ETV Bharat / international

ଆଶ୍ଚର୍ଯ୍ୟ ! ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ମହିଳା - ପାକିସ୍ତାନ ୭ ଶିଶୁ ଜନ୍ମ

ମେଡିକାଲ ସାଇନ୍ସରେ ଅଜବ ଘଟଣା । ଏକାସାଙ୍ଗେ ୭ ଶିଶୁକୁ ଜନ୍ମ ଦେଲେ ମହିଳା । ଜାଣନ୍ତୁ କେଉଁଠି...

ଆଶ୍ଚର୍ଯ୍ୟ ! ଏକାସାଙ୍ଗେ ୭ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

author img

By

Published : Oct 19, 2021, 9:52 AM IST

ଇସଲାମାବାଦ: ଆଶ୍ଚର୍ଯ୍ୟ ! ଏକାସାଙ୍ଗେ ଜନ୍ମ ହେଲେ ୭ ଶିଶୁ । ଏକାଥରେ ସାତ ଜଣ ଶିଶୁଙ୍କୁ ଜନ୍ମ ଦେଲେ ମହିଳା । ପାକିସ୍ତାନରୁ ସାମ୍ନାକୁ ଆସିଛି ଏଭଳି ଅଜବ ଘଟଣା । ମାଆ ସମେତ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ୭ ଶିଶୁଙ୍କ ମଧ୍ୟରେ ୪ ଜଣ ଶିଶୁପୁତ୍ର ଓ ୩ଟି ଶିଶୁକନ୍ୟା ରହିଛନ୍ତି । ସାଧାରଣତଃ ମହିଳାଟିଏ ଏକ ସମୟରେ ଗୋଟିଏ ବା ଯାଆଁଳା ଶିଶୁକୁ ଜନ୍ମ ଦେଇଥାଏ । ମାତ୍ର ଏକାସାଙ୍ଗେ ୭ ଶିଶୁ ଜନ୍ମ ହେବା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ଅବ୍ବୋତାବାଦ ଅଞ୍ଚଳରେ ଏହି ଘଟଣା ଦେଖାଯାଇଛି । ୟାର ମହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଏକାସଙ୍ଗେ ୭ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।

ଏନେଇ ମହିଳାଙ୍କ ସ୍ବାମୀ କହିଛନ୍ତି, 'ସମସ୍ତ ଶିଶୁଙ୍କ ଲାଳନପାଳନରେ କିଛି ସମସ୍ୟା ହେବ ନାହିଁ । କାରଣ ଆମେ ଏକ ଯୌଥ ପରିବାରରେ ବାସ କରୁଛୁ ଏବଂ ପରିବାରର ସମସ୍ତ ସଦସ୍ୟ ପିଲାଙ୍କ ଯତ୍ନ ନେବାରେ ସାହାଯ୍ୟ କରିବେ' । ୟାର ମହମ୍ମଦଙ୍କ ପୂର୍ବରୁ ମଧ୍ୟ ଦୁଇଟି ଝିଅ ମଧ୍ୟ ଅଛନ୍ତି । ବର୍ତ୍ତମାନ ୭ ଶିଶୁଙ୍କ ଜନ୍ମପରେ ଏବେ ସେ ୯ଟି ଛୁଆଙ୍କ ବାପା ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ମହିଳା ଜଣକ ୮ ମାସର ଗର୍ଭବତୀ ଥିବା ସମୟରେ ମେଡିକାଲ ଆସିଥିଲେ । ଯାଞ୍ଚରୁ ଜଣାପଡିଥିଲା ଯେ, ତାଙ୍କ ପେଟରେ ୫ଟି ଶିଶୁ ଅଛନ୍ତି । ମହିଳାଙ୍କ ଉଚ୍ଚ ରକ୍ତଚାପ ଏବଂ ପେଟ ଫୁଲିବା ଯୋଗୁଁ ତାଙ୍କ ଡେଲିଭରି ବହୁତ କ୍ରିଟିକାଲ ଥିଲା । ହେଲେ ଡାକ୍ତରମାନେ ଅଧଘଣ୍ଟା ମଧ୍ୟରେ ସୁରକ୍ଷିତ ଡେଲିଭରି କରିପାରିଥିଲେ । ମହିଳାଙ୍କୁ ବର୍ତ୍ତମାନ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସମସ୍ତ ଶିଶୁ ମଧ୍ୟ ମାଆ ପାଖରେ ସୁରକ୍ଷିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.