ETV Bharat / international

କୋରୋନା ଉତ୍ପତ୍ତିସ୍ଥଳ ଉହାନ ଗସ୍ତ କଲେ ସି ଜିନପିଙ୍ଗ

author img

By

Published : Mar 10, 2020, 11:51 AM IST

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର କୋରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ ସହର ଗସ୍ତ କରିଛନ୍ତି । କୋରୋନାର ପ୍ରକୋପ ହ୍ରାସ ପାଇବା ପରେ ସି ଜିନପିଙ୍ଗଙ୍କ ଏହା ପ୍ରଥମ ଗସ୍ତ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର କୋରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ୍ ସହର ଗସ୍ତ କରିଛନ୍ତି । କୋରୋନାର ପ୍ରକୋପ ହ୍ରାସ ପାଇବା ପରେ ସି ଜିନପିଙ୍ଗଙ୍କ ଏହା ପ୍ରଥମ ଗସ୍ତ । ଏହି ପ୍ରାଣଘାତକ ମହାମାରୀ ଏବେ ଉହାନ ସମତେ ଚୀନର ଅନେକ ଅଞ୍ଚଳରୁ ହ୍ରାସ ପାଇବାରେ ଲାଗିଛି।

ମଙ୍ଗଳବାର ଚୀନ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଚୀନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ 24 ଘଣ୍ଟା ମଧ୍ୟରେ କୋରୋନା ଭାଇରସରେ 17 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏହାକୁ ମିଶାଇ ଚୀନରେ ମୋଟ ମୃତ୍ୟୁ ସଂଖ୍ୟା 3,136 ରେ ପହଞ୍ଚିଛି।

ମଙ୍ଗଳବାର ହୁବେଇ ପ୍ରଦେଶ ତଥା ଏହାର ରାଜଧାନୀ ଉହାନରେ କୋରୋନା ଭାଇରସ ନିରାକରଣ ତଥା ନିୟନ୍ତ୍ରଣ କାର୍ଯ୍ୟର ଯାଞ୍ଚ ପାଇଁ ଉହାନରେ ପହଞ୍ଚିଥିଲେ ସି ଜିନପିଙ୍ଗ । ଏହି ଗସ୍ତ ସମୟରେ ସେ ମେଡିକାଲ କର୍ମଚାରୀ, ସାମରିକ ଅଧିକାରୀ ଏବଂ ସୁରକ୍ଷାବାହିନୀ, ସ୍ବେଚ୍ଛାସେବୀ ପୋଲିସ ଅଧିକାରୀ ସାମିଲ ଥିଲେ ।

ସୋମବାର ଶେଷ ସୁଦ୍ଧା ଦେଶରେ ସଂକ୍ରମଣ ମାମଲା 80,754 ରେ ପହଞ୍ଚିଛି । ଏହି ଭାଇରସରେ ପ୍ରାଣ ହରାଇଥିବା ରୋଗୀଙ୍କ ସଂଖ୍ୟା 3,136 ରହିଛି । ସେହିପରି ବର୍ତ୍ତମାନ 17,721 ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ 59,897 ରୋଗୀ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି ବୋଲି NHC କହିଛି।

ଚୀନର କୌଣଷି ବରିଷ୍ଠ ନେତାଙ୍କ ଦ୍ବାରା ଏହା ଉହାନକୁ ଦ୍ବିତୀୟ ଗସ୍ତ । ଚାଇନାର ପ୍ରିମିୟର ଲି କେକିଆଙ୍ଗ ଜାନୁଆରୀ 26 ରେ ଉହାନ ପରିଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.