ETV Bharat / international

ଚିକାଗୋରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' , ରାଜରାସ୍ତାରେ 30,000 ବିକ୍ଷୋଭ ପ୍ରଦର୍ଶନକାରୀ

author img

By

Published : Jun 7, 2020, 11:06 AM IST

ଶନିବାର ଦିନ ପ୍ରାୟ 30,000 ଲୋକ ଚିକାଗୋ ରାସ୍ତାରେ ବାହାରି 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' ବିରୋଧରେ ଯୋଗଦେବାକୁ ବାହାରିଥିଲେ। ଜଣେ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଏଭଳି ବିକ୍ଷୋଭ ପ୍ରଦର୍ଶନ ହୋଇ ଆସୁଛି।

ଚିକାଗୋରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' , ରାଜରାସ୍ତାରେ 30,000 ବିକ୍ଷୋଭ ପ୍ରଦର୍ଶନକାରୀ
ଚିକାଗୋରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' , ରାଜରାସ୍ତାରେ 30,000 ବିକ୍ଷୋଭ ପ୍ରଦର୍ଶନକାରୀ

ଚିକାଗୋ : ଆମେରିକାରେ ବର୍ଣ୍ଣ ଵିଵିଧତାର ନିଆଁ ତେଜୁଛି। ଭେଦଭାବ ହେଉ କି ରାଜନୈତିକ ହିଂସା- ଦ୍ବେଷରେ ସାଧାରଣ ଜନତା ଅଣନିଶ୍ବାସୀ ଓ ବ୍ୟତିଵ୍ୟସ୍ତ। ଶନିବାର ଦିନ ପ୍ରାୟ 30,000 ଲୋକ ଚିକାଗୋ ରାସ୍ତାରେ ବାହାରି 'ବ୍ଲାକ୍ ଲାଇଭସ୍ ମ୍ୟାଟର୍' ବିରୋଧରେ ଯୋଗଦେବାକୁ ବାହାରିଥିଲେ। ଜଣେ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଏଭଳି ବିକ୍ଷୋଭ ପ୍ରଦର୍ଶନ ହୋଇ ଆସୁଛି।

ବିକ୍ଷୋଭକାରୀ ତଥା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଏକ ଦଳ ପଶ୍ଚିମ ସାଇଡ୍ ପାର୍କ ନିକଟରେ ଏକତ୍ରିତ ହୋଇଥିଲେ। ପରେ ଆଏସଲାଣ୍ଡ ଆଭେନ୍ୟୁରେ ଉତ୍ତର ଦିଗକୁ ଯାଇ ପଶ୍ଚିମ ଟାଉନ୍ ମଧ୍ୟରେ ପହଞ୍ଚିଥିଲେ। ଜାତିଭେଦ ବିରୋଧୀ ସ୍ଲୋଗାନ ଦେଇ ଲୋକମାନେ ନ୍ୟାୟ ଏବଂ ପୋଲିସର ହିଂସାକୁ ବନ୍ଦ କରିବାକୁ ଆହ୍ଵାନ ଦେଇଛନ୍ତି।

46 ବର୍ଷ ବୟସ୍କା କୃଷ୍ଣ(କଳା)ଙ୍କ ମୃତ୍ୟୁ ପରେ ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଉଛି। ସିବିଏସ୍ଇ ଚିକାଗୋ ରିପୋର୍ଟ ମୁତାବକ, 14 ତମ ଜିଲ୍ଲା ପୋଲିସ ଷ୍ଟେସନ ନିକଟରେ ଶତାଧିକ ବିକ୍ଷୋଭକାରୀ ଆଣ୍ଠୁମାଡ଼ି ଵସି ରହିଥିଲେ। ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ପ୍ରଦର୍ଶନ କରାଯାଇଥିଲା ବୋଲି ସେଠାକାର ଗଣମାଧ୍ୟମ କହିଛି।

ମେ 25 ରେ ଫ୍ଲୋଏଡଙ୍କ ମୃତ୍ୟୁ ପୋଲିସର ଅତ୍ୟାଚାର, ଜାତିଭେଦ ତଥା ସାମାଜିକ ଅନ୍ୟାୟ ବିରୁଦ୍ଧରେ ବିଶ୍ୱବ୍ୟାପୀ ଆନ୍ଦୋଳନ ସୃଷ୍ଟି କରିଛି। ଯେହେତୁ ଗିରଫ ହେବା ପରେ ଜଣେ ଧଳା ପୋଲିସ ଅଧିକାରୀ ଡେରେକ୍ ଚାଉଭିନ୍ ଫ୍ଲୋଏଡଙ୍କ ବେକରେ ଆଣ୍ଠୁମାଡିଥିବାର ଭିଡିଓ ଅନଲାଇନରେ ବ୍ୟାପକ ପ୍ରସାରିତ ହୋଇଥିଲା।

ଜୁନ୍ 5 ରେ ୱାଶିଂଟନ୍ ଡିସି ମେୟର ମୁରିଏଲ ଇ ବୋଉସର୍ ହ୍ଵାଇଟ ହାଉସ୍ ବାହାରେ ଥିବା ଏକ ରାସ୍ତାର ନାମ "ବ୍ଲାକ୍ ଲାଇଭସ୍ ମ୍ୟାଟର୍ ପ୍ଲାଜା" ଭାବରେ ନାମିତ କଲେ। ସେ ସହରର କର୍ମଚାରୀମାନଙ୍କୁ 16 ତମ ରାସ୍ତାରେ ବିଶାଳ ହଳଦିଆ ଅକ୍ଷରରେ "ବ୍ଲାକ୍ ଲାଇଭସ୍ ମ୍ୟାଟର୍" ରଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.