ETV Bharat / international

ଆମକୁ ବି ବଞ୍ଚିବାକୁ ଦିଅ!

ଫିଲିପାଇନ୍ସର ଦକ୍ଷିଣ ପ୍ରାନ୍ତର କମ୍ପୋସ୍ଟେଲା ଘାଟୀରେ ଏକ 4.7ମି. ଲମ୍ବର ଏକ ମୃତ ତିମି ଉଦ୍ଧାର। ତିମି ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ରୂପେ ଗ୍ରହଣ କରିବାରୁ ପାଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ସେହି ତିମିର ମୃତ୍ୟୁ ହୋଇଛି।

author img

By

Published : Mar 19, 2019, 11:53 AM IST

ଡିଜାଇନ ଫଟୋ

ଫିଲିପାଇନ୍ସ: ଆଧୁନିକ ଯୁଗର ମାନବ ଜାଣି ଜାଣି ନିଜ ଗୋଡରେ ନିଜେ କୁରାଢୀ ମାରୁଛି। ବିକଶିତ ନାଁରେ ନିଜ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ଯାହାର ଭୟବହତା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ମଣିଷ ଭୁଲି ଯାଉଛି ଯେ ପରିବେଶର ସନ୍ତୁଳନ ପାଇଁ ସମସ୍ତ ଜୀବଜଗତର ଆବଶ୍ୟକତା ରହିଛି। ବିଶେଷ କରି ଜଳଜୀବ ବର୍ତ୍ତମାନ ସଙ୍କଟରେ। ଜଳ ପ୍ରଦୂଷଣର ମାତ୍ରା ଏପରି ବଢିବାରେ ଲାଗିଛି ଯେ, ଦିନ ଆସିବ ଜଳଚର ପ୍ରାଣୀ ଉଭାନ୍ ହୋଇଯିବେ।

ଖବରମୁତାବକ, ଫିଲିପାଇନ୍ସର ଦକ୍ଷିଣ ପ୍ରାନ୍ତର କମ୍ପୋସ୍ଟେଲା ଘାଟୀରେ ଏକ 4.7ମି. ଲମ୍ବର ଏକ ମୃତ ତିମି ଦେଖିବାକୁ ମିଳିଥିଲା। ସେହି ତିମିର ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ, ମୃତ୍ୟୁର କାରଣ ପ୍ଲାଷ୍ଟିକ ଆବର୍ଜନା। ମୃତ ତିମିର ପେଟରୁ 40କିଲୋ ପ୍ଲାଷ୍ଟିକ୍ ମିଳିଛି। ସେହି ପ୍ଲାଷ୍ଟିକ ମଧ୍ୟରୁ ଚାଉଳ ଅଖା, ପଲିଥିନ୍ ଆଦି ସାମିଲ ଅଛି।

ବିଶେଷଜ୍ଞଙ୍କ ଅନୁସାରେ ,ତିମି ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ରୂପେ ଗ୍ରହଣ କରିବାରୁ ପାଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ସେ ଭୋକିଲା ରହିଥିଲା। ଫଳରେ ସେହି ତିମିର ମୃତ୍ୟୁ ହୋଇଛି।
ତେବେ ସ୍ଥାନୀୟ ମତ୍ସ୍ୟ ବ୍ୟୁରୋଙ୍କ ସୂଚନା ମୁତାବକ, ପ୍ରଦୂଷଣ କାରଣରୁ ଜଳଜୀବର ମୃତ୍ୟୁର ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି।

ଫିଲିପାଇନ୍ସ: ଆଧୁନିକ ଯୁଗର ମାନବ ଜାଣି ଜାଣି ନିଜ ଗୋଡରେ ନିଜେ କୁରାଢୀ ମାରୁଛି। ବିକଶିତ ନାଁରେ ନିଜ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ଯାହାର ଭୟବହତା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ମଣିଷ ଭୁଲି ଯାଉଛି ଯେ ପରିବେଶର ସନ୍ତୁଳନ ପାଇଁ ସମସ୍ତ ଜୀବଜଗତର ଆବଶ୍ୟକତା ରହିଛି। ବିଶେଷ କରି ଜଳଜୀବ ବର୍ତ୍ତମାନ ସଙ୍କଟରେ। ଜଳ ପ୍ରଦୂଷଣର ମାତ୍ରା ଏପରି ବଢିବାରେ ଲାଗିଛି ଯେ, ଦିନ ଆସିବ ଜଳଚର ପ୍ରାଣୀ ଉଭାନ୍ ହୋଇଯିବେ।

ଖବରମୁତାବକ, ଫିଲିପାଇନ୍ସର ଦକ୍ଷିଣ ପ୍ରାନ୍ତର କମ୍ପୋସ୍ଟେଲା ଘାଟୀରେ ଏକ 4.7ମି. ଲମ୍ବର ଏକ ମୃତ ତିମି ଦେଖିବାକୁ ମିଳିଥିଲା। ସେହି ତିମିର ମୃତଦେହ ବ୍ୟବଚ୍ଛେଦରୁ ଜଣାପଡିଛି ଯେ, ମୃତ୍ୟୁର କାରଣ ପ୍ଲାଷ୍ଟିକ ଆବର୍ଜନା। ମୃତ ତିମିର ପେଟରୁ 40କିଲୋ ପ୍ଲାଷ୍ଟିକ୍ ମିଳିଛି। ସେହି ପ୍ଲାଷ୍ଟିକ ମଧ୍ୟରୁ ଚାଉଳ ଅଖା, ପଲିଥିନ୍ ଆଦି ସାମିଲ ଅଛି।

ବିଶେଷଜ୍ଞଙ୍କ ଅନୁସାରେ ,ତିମି ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ରୂପେ ଗ୍ରହଣ କରିବାରୁ ପାଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ସେ ଭୋକିଲା ରହିଥିଲା। ଫଳରେ ସେହି ତିମିର ମୃତ୍ୟୁ ହୋଇଛି।
ତେବେ ସ୍ଥାନୀୟ ମତ୍ସ୍ୟ ବ୍ୟୁରୋଙ୍କ ସୂଚନା ମୁତାବକ, ପ୍ରଦୂଷଣ କାରଣରୁ ଜଳଜୀବର ମୃତ୍ୟୁର ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି।

SLUG : BHADRAK ASSEMBLY CONSTITUTION CANDIDATES 
FORMAT : SPL_PKG 
REPORT : DEBASIS MOHAPATRA / BHADRAK
DATE : 16.03.2019

ANCHOR : କିଏ ଦଖଲ କରିବ ଭଦ୍ରକ ବିଜେଡି ଗଡ଼ ? 2019 ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ବିଧାନସଭା ଆସନ ପାଇଁ 3 ପ୍ରମୁଖ ଦଳ ବିଜେପି ବିଜେଡି ଓ କଂଗ୍ରେସ ରେ ଆସାଇ ପାର୍ଥି ଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତାା। ତେବେ 10 ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲ ରେ ଥିବା ବେଳେ ଏଥର ବିଜେଡି ଗଡ଼କୁ କିଏ ଭାଙ୍ଗିବ ଆରମ୍ଭ ହୋଇଛି ବିଭିିନ୍ନ ରାଜନୈତିକ ଦଳ ଭିତରେ ଅଙ୍କ କସା। 

Vo_1: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ ବ୍ଲକ ର 4 ଟି ଜ଼ିଲ୍ଲା ପରିଷଦ ଜୋନ ସହ ଭଦ୍ରକ ପୌରାଞ୍ଚଳର 30 ଟି ୱାର୍ଡକୁ ନେଇ ଗଠିତ। ଭାଇଚାରାର ସହର ଭଦ୍ରକ ରେ ଉଭୟ ହିନ୍ଦୁ ଓ ମୁସଲିମ ଭୋଟର ବିଭିନ୍ନ ଦଳର ପାର୍ଥି ଙ୍କ ବିଜୟ ଓ ପରାଜୟର ଭାଗ୍ୟ ନିର୍ଣ୍ଣୟ କରିଥାନ୍ତି। ଏଠାରେ 1951 ମସିହାରୁ 2014 ମଧ୍ୟରେ ଦୁଇ ଗୋଟି ଉପନିର୍ବାଚନ କୁ ମିଶାଇ ମୋଟ 17 ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଲାଣିି। ସେଥିମଧ୍ୟରୁ କଂଗ୍ରେସ, ଜନ କଂଗ୍ରେସ ଓ ଉତ୍କୋଳ କଂଗ୍ରେସର ପାର୍ଥିମାନେ 9 ଥର ବିଜୟ ଲାଭ କରିଥିଲା ବେଳେ 2 ଥର ସ୍ୱାଧୀନ ପାର୍ଥି ଓ 6 ଥର ଅଣ କଂଗ୍ରେସ ପାର୍ଥି ବିଜୟ ହୋଇଛନ୍ତି। ଏହି ଆସନଟି କଂଗ୍ରେସ ର ଗଡ଼ ଥିଲେ ମଧ୍ୟ ଏବେ କଂଗ୍ରେସ ଧରାସାଇ ହୋଇପଡିଛି। ଗତ 2012 ଓ 2017 ପଞ୍ଚାୟତ ନିର୍ବାଚନ ଏବଂ ଗତ 2013 ପୌରନିର୍ବାଚନ ରେ କଂଗ୍ରେସ ର ଶୋଚନୀୟ ପରାଜୟ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀ ରେ ପ୍ରତିନିଧିତ୍ୱ କରୁଛନ୍ତି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟନାୟକ। ସେ ଗତ 2009 ଏବଂ 2014 ନିର୍ବାଚନରେ କଂଗ୍ରେସ ଛାଡି ବିଜେଡି ରେ ଟିକଟ ପାଇ ବହୁ ବ୍ୟବଧାନରେ ବିଜୟୀ ହେବା ସହ କଂଗ୍ରେସ ଓ ବିଜେପି ପାର୍ଥୀଙ୍କୁ ପଛରେ ପକାଇଛନ୍ତି। ତେବେ ବିଧାୟକ ଶ୍ରୀ ପଟନାୟକ ଆଗାମୀ 2019 ନିର୍ବାଚନ ରେ ପାର୍ଥି ନହୋଇ ତାଙ୍କ ପୁତ୍ର ଅଶିତ ପଟନାୟକଙ୍କୁ ପାର୍ଥି କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିବା ସହ ସଙ୍ଗଠନ କାର୍ଯ୍ୟକୁ ମଧ୍ୟ ଅଧିକ ସୁଦୁଢ କରିବାରେ ଲାଗିଛନ୍ତି। ହେଲେ ଭଦ୍ରକ ରେ ଗତବର୍ଷ ଘଟିଥିବା ହିଂସାକାଣ୍ଡ ପରେ ଶାସକ ବିଧାୟକ ଙ୍କ ବିରୋଧରେ ବିରୋଧୀ ଆଙ୍ଗୁଳି ଉଠାଇଥିଲେ। ଜାହା ଟିକେଟ ମିଳିବାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଫଳରେ ବିଜେଡି ମଧ୍ୟରେ ଆସାଇଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ କଂଗ୍ରେସ ଓ ବିଜେପି ନିଜନିଜର ସ୍ଥିତି ଜାହିର ପାଇଁ ସଙ୍ଗଠନ ଓ ସରକାର ବିରୋଧୀ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିଚାଲିଛନ୍ତି। ଫଳରେ 3 ଦଳ ମଧ୍ୟରେ ଆଗାମୀ ନିର୍ବାଚନରେ ଜୋରଦାର ପ୍ରତିଦ୍ୱନ୍ଦିତା ହେବାର କୁହାଯାଉଛି। ତେବେ ଗତ 2009 ନିର୍ବାଚନରେ ବିଜେଡି ପାର୍ଥି ଯୁଗଳ ପଟନାୟକ, କଂଗ୍ରେସ ପାର୍ଥି ନରେନ ପଳେଇ ଓ ବିଜେପି ପାର୍ଥି ତୁଷାର ଜେନା ଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା। ଶେଷରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପାର୍ଥି ଯୁଗଳ ପଟନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନରେନ ପଳେଇଙ୍କ ଠାରୁ ଅଧିକ 21,428 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେେ। ବିଜେଡି ପାର୍ଥି ଯୁଗଳ ପଟନାୟକ 75,294 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପାର୍ଥି ନରେନ 53,866 ଖଣ୍ଡ ଓ ବିଜେପି ଖାତାରେ 7,755 ଖଣ୍ଡ ଭୋଟ ଯାଇଥିଲା। 2009 ରେ ବିଜେଡି 53.99 ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ 38.93 ପ୍ରତିଶତ ଓ ବିଜେପି 7.75 ପ୍ରତିଶତ ଭୋଟ ପାଇଥିଲା। ସେହିପରି 2014 ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସତ୍ୱେ ବିଜେଡି ପାର୍ଥି ଯୁଗଳ ବାବୁ ତାଙ୍କ ନିକଟତମ କଂଗ୍ରେସ ପାର୍ଥି ନରେନ ପଳେଇଙ୍କ ଠାରୁ ଅଧିକ 23,587 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଏଠାରେ ବିଜେଡି 80,582 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ 56,998 ଓ ବିଜେପି ପାର୍ଥି ଡା. ପ୍ରଦୀପ ନାୟକ 19,384 ଖଣ୍ଡ ଭୋଟ ପାଇଥିଲେ। ବିଜେଡି 49.86 ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ 35.27 ଓ ବିଜେପି 11.99 ପ୍ରତିଶତ ଭୋଟ ପାଇଥିଲା। ଏଭଳି ପରିସ୍ଥିତିରେ ବିଜେଡି ପାର୍ଥି ଯୁଗଳ ପଟନାୟକ ଲଗାତାର ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟାଳୟ, ସେତୁ ଓ ବିଜୁଳି ଆଦି ଜନ କଲ୍ୟାଣକାରି କାର୍ଯ୍ୟକ୍ରୋମ କରି ଲୋକଙ୍କ ନିକଟ ତୋରୋ ହୋଇପାରିଛନ୍ତି। ସେହିପରି ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ରାସ୍ତା ଘାଟର ଉନତି ହୋଇନଥିବା ସହ ଭଦ୍ରକ ରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇନଥିବାରୁ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଛି ବୋଲି ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। 
Bite_1_ ଯୁଗଳ କିଶୋର ପଟନାୟକ_ବିଧାୟକ_ ବିଜେଡି
Bite_2_ ଅଶିତ ପଟନାୟକ_ବିଧାୟକ ଙ୍କ ପୁଅ_ବିଜେଡି
Bite_3_ ନରେନ ପଳେଇ_ ପୂର୍ବତନ ବିଧାୟକ_ କଂଗ୍ରେସ
Bite_4_ ଡା.ପ୍ରଦୀପ ନାୟକ_ ବିଜେପି 

Vo_2 : ସେହିପରି ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଆସାଇ ପାର୍ଥି ଙ୍କ ସଂଖ୍ୟା ବଢିବାରେ ଲାଗିଛି। 2014 ନିର୍ବାଚନରେ ବିଜେପି ଓ କଂଗ୍ରେସ ରୁ ଯେଉଁମାନେ ପାର୍ଥି ହୋଇ ପରାଜିତ ହୋଇଥିଲେ ସେମାନେ ପୁଣି ଥରେ ଆସନ୍ତା ନିର୍ବାଚନରେ ପାର୍ଥି ହେବାକୁ ନିଜର ଲବି ଆରମ୍ଭ କରିଦେଇଛନ୍ତି। ଏଥିସହ ବିଜେଡି ରୁ ଧାମନଗର ର ପୂର୍ବତନ ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲୀକଙ୍କ ପୁତ୍ର ତଥା ପୂର୍ବତନ ସ୍ୱର୍ଗତ ବିଧାୟକ ମାନସ ମଲ୍ଲୀକ ଙ୍କ ଭାଇ ରାଜନୈତିକ ପରିବାର ତଥା ଭଦ୍ରକ ର ଜଣେ ଆଗ ଧାଡ଼ିର ଯୁବ ନେତା ସଂଜୀବ ମଲ୍ଲୀକ ନିଜ ଲବି ଜୋରଦାର ଆରମ୍ଭ କରିଦେଇଛନ୍ତି। ସେହିପରି କଂଗ୍ରେସ ରୁ ପୂର୍ବତନ ବିଧାୟକ ନରେନ ପଳେଇ ଙ୍କ ସହ ଯୁବ ନେତା ତଥା ପିସିସି ସଭାପତି ଙ୍କ ନିକଟତର କୁହାଯାଉଥିବା ନଳିନୀ ମହାନ୍ତି ଟିକେଟ ପାଇଁ ଲବି ଆରମ୍ଭ କରିଥିବା ବେଳେ ବିଜେପି ରେ ସେହିପରି ପୂର୍ବତନ ପରାଜିତ ପାର୍ଥି ଡା. ପ୍ରଦୀପ ନାୟକ ପୁଣି ନିର୍ବାଚନ ମଇଦାନରେ ଓଲ୍ହାଇବାକୁ ନିଜର ଲବି ଆରମ୍ଭ କରିଥିବା ବେଳେ 2009 ରେ ବିଜେପି ରୁ ପାର୍ଥି ହୋଇ ପରାଜୟ 
ବରଣ କରିଥିବା ତୁଷାର ଜେନା ମଧ୍ୟ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି।
Bite_5_ସଂଜୀବ ମଲ୍ଲୀକ_ବିଜେଡି
Bite_6_ତୁଷାର ଜେନା_ବିଜେପି
Bite_7_ନଳିନୀ ମହାନ୍ତି_କଂଗ୍ରେସ

FVO : ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳୀୟ ଟିକେଟ ହାତେଇବା ପାଇଁ ଆଶାୟୀ ଙ୍କ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଇବା ସହ ଉତ୍ସାହ ପରିଲକ୍ଷିତ ହେଉଛି।

ftp ରେ ଭିଜୁଆଲ ଏବଂ ବାଇଟ ଯାଉଛି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.