ETV Bharat / international

କୋରୋନା ମହାମାରୀ ପାଇଁ ଜି7 ସମ୍ମିଳନୀରେ ଭାଗ ନେବେନି ଆଞ୍ଜେଲା ମର୍କେଲ

ଏନେଇ ମେ’ 20ରେ ଟ୍ରମ୍ପ ଜୁନ ମାସ ଶେଷ ସପ୍ତାହ ଆଡକୁ ୱାଶିଂଟନରେ ଜି7 ସମ୍ମିଳନୀର ଆୟୋଜନ ନେଇ ଘୋଷଣା କରିଥିଲେ । ଯେଉଁଥିରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ । ଅଧିକ ପଢ଼ନ୍ତୁ...

angela merkel not to participate in g7, angela merkel, germany chancellor angela merkel, corona effect on G7, G7 summit, ଜି7ରେ ଯୋଗ ଦେବେନି ଆଞ୍ଜେଲା ମର୍କେଲ, ଆଞ୍ଜେଲା ମର୍କେଲ, ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ, ଜି7ରେ କୋରୋନା ପ୍ରଭାବ, ଜି7 ସମ୍ମିଳନୀ
କୋରୋନା ମହାମାରୀ ପାଇଁ ଜି7 ସମ୍ମିଳନୀରେ ଭାଗ ନେବେନି ଆଞ୍ଜେଲା ମର୍କେଲ
author img

By

Published : May 31, 2020, 1:05 AM IST

ବର୍ଲିନ: ଚଳିତବର୍ଷ କୋରୋନା ମହାମାରୀକୁ ନେଇ ସାରା ବିଶ୍ବ ଚିନ୍ତାଗ୍ରସ୍ତ । ଏମିତିରେ ଜି7 ସମ୍ମିଳନୀରେ ଚଳିତବର୍ଷ ଅତି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ପାଇଁ ଆହ୍ବାନ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ମେ’ 20ରେ ଟ୍ରମ୍ପ ଜୁନ ମାସ ଶେଷ ସପ୍ତାହ ଆଡକୁ ୱାଶିଂଟନରେ ଜି7 ସମ୍ମିଳନୀର ଆୟୋଜନ ନେଇ ଘୋଷଣା କରିଥିଲେ । ଯେଉଁଥିରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ।

ଏନେଇ ସୂଚନା ଦେଇଛନ୍ତି ଜର୍ମାନୀର ସରକାରୀ ମୁଖପାତ୍ର ଷ୍ଟିଫେନ ସୈବର୍ଟ । ନିର୍ଦ୍ଧାରିତ ସୂଚୀ ମୁତାବକ ଜି7 ସମ୍ମିଳନୀ ଜୁନ 10ରୁ 12 ପର୍ଯ୍ୟନ୍ତ ଆୟୋଜିତ ହେବାର ଯୋଜନା ରହିଥିଲା । ଏହା ମ୍ୟାରିଲାଣ୍ଡର କ୍ୟାମ୍ପ ଡେଭିଡରେ ଆୟୋଜିତ ହେବାର ଥିଲା । ହେଲେ କୋରୋନା ମହାମାରୀ ପାଇଁ ଏହି ନିର୍ଦ୍ଧାରିତ ଯୋଜନାରେ ପରିବର୍ତ୍ତନ କରାଯାଇ ମାର୍ଚ୍ଚ ମାସରେ ଭିଡିଓ କନଫରେନ୍ସିଂରେ ସମ୍ମିଳନୀ କରିବା ପାଇଁ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ ।

ଏହା ପୂର୍ବରୁ ମର୍କେଲ ସମ୍ମିଳନୀରେ ନିଜ ଉପସ୍ଥିତି ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ହେଲେ ଶନିବାର ସେ ସରକାରୀଭାବେ ନିଜ ଅନୁପସ୍ଥିତି ଘୋଷଣା କରିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଜି7 ଓ ଜି20 ସମ୍ମିଳୀ ଯେକୌଣସି ପ୍ରକାରରେ ହେଉ ନା କାହିଁକି ସେ ବହୁ ପକ୍ଷ ପାଇଁ ନିଜ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.