ETV Bharat / international

‘ଚୀନ ଭଳି ଅନ୍ୟଦେଶ ବି କୋରୋନା ମୃତ୍ୟୁ ସଂଖ୍ୟାରେ ସଂଶୋଧନ କରିବେ’ - corona death rate in world

ଅନେକ ଦେଶ ଚୀନ ପରି ସେମାନଙ୍କ ମୃତ୍ୟୁ ସଂଖ୍ୟାକୁ ସଂଶୋଧନ କରିପାରିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

WHO
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
author img

By

Published : Apr 19, 2020, 6:50 AM IST

ଜେନିଭା: ଅନେକ ଦେଶ ଚୀନ ପରି ସେମାନଙ୍କ ମୃତ୍ୟୁ ସଂଖ୍ୟାକୁ ସଂଶୋଧନ କରିପାରିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । WHOର କହିବାନୁସାରେ, ଉହାନରେ ଏହି ସଂକ୍ରମଣ ଅତି ଶୀଘ୍ର ବ୍ୟାପିଗଲା ଏବଂ ପ୍ରତ୍ୟେକ ମୃତ୍ୟୁ ଓ ସଂକ୍ରମଣର ମାମଲା ପଞ୍ଜିକରଣ କରିବା କର୍ତ୍ତୃପକ୍ଷଙ୍କ ପାଇଁ କଷ୍ଟସାଧ୍ୟ ହେଲା।

ଉହାନର ଅଧିକାରୀ ପ୍ରଥମେ ଏହି ସଂକ୍ରମଣକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ଏହି ସଂକ୍ରମଣ ବିଷୟରେ ଅନଲାଇନରେ ସଚେତନ ହୋଇଥିବା ଡାକ୍ତରମାନଙ୍କୁ କଡା ତାଗିଦ୍ ମଧ୍ୟ କରାଯାଇଥିଲା । ଏହାପରେ ସଂକ୍ରମଣର ମାମଲା ପଞ୍ଜିକରଣ ପାଇଁ ଚୀନ ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିଲା ।

କୋଭିଡ -19 ସହ ଜଡିତ ବୈଷୟିକ ତଥ୍ୟ ପାଇଁ WHO ର ନେତୃତ୍ବ ନେଉଥିବା ମାରିଆ ୱାନ କେର୍ଖୋଭ କହିଛନ୍ତି ଯେ, ସଂକ୍ରମଣ ଜାରି ରହିଥିବାବେଳେ ପ୍ରତ୍ୟେକ ମାମଲା ଏବଂ ମୃତ୍ୟୁ ଚିହ୍ନଟ କରିବା ଚ୍ୟାଲେଞ୍ଜ ଅଟେ। ସେ ଆହୁରୀ କହିଛନ୍ତି ଯେ, ଉହାନରେ ସ୍ବାସ୍ଥ୍ୟସେବା ଉପରେ ଅନେକ କାର୍ଯ୍ୟ ଚାପ ରହିଛି, କିଛି ରୋଗୀ ଘରେ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନ୍ୟମାନେ ଅସ୍ଥାୟୀ କେନ୍ଦ୍ରରେ ଅଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଧ୍ୟାନ ରୋଗୀଙ୍କ ଚିକିତ୍ସା ଉପରେ ଥିଲା, ତେଣୁ ସେମାନେ କାଗଜପତ୍ର ଠିକ୍ ସମୟରେ କରିନଥିଲେ।

ଅନ୍ୟପକ୍ଷେ WHO ର ଜରୁରୀକାଳୀନ ବ୍ୟାପାର ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି, ‘ସମସ୍ତ ଦେଶ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବେ। କିନ୍ତୁ ଯଥାଶୀଘ୍ର ସଠିକ୍ ତଥ୍ୟ ପ୍ରଦାନ କରିବାକୁ ସେ ଦେଶମାନଙ୍କୁ ନିବେଦନ କରୁଛି ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.