ETV Bharat / international

୧୫ ଦିନରେ ୫ ମହିଳାଙ୍କୁ ଦୁଷ୍କର୍ମ କରି ନାବାଳକ ଗିରଫ - ୟୁନାଇଟେଡ କିଙ୍ଗଡମର ଲିଡ୍ସ

ୟୁନାଇଟେଡ କିଙ୍ଗଡମର ଲିଡ୍ସରୁ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୨ ସପ୍ତାହ ମଧ୍ୟରେ ୫ ମହିଳାଙ୍କୁ ଦୁଷ୍କର୍ମ କଲା ଜଣେ 14 ବର୍ଷ ବୟସ୍କା ନାବାଳକ । CID କଲା ଗିରଫ । ଅଧିକ ପଢନ୍ତୁ...

ନାବାଳକର କଳାକାରନାମା; ୧୫ ଦିନରେ ୫ ମହିଳାଙ୍କୁ କଲା ଦୁଷ୍କର୍ମ

author img

By

Published : Feb 21, 2021, 2:45 PM IST

ଲଣ୍ଡନ: ୟୁନାଇଟେଡ କିଙ୍ଗଡମର ଲିଡ୍ସରୁ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ କ୍ରାଇମ ଇନ୍‌ଭେଷ୍ଟିଗେସନ ଡିପାର୍ଟମେଣ୍ଟ ଜଣେ 14 ବର୍ଷ ବୟସ୍କା ନାବାଳକକୁ ଗିରଫ କରିଛି। ତେବେ ଏହି ନାବାଳକ ଜଣକ ଗତ ୨ ସପ୍ତାହ ମଧ୍ୟରେ ୫ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁସନ୍ଧାନ ବେଳେ, ସିଆଇଡି ଜାଣିବାକୁ ପାଇଛି ଯେ ବିଭିନ୍ନ ସ୍ଥାନରେ ମହିଳାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ସମାନ । ପୀଡିତା ମହିଳାଙ୍କ ଦ୍ବାରା ଅଭିଯୁକ୍ତଙ୍କ ପରିଚୟ ସମାନ ଥିଲା ।

ଏହା ପରେ ଅଭିଯୁକ୍ତକୁ ଧରିବା ପାଇଁ ସିଆଇଡି ପ୍ରଚାର କରି ଗୁରୁବାର ତାଙ୍କୁ ଗିରଫ କରିଥିଲା । ୫ ଜଣ ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ବେଷ୍ଟ ୟର୍କଶାୟର ପୋଲିସର ମୁଖପାତ୍ର କହିଛନ୍ତି ଯେ, ଏହି ଆଧାରରେ ଆମେ ଜଣେ ୧୪ ବର୍ଷର ନାବାଳକକୁ ସନ୍ଦେହରେ ଗିରଫ କରିଛୁ । ତାଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଉଛି । ଆମେ ଆଶା କରୁଛୁ ଅନୁସନ୍ଧାନରେ ଅନେକ ଖୁଲାସା ହୋଇପାରେ ।

ସୂଚନା ଅନୁଯାୟୀ ପୋଲିସ ଏହା ମଧ୍ୟ କହିଛି ଯେ, ଯଦି ଆଉ କୌଣସି ମହିଳାଙ୍କ ସହ ସମାନ ଘଟଣା ଘଟିଥାଏ, ତେବେ ସେମାନେ ପୋଲିସ ଷ୍ଟେସନରେ ରିପୋର୍ଟ କରିବା ଉଚିତ । ରିପୋର୍ଟ ଦାଖଲ ହେବା ପରେ ହିଁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମର୍ଥ ହେବୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.