ETV Bharat / international

ସମୁଦ୍ର ମଝିରେ ଆଗ୍ନେୟ ଉଦଗୀରଣ: ଆମେରିକାକୁ ସୁନାମି ଭୟ - ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦଗୀରଣ

ଶନିବାର ପ୍ରଶାନ୍ତ ମହାସାଗରର ଟୋଙ୍ଗା ନିକଟରେ ଆଗ୍ନେୟ ଉଦଗୀରଣ ହୋଇଛି । ଫଳରେ ସମୁଦ୍ର କୂଳକୁ ବଡ଼ ବଡ଼ ସୁନାମି ଢେଉ ମାଡିଆସୁଛି । ଅଧିକ ପଢନ୍ତୁ

ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦଗୀରଣ : ଆମେରିକାର ପଶ୍ଚିମ ଉପକୂଳକୁ  ସୁନାମି ଭୟ

author img

By

Published : Jan 16, 2022, 10:26 AM IST

ୱେଲିଙ୍ଗ୍‌ଟନ୍‌: ଶନିବାର ଦିନ ପ୍ରଶାନ୍ତ ମହାସାଗରୀୟ ଟୋଙ୍ଗା ନିକଟରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଯାହାଫଳରେ ବେଳାଭୂମି ଉପରକୁ ସୁନାମି ଢେଉ ମାଡ଼ିଯାଇଥିଲା ଏବଂ ଲୋକମାନେ ଭୟଭୀତ ହୋଇ ଉଚ୍ଚ ସ୍ଥାନକୁ ଦୌଡି ଚାଲିଯାଇଥିଲେ । ହାୱାଇ, ଆଲାସ୍କା ଏବଂ ଆମେରିକାର ପ୍ରଶାନ୍ତ ଉପକୂଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ଜାପାନରୁ ଆମେରିକା ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ ବୋଲି ସୂଚନା ରହିଛି । ଏହି ଉଦଗୀରଣକୁ ଶୂନ୍ୟ ଗଭୀରତାରେ ୫.୮ ତୀବ୍ରତା ବିଶିଷ୍ଟ ହୋଇଥିଲା ବୋଲି ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂଚନା ଦିଆଯାଇଛି । ଉଦଗୀରଣ ପରେ କ୍ଷୁଦ୍ର ଦ୍ବୀପଦେଶ ଟୋଙ୍ଗା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।

ଟୋଙ୍ଗାନର ରାଜଧାନୀ ନୁକୁଆଲୋଫାରେ ୧.୨ ମିଟର (ଚାରି ଫୁଟ) ପର୍ଯ୍ୟନ୍ତ ତରଙ୍ଗ ଢେଉ ପିଟି ହୋଇଥିଲା ଏବଂ ଆକାଶରୁ ଛୋଟ ପଥର ଖଣ୍ଡ ମଧ୍ୟ ପଡିଥିଲା । ନ୍ୟୁଜିଲାଣ୍ଡର ବୈଜ୍ଞାନିକ ମାର୍କୋ ବ୍ରେନା, ଓଟାଗୋ ୟୁନିଭର୍ସିଟି ସ୍କୁଲ୍ ଅଫ୍ ଜିଓଲୋଜିର ଜଣେ ବରିଷ୍ଠ ଅଧ୍ୟାପକ, ବିସ୍ଫୋରଣର ପ୍ରଭାବକୁ “ସାମାନ୍ୟ ମୃଦୁ” ବୋଲି ଘୋଷଣା କରିଛନ୍ତି । କିନ୍ତୁ ବଡ଼ ପ୍ରଭାବ ସହିତ ଅନ୍ୟ ଏକ ବିସ୍ଫୋରଣକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସତର୍କ କରାଇଛନ୍ତି । ନ୍ୟୁଜିଲ୍ୟାଣ୍ଡରେ ଟୋଙ୍ଗା ଠାରୁ ୨ ହଜାର ୩୦୦ କିଲୋମିଟରରୁ ଅଧିକ ୧୨୦ ଜଣ ଲୋକଙ୍କୁ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ଏବଂ ମାରିନାରେ ଏକ ବଡ଼ ଧରଣର ଲହଡି ଆସିବାପରେ ଅନେକ ଡଙ୍ଗା ନଷ୍ଟ ହୋଇଯାଇଥିଲା ।

ହାୱାଇ ଦ୍ବୀପସ୍ଥିତ ‘ପେସିଫିକ୍‌ ସୁନାମି ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ ରିପୋର୍ଟ ଅନୁଯାୟୀ ନୱିଲିୱିଲି, କାଉଆଇରେ ୧ ଫୁଟ୍‌ରୁ ଆରମ୍ଭ କରି ହାନାଲେଇ ଉପକୂଳ‌ରେ ୨.୭ ଫୁଟ୍‌ ପର୍ଯ୍ୟନ୍ତ ଢେଉ ପିଟି ହୋଇଥିଲା ଏବଂ ଦ୍ବୀପପୁଞ୍ଜରେ କେବଳ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦର୍ଶାଯାଇଛି ଯେ ଟୋଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ବଡ଼ ବଡ଼ ତରଙ୍ଗ କୂଳକୁ ମାଡି ଆସୁଛି । ନ୍ୟୁଜିଲ୍ୟାଣ୍ଡ ସେନା ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ରହିଛି । ସାଟେଲାଇଟ୍‌ ଫଟୋରେ ଦେଖାଯାଉଛି ଏହି ଉଦଗୀରଣ ଯୋଗୁଁ ଧୂଆଁ ଉଠିବା ସହ ପାଉଁଶ ଉଠୁଛି ଏବଂ ଚତୁପାର୍ଶ୍ବରେ ଜଳରାଶିରେ କମ୍ପନ ସୃଷ୍ଟି ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.