ETV Bharat / international

ଭୂକମ୍ପ ପରେ ଜାପାନରେ ସୁନାମୀ ସତର୍କତା ଜାରି

ଗତକାଲି ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଥରିଛି ଦ୍ୱୀପରାଷ୍ଟ୍ର ଜାପାନ। ଏହାଯୋଗୁଁ ସୁନାମୀ ହେବାର ସମ୍ଭାବନା ରହିଛି ବୋଲି ଜାପାନୀ ପାଣିପାଗ ଏଜେନ୍ସି ପକ୍ଷରୁ କୁହାଯାଇଛି ।

author img

By

Published : Jun 19, 2019, 10:46 AM IST

ଫାଇଲ ଫଟୋ

ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଛି ଦ୍ବୀପରାଷ୍ଟ୍ର ଜାପାନ । ଏହାର ପ୍ରଭାବରେ ସୁନାମୀ ହେବାର ସମ୍ଭାବନା ରହିଛି ବୋଲି ଜାପାନୀ ପାଣିପାଗ ଏଜେନ୍ସି ପକ୍ଷରୁ ସତର୍କତା ଜାରି କରାଯାଇଛି । ଗତକାଲି ରାତ୍ରୀରେ ଦେଶରେ ଉତ୍ତର ଭାଗରେ ଏକ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.7 ଥିବା ଜଣାପଡିଛି ।

ଏ ସମ୍ପର୍କରେ ମତ ରଖି ଜାପାନୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଦେଶର ୟାମାଗାଟା ଉପକୂଳ ପ୍ରାନ୍ତରେ ଗତକାଲି ରାତି 10ଟା 22 ମିନିଟ ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ଯୋଗୁଁ ପ୍ରାୟ ଏକ ହଜାର ଲୋକଙ୍କୁ ସେମାନଙ୍କର ଘରୁ ସ୍ଥାନାନ୍ତର କରି ଦିଆଯାଇଛି । ଭୂକମ୍ପ ପ୍ରଭାବରେ 15 ଜଣ ଲୋକ ଆହତ ହୋଇଛନ୍ତି ।

ଏହି ଶକ୍ତିଶାଳୀ ଭୂକମ୍ପର ଝଟକା ଫଳରେ ସ୍ଥାନୀୟ ଅଞ୍ଚଳରେ ଅନେକ ଘରଦ୍ବାରା ଭାଙ୍ଗିଯାଇଛି । ଏପରିକି ୟାମଗାଟାସ୍ଥିତ ସୁରୁକୋ ସହରରେ ଅବସ୍ଥିତ ଥିବା ଘରର ଛାତରୁ ଟାଇଲ୍ ଖସିପଡିଛି । ଅନ୍ୟପଟେ ଏଠାକାର ନିଶିକାୱା ସହରରେ ଭୂକମ୍ପ ଯୋଗୁଁ ଭୂସ୍ଖଳନ ହେବା ସହ ସେଠାରେ ଏକ ଥିବା ପାହାଡିଆ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହା ସହ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ନେଇ ଜଣାଇଛି ଜାପାନୀ ଗଣାମାଧ୍ୟମ ।

ଭୁବନେଶ୍ୱର: ରାଜ୍ୟ ସରକାର ଆୟୁଷ୍ମା ନ ଭାରତ ଲାଗୁ କାଟିବ ପାଇଁ ମନ ବଳାଇଥିବା ବେଳେ ବିରୋଧୀ କଂଗ୍ରେସ ଏତିକିବେଳେ ପେଞ୍ଚ ମାରିଚି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କେବଳ ରାଜନୈତିକ ଫାଇଦା ଲାଗି ବିଜେଡ଼ି ଏହି ଯୋଜନାକୁ ଗ୍ରହଣ କରୁନଥିଲା । ଏବେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକରିବାକୁ ନୂଆ ରାଜ୍ୟ ସରକାର ମନ ବଳାଇଛନ୍ତି । ନିର୍ବାଚନ ଥିବାରୁ ନାହିଁ କରୁଥିଲା ଏବେ ସରିବା ପରେ ହଁ କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।ଏଥିସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧିରେ ଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହେବାକୁ ଏହି କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ କରିବାକୁ ମନସ୍ଥ କରିଛନ୍ତି, ବୋଲି ପିସିସି ସଭାପତି କହିଛନ୍ତି । ଏହାବ୍ୟତୀତ, ରାଜ୍ୟ ସରକାର ଏବେ ଅଧିକ ବିତ୍ତୀୟ ସଙ୍କଟର ସମ୍ମୁଖୀନ ହେଉଥିବା ମଧ୍ୟ ଅନ୍ୟ ଏକ କାରଣ,” ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଟିମ ଆସିଥିଲେ। କିପରି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା କରି ଯାଇଥିଲେ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ଲାଗୁ ପାଇଁ ଏକ ପ୍ରକାର ତତ୍ପରତା ଦେଖାଇଛନ୍ତି।

ଭୁବନେଶ୍ୱର ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.