ETV Bharat / international

ଜାପାନରେ ପର୍ଯ୍ୟଟନ ସ୍ବାଭାବିକ କ୍ୟାମ୍ପେନକୁ ନେଇ ବିବାଦ ସୃଷ୍ଟି - ଜାପାନ ପର୍ଯ୍ୟଟନ କ୍ୟାମ୍ପେନ

ଧିରେ ଧିରେ ସ୍ଥିତି ସହ ଖାପ ଖୁଆଇ ନୂଆ ସଚେତନତା ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ଜାପାନ । ଏନେଇ ଅନେକ କ୍ୟାମ୍ପେନ କାର୍ଯ୍ୟକ୍ରମର ମଧ୍ୟ ଯୋଜନା କରିଛନ୍ତି ସରକାର । ଯାହାକୁ ବିରୋଧ କରିଛନ୍ତି ଦେଶର କିଛି ବିଶେଷଜ୍ଞ ।

corona situation in japan, corona update in japan, tourism in japan, tourism campaign in japan, japan latest news, ଜାପାନରେ କୋରୋନା ସ୍ଥିତି, ଜାପାନରେ କୋରୋନା ଅପଡେଟ, ଜାପାନରେ ପର୍ଯ୍ୟଟନ, ଜାପାନ ପର୍ଯ୍ୟଟନ କ୍ୟାମ୍ପେନ, ଜାପାନ ଲାଟେଷ୍ଟ ନ୍ୟୁଜ୍‌
ଜାପାନରେ ପର୍ଯ୍ୟଟନ ସ୍ବାଭାବିକ କ୍ୟାମ୍ପେନକୁ ନେଇ ବିବାଦ ସୃଷ୍ଟି
author img

By

Published : Jul 21, 2020, 6:29 AM IST

ଟୋକିୟୋ: ମହାମାରୀ ପାଇଁ ସାରା ବିଶ୍ବରେ ନାହିଁ ନଥିବା ଅସୁବିଧାର ପରିସ୍ଥିତି ସୃଷ୍ଟି ହୋଇଛି । ଏମିତିରେ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସହିବାକୁ ପଡିଛି ଅପୂରଣୀୟ କ୍ଷତି । ଅନେକ ରାଷ୍ଟ୍ରରେ ପର୍ଯ୍ୟଟନ କ୍ଷେତ୍ରରୁ ପ୍ରଚୁର ଆୟ ହେଉଥିବା ବେଳେ କୋରୋନା ମହାମାରୀ ପାଇଁ ଏହି ଆୟରେ ଲାଗିଥିଲା ଲଗାମ । ଏମିତିରେ ପ୍ରଭାବିତ ରାଷ୍ଟ୍ର ମଧ୍ୟରୁ ଗୋଟିଏ ହେଉଛି ଜାପାନ । ନିଜ ପର୍ଯ୍ୟଟନ ପାଇଁ ଜାପାନ ପ୍ରସିଦ୍ଧି ଲାଭ କରିଛି ସତ, ହେଲେ ଏବେ ଆଣ୍ଠେଇ ପଡିଛି ଦେଶର ପର୍ଯ୍ୟଟନ ଶିଳ୍ପ ।

ଧିରେ ଧିରେ ସ୍ଥିତି ସହ ଖାପ ଖୁଆଇ ନୂଆ ସଚେତନତା ଓ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ଜାପାନ । ଏନେଇ ଅନେକ କ୍ୟାମ୍ପେନ କାର୍ଯ୍ୟକ୍ରମର ମଧ୍ୟ ଯୋଜନା କରିଛନ୍ତି ସରକାର । ଯାହାକୁ ବିରୋଧ କରିଛନ୍ତି ଦେଶର କିଛି ବିଶେଷଜ୍ଞ । ନିକଟରେ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଏପରି ସ୍ଥିତିରେ ପର୍ଯ୍ୟଟନ ବ୍ୟବସାୟ ପୁଣି ଆରମ୍ଭ କରିବାର ନିଷ୍ପତ୍ତି ସରକାରଙ୍କୁ ମହଙ୍ଗା ପଡିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ ଆରମ୍ଭ ହୋଇଥିବା ଦ୍ବିତୀୟ ଲହରୀ ଦୀର୍ଘସ୍ଥାୟୀ । ଏପରି ସ୍ଥିତିରେ ପର୍ଯ୍ୟଟନ ସ୍ବାଭାବିକ ହେଲେ ପରିଣାମ ଭୟଙ୍କର ହୋଇପାରେ ବୋଲି ସେମାନେ ମତ ଦେଇଛନ୍ତି ।

ସୂଚନା ମୁତାବକ ଜାପାନର ପର୍ଯ୍ୟଟନ ପାଇଁ ବର୍ଷତମାମ ଦେଶ ବିଦେଶରୁ ଅତିଥି ଏଠାକୁ ଟାଣି ହୋଇ ଆସନ୍ତି । ଗତବର୍ଷ ଦେଶରେ ଯେତିକି ପର୍ଯ୍ୟଟକ ଆସିଥିଲେ ଚଳିତବର୍ଷ ଫେବୃଆରୀ ମାସରେ ଏହା 58.3 ପ୍ରତିଶତ ହ୍ରାସ ପାଇଥିବା ବେଳେ ମାର୍ଚ୍ଚ ମାସରେ ଏହା 93 ପ୍ରତିଶତ ହ୍ରାସ ପାଇଥିଲା । ତେଣେ ଦେଶରେ ଦ୍ବିତୀୟ କୋରୋନା ଲହରୀ ଆରମ୍ଭ ହେବା ସହ ଶନିବାର ଟୋକିୟୋରେ କେବଳ 290 ନୂଆ ମାମଲା ସହ ଦେଶବ୍ୟାପୀ 662ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଯଦି ଏପରି ପରିସ୍ଥିତି ଜାରି ରୁହେ ତେବେ ସରକାରଙ୍କୁ ନିଜ ପର୍ଯ୍ୟଟନ କ୍ୟାମ୍ପେନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.