ETV Bharat / international

ଅଗ୍ନିପ୍ରଳୟ ପରେ ଖାଦ୍ୟ ଅଭାବ: ଭୋକିଲା ଜନ୍ତୁଙ୍କ ପାଇଁ ଅଜଡା ହେଲା ଟମାଟୋ-ଗାଜର

ଅଷ୍ଟ୍ରେଲିଆ ନ୍ୟୁସାଉଥ ୱେଲ୍ସର ଜଙ୍ଗଲରେ ଗତ ଦୁଇ ମାସ ଧରି ଯେଉଁ  ନିଆଁ ଲାଗିଥିଲା ଏବେ ନିଆଁ ଶାନ୍ତ ପଡିଛି । ସରକାର ଶାକାହାରୀ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ଆକାଶମାର୍ଗରୁ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଅଜଡା ଯାଇଛି । ଅଧିକ ପଢନ୍ତୁ...

Australia is dropping thousands of veggies from helicopters
ଡିଜାଇନ ଫଟୋ
author img

By

Published : Jan 13, 2020, 8:32 AM IST

କାନବେରା: ଅଷ୍ଟ୍ରେଲିଆ ନ୍ୟୁସାଉଥ ୱେଲ୍ସର ଜଙ୍ଗଲରେ ଗତ ଦୁଇ ମାସ ଧରି ଯେଉଁ ନିଆଁ ଲାଗିଥିଲା ଏବେ ନିଆଁ ଶାନ୍ତ ପଡିଛି , ହେଲେ ସବୁଜ, ଜୀବଜନ୍ତୁଙ୍କ ଗହଳିରେ କୋଳାହଳମୟ ଜଙ୍ଗଲ ଏବେ ସ୍ଥାଣୁ ପାଲଟିଯାଇଛି । ନିଆଁର ଗ୍ରାସରୁ ବଞ୍ଚିଯାଇଥିବା ଜୀବଜନ୍ତୁ ଏବେ ଖାଦ୍ୟ ସନ୍ଧାନରେ । ଏଥିପାଇଁ ନ୍ୟୁସାଉଥ ୱେଲସ ସରକାର ଶାକାହାରୀ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ଆକାଶମାର୍ଗରୁ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟଦ୍ରବ୍ୟ ଅଜାଡିଛନ୍ତି ସରକାର ।

ସୂଚନା ଅନୁସାରେ ନିଆଁ ଆୟତ୍ତ ହେବା ପରେ ଜଙ୍ଗଲ ଆଖପାଖରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ନ୍ୟୁ ସାଉଥ ୱେଲସ ଶକ୍ତି ଓ ପରିବେଶ ମନ୍ତ୍ରୀ ମ୍ୟାଟ କେନ୍‌ କହିଛନ୍ତି ଯେ, ଆକାଶମାର୍ଗରୁ ହେଲିକପ୍ଟର ଯୋଗେ 2000 ପାଉଣ୍ଡ(1000କିଲୋ) ଟମାଟୋ ଓ ଗାଜର ଅଗ୍ନି ପ୍ରଭାବିତ ଅଞ୍ଚଳରେ ଢଳାଯାଇଛି । ପ୍ରଥମ ଥର ପାଇଁ ଜୀବଜନ୍ତୁଙ୍କୁ ଏଭଳି ଖାଦ୍ୟ ଅଷ୍ଟ୍ରେଲିଆରେ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି ।

ଉଲ୍ଲେଖ ଯେ, ଅଷ୍ଟ୍ରେଲିଆ ନ୍ୟୁସାଉଥ ୱେଲ୍ସର ଜଙ୍ଗଲରେ ଅଗ୍ନିପ୍ରଳୟ ସାରା ବିଶ୍ବକୁ ନିଆଁର କରାଳ ଓ ଭୀଷଣ ତାଣ୍ଡବଲୀଳା ଦେଖାଇଥିଲା । ଥମିବାର ନାଁ ନେଉ ନଥିବା ନିଆଁର ଆଁରେ କୋଟି କୋଟି ଜୀବଜନ୍ତୁ ଜଳିପୋଡି ପାଉଁଶ ହୋଇଯାଇଥିଲେ । ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ବିଶାଳ ଜଙ୍ଗଲ ଶ୍ମଶାନରେ ପରିଣତ ହୋଇଯାଇଥିଲା । ଆକଳନ ଅନୁଯାୟୀ ପାଖାପାଖି 50କୋଟି ଜୀବଜନ୍ତୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାସହ ପାଖାପାଖି 20ରୁ ଉର୍ଦ୍ଧ୍ବ ଆଦିବାସୀ ଏହି ବନାଗ୍ନୀରେ ପ୍ରାଣ ହରାଇଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.