ETV Bharat / international

L-410 ବିମାନ ଦୁର୍ଘଟଣାଗ୍ରସ୍ତ; ୪ ମୃତ ୫ ଆହତ

ଋଷର ଇର୍କୁଟସ୍କରେ L-410 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

L-410 ବିମାନ ଦୁର୍ଘଟଣାଗ୍ରସ୍ତ; ୪ ମୃତ ,୫ ଆହତ

author img

By

Published : Sep 13, 2021, 6:55 AM IST

ମସ୍କୋ : ଋଷର ଇର୍କୁଟସ୍କରେ L-410 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିମାନରେ ୨ଜଣ କ୍ରୁ ମେମ୍ବରଙ୍କ ସହ ୧୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଯାନ୍ତ୍ରିକ ତ୍ରୃଟି ଯୋଗୁଁ ବିମାନଟି ଜରୁରୀକାଳୀନ ଅବତରଣ କଲାବେଳେ ଏ ଦୁର୍ଘଟଣା ଘଟିଛି ।

କାଜାଚିନ୍ସକୋଇ ଠାରୁ 12 କିଲୋକମିଟର ଦୂରରେ ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ସୁଧା ଅନ୍ୟ ଯାତ୍ରୀଙ୍କ ଆହତ ନେଇ କୌଣସି ଖବର ମିଳିନାହିଁ ।

ବିମାନଟି ଇର୍କୁଟସ୍କ ଏବଂ କାଜାଚିନ୍ସକୋଇ ମଧ୍ୟରେ ଚଳାଚଳ କରିଥାଏ । ସେପଟେ ବିମାନ ଦୁର୍ଘଟଣାଗ୍ରସ୍ତ ନେଇ ଆରମ୍ଭ ହୋଇଛି ତଦନ୍ତ । ଯାନ୍ତ୍ରିତ ତ୍ରୃଟି ଓ ପାଇଲଟଙ୍କ ତ୍ରୃଟି ନେଇ ତଦନ୍ତ କରାଯାଉଛି । L-410 ବିମାନ ଚେକୋସ୍ଲୋଭାକିଆନ୍ ଫାର୍ମ ଲେଟ୍ କୁନୋଭାଇସ୍ ଦ୍ୱାରା ଡିଜାଇନ କରାଯାଇଥିଲା । ଯାହା ବର୍ତ୍ତମାନ ଏକ ବିମାନ ନିର୍ମାଣକାରୀ ସଂସ୍ଥା ଭାବେ ଜଣାଶୁଣା । ଯାହା ୧, ୦୦୦ ଯାତ୍ରୀଙ୍କୁ ନେଇ 1,500 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରହିଛି । ସେପଟେ, ସମାନ ଏକ ଦୁର୍ଘଟଣା ଜୁନ ମାସରେ ଋଷରେ ଘଟିଥିଲା । L-410 ବିମାନ ସାଇବେରିଆର କେମେରୋଭୋ ଅଞ୍ଚଳର ଜରୁରୀକାଳନୀନ ଅବତରଣ କଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ତିନି ଜଣ ଯାତ୍ରୀ ଓ ୨ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.