ETV Bharat / international

ମା ଠୁ ପୁଅକୁ ଛଡାଇନେଲା କୋରୋନା, ମିଳିଲାନି ଶେଷ ଦର୍ଶନର ଅନୁମତି - କୋରୋନା ଆକ୍ରାନ୍ତ ମୃତ, ଅନଲାଇନରେ ହେଲା ଅନ୍ତିମ ସତ୍କାର

ସମସ୍ତଙ୍କୁ ଖାଇ ଗୋଡାଉଛି କୋରୋନା ଭୟ । ଏଥିପାଇଁ କଡାରୁ ଅତି କଡା ବ୍ୟବସ୍ଥା ଆପଣାଉଛି ପ୍ରଶାସନ । ଜଣେ ପୁଅର କୋରୋନାରେ ମୃତ୍ୟୁ ହେବା ପରେ ତାଙ୍କୁ ଶେଷଥର ପାଇଁ ଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ । ଫଳରେ ଅନଲାଇନରେ ପୁଅର ଦର୍ଶନ କରିଛନ୍ତି ଜଣେ ମା । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ମୃତ, ଅନଲାଇନରେ ହେଲା ଅନ୍ତିମ ସତ୍କାର

author img

By

Published : Apr 5, 2020, 4:10 PM IST

ଲଣ୍ଡନ: ଲକଡାଉନ ହେବା ପରଠାରୁ ବିଚିତ୍ର ଖବର ସାମନାକୁ ଆସୁଛି । ଅନଲାଇନରେ ବିବାହ ତ ଶୁଣିଥିଲେ । କିନ୍ତୁ ମହାମାରୀ କୋରୋନା ଯୋଗୁଁ ବ୍ରିଟେନରେ ଜଣେ ମା ତାଙ୍କ ପୁଅର ଅନ୍ତିମ ସତ୍କାର ଅନଲାଇନରେ କରିଛନ୍ତି ।

କୋରୋନା ଭାଇରସ ଯୋଗୁଁ ତାଙ୍କର 13 ବର୍ଷର ପୁଅର ମତ୍ୟୁ ହୋଇଛି । କିନ୍ତୁ ମାରାତ୍ମକ ଭାଇରସ ଯୋଗୁଁ ମା ଓ ତାଙ୍କର 6 ଭାଇ ଭଉଣୀ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିପାରିନଥିଲେ । କାରଣ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସେଥିପାଇଁ ସମସ୍ତେ ଅନଲାଇନରେ ତାଙ୍କୁ କବର ଦିଆଯାଉଥିବା ବେଳେ ଶେଷ ଦର୍ଶନ କରିଛନ୍ତି ।

ଦକ୍ଷିଣ ଲଣ୍ଡନର ବ୍ରିକ୍ସଟନରେ ରହୁଥିବା ଇସ୍ମାଇଲ ମହମ୍ମଦ କିଙ୍ଗ୍ସ କଲେଜ ହସପିଟାଲରେ ମୃତ୍ୟୁ ଘଟିଛି । ଇସଲାମିକ ପରମ୍ପରା ଅନୁଯାୟୀ, ଶବ ସତ୍କାର ପୂର୍ବରୁ ପ୍ରାର୍ଥନା ପାଇଁ ମୃତଦେହକୁ ପ୍ରଥମେ ମସଜିଦ ନିଆଯାଇଥାଏ । କିନ୍ତୁ ସମସ୍ତ ସଭା ସ୍ଥଳ ଏବେ ବନ୍ଦ ରହିଛି । ତେଣୁ ଡାକ୍ତରଖାନାରୁ ସିଧାସଳଖ ମୃତଦେହକୁ କବରସ୍ଥାନ ନିଆଯାଇଥିଲା । ସେମାନଙ୍କର ଯେଉଁମାନେ ବନ୍ଧୁପରିଜନ ସେଠାକୁ ଆସିଥିଲେ ସେମାନେ 2 ମିଟର ଦୂରରେ ଠିଆ ହୋଇଥିଲେ । କିନ୍ତୁ ମୃତ ଇସ୍ମାଇଲଙ୍କ ମା ଓ ଭାଇ ଭଉଣୀ ତାଙ୍କ ଦର୍ଶନ ପାଇଁ ଅନେକ ବାର ଗୁହାରି କରିଥିଲେ । କିନ୍ତୁ ପ୍ରଶାସନ ତାଙ୍କୁ ଅନୁମତି ଦେଇନଥିଲା । ପରେ ବାରମ୍ବାର ଅନୁରୋଧ କରିବା ପରେ ଅନଲାଇନ ଇସ୍ମାଇଲକୁ ଦର୍ଶନ କରିଥିଲେ । ତେବେ ଏବେ ସୁଦ୍ଧା ତାଙ୍କ ପରିବାରରେ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.