ETV Bharat / international

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି, 709 ଆହତ - ତୁର୍କୀ ଭୂକମ୍ପରେ ମୃତ୍ୟୁ ବୃଦ୍ଧି

ତୁର୍କୀ ଓ ଗ୍ରୀସରେ ଭୟଙ୍କର ଭୂକମ୍ପ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୂକମ୍ପରେ ତୁର୍କୀ ଓ ଗ୍ରୀସରେ ମୃତ୍ୟୁ ସଂଖ୍ୟା 17 କୁ ବୃଦ୍ଧି ପାଇଛି ।

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି, 709 ଆହତ

author img

By

Published : Oct 31, 2020, 6:49 AM IST

ଅଙ୍କାରା: ତୁର୍କୀରେ ଭୟଙ୍କର ଭୂକମ୍ପ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୂକମ୍ପରେ ତୁର୍କୀ ଓ ଗ୍ରୀସରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି । ଆହତଙ୍କ ସଂଖ୍ୟା 709 କୁ ବୃଦ୍ଧି ପାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ତୁର୍କୀ ବିପର୍ଯ୍ୟୟ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଶୁକ୍ରବାର ଗ୍ରୀସର ସୋମସ ସହର ଓ ତୁର୍କୀର ଏଜିୟନ ଉପକୂଳରେ 7 .0 ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ତୁର୍କୀ ଓ ଗ୍ରୀସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡବଡ କୋଠା ଭୁଶୁଡି ପଡିଥିଲା । ଭୂକମ୍ପର ପରେ ସୋମସରେ ସୁନାମୀ ଆସିଥିଲା । ଯାହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଥିବାବେଳେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ଏହି ଭୂକମ୍ପର ଗଭୀରତା 16. 5 କିଲୋମିଟର ରହିଥିଲା । 196 ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ତୁର୍କୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ବର୍ଷ ଜାନୁଆରୀରେ ମଧ୍ୟ ତୁର୍କୀରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1600ରୁ ଅଧିକ ଆହତ ହୋଇଥିଲେ । ସେହିପରି 1999 ମସିହାରେ ହୋଇଥିବା ଭୂମିକମ୍ପରେ ତୁର୍କୀରେ 17,000 ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 250,000 ପ୍ରଭାବିତ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.