବେ । ପ୍ରଥମ ପର୍ଯ୍ୟାୟରେ କାଫେଗୁଡିକର ସାମାଜିକ ଦୂରତ୍ବ ରକ୍ଷା କରିବେ । କୌଣସି ଏକ ମିଟିଂ ପାଇଁ 10 ଜଣଙ୍କ କିମ୍ବା ଗୋଟିଏ ଘରକୁ ଅତି କମରେ ପାଞ୍ଚ ଜଣ ଅତିଥି ଆସିପାରିବେ । ଏହା ବ୍ୟତୀତ ପୁଲରେ ପହଁରି ପାରିବେ ।

ମୋରିସନ୍ କହିଛନ୍ତି ଯଦି ଯୋଜନା ଅନୁସାରେ ଏହା କାମ ନ କରେ ତେବେ ଆଗକୁ ଆହୁରି ବିପଦ ରହିବ । ତେଣୁ ପ୍ରଥମ ପର୍ଯ୍ୟାୟକୁ ଏବେ କାର୍ଯ୍ୟକାରୀ କରାଯିବ ନାହିଁ । ଦେଶରେ ପ୍ରାୟ 6,900 ଲୋକ COVID-19 ଦ୍ବାରା ସଂକ୍ରମିତ ହୋଇଛନ୍ତି । ନ୍ୟୁ ସାଉଥ ୱେଲ୍ସ ଏବଂ ଭିକ୍ଟୋରିଆ ରାଜ୍ୟରେ 97 ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ 100 ରୁ ଅଧିକ ଲୋକଙ୍କ ସହ ବୈଠକ କରିବାକୁ ଅନୁମତି ଦିଆଯିବ । ଏବଂ ଅନ୍ୟାନ୍ୟ ବ୍ୟବସାୟ ଯେପରିକି ସେଲୁନ୍, ଜିମ୍ ଆଦି ଖୋଲାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.