ୱାଶିଂଟନ: ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଅବସ୍ଥା ଗୁରୁତର। ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ କିମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭୂଲ ବୋଲି ଉତ୍ତର କୋରିଆ କହିଛି।
ନିକଟରେ କିମ ଜଙ୍ଗ ଉନ ହାର୍ଟ ସର୍ଜରୀ କରିଥିଲେ । ଏହା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଫଳରେ ସେ ଏପ୍ରିଲ 15ରେ ନିଜ ଜେଜେବାପାଙ୍କ ଜନ୍ମଦିନରେ ଅନୁପସ୍ଥିତ ଥିଲେ । ଏବେ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି ।