ETV Bharat / international

ବିଶ୍ବର ବିପଦପୂର୍ଣ୍ଣ ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ଯଦି ସାବଧାନ... - ସୋମାଲିଆ

ବିଶ୍ବର 20ଟି ରାଷ୍ଟ୍ର ବିଷୟରେ କହିବୁ ଯାହା ସବୁଠାରୁ ବିପଦପୂର୍ଣ୍ଣ ଅଟେ । ଏହି ଦେଶକୁ ଯାତ୍ରା ଆଗରୁ ଆପଣ ନିଶ୍ଚିତ 100 ଥର ଭାବିନିଅନ୍ତୁ ।

ବିଶ୍ବର ବିପଦପୂର୍ଣ୍ଣ ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ଯଦି ସାବଧାନ...
author img

By

Published : Oct 3, 2019, 1:07 PM IST

ହାଇଦ୍ରାବାଦ: ବର୍ତ୍ତମାନ ବିଶ୍ବରେ ଜାରି ରହିଛି ଆତଙ୍କର ବାତାବରଣ । ଦେଶ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି କୌଣସି ମୂହୁର୍ତ୍ତରେ ଯୁଦ୍ଧର ରୂପ ନେଇପାରେ । କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସେପଟେ ସାଉଦି ଆରବ ତେଲ ପ୍ଲାଣ୍ଟ ଉପରେ ଆକ୍ରମଣକୁ ନେଇ ଆମେରିକା-ଇରାନ ସାମନା ସାମନି । ସେହିପରି କେତେକ ରାଷ୍ଟ୍ରରେ ଜାରି ରହିଛି ଗୃହଯୁଦ୍ଧ ।

ତେବେ ବିଶ୍ବର ଏପରି ଅଶାନ୍ତି ପରିସ୍ଥିତି ସତ୍ତ୍ବେ ଯାହା ଉପରେ ଏହାର ପ୍ରଭାବ ପଡିନାହିଁ ତାହା ହେଉଛି ଭ୍ରମଣ ଓ ଶାନ୍ତି । ବିଭିନ୍ନ ଜାଗାରେ ଅଶାନ୍ତି ପରିସ୍ଥିତି ସତ୍ତ୍ବେ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ଦେଶ ପରିଭ୍ରମଣ କରିବାକୁ ଭଲ ପାଆନ୍ତି । ପରିସ୍ଥିତି ଯାହା ଥାଉନା କାହିଁକି ସେମାନେ ଲୁଚିଛପି ଅବା ସାବଧାନତାର ସହ ସେହି ଦେଶ ବୁଲିବାକୁ ଯାଆନ୍ତି । କିଏ ଏକା ତ କିଏ ପରିବାର ଅବା ବନ୍ଧୁବାନ୍ଧବଙ୍କ ସହ । ଅବସର ସମୟରେ ବୁଲିଯିବା ସେମାନଙ୍କ ନିଶା ।

କିଛି ପରିସ୍ଥିତି ପାଇଁ ଏହି ଭ୍ରମଣ ଯୋଜନା ବାତିଲେ ହେଲେ ଖୁବ ବାଧିଥାଏ । କାରଣ କୌଣସି ଦେଶକୁ ବୁଲିଯିବାର ପ୍ରସ୍ତୁତି କାହିଁ କେତେ ଆଗରୁ ହୋଇଥାଏ । ତେଣୁ ଶେଷ ସମୟରେ ଏହା ଫଳପ୍ରଦ ନହୋଇପାରିଲେ ଖୁବ ବାଧେ । ତେବେ କୌଣସି ବି ସ୍ଥାନକୁ ବୁଲିଯିବା ଆଗରୁ ସେହି ଦେଶ ବିଷୟରେ ଜାଣିନେବା ନିଶ୍ଚିତ ଆବଶ୍ୟକ । କିଛି ନହେଲେ ବି ଆପଣ ଗୁଗଲ ସାହାଯ୍ୟରେ ତଥ୍ୟ ସଂଗ୍ରହ କରିପାରିବେ । ତେବେ ଆମେ ଆଜି ଆପଣକୁ ବିଶ୍ବର 20ଟି ରାଷ୍ଟ୍ର ବିଷୟରେ କହିବୁ ଯାହା ସବୁଠାରୁ ବିପଦପୂର୍ଣ୍ଣ ଅଟେ । ଏହି ଦେଶକୁ ଯାତ୍ରା ଆଗରୁ ଆପଣ ନିଶ୍ଚିତ 100 ଥର ଭାବିନିଅନ୍ତୁ ।

ବିଶ୍ବ ଶାନ୍ତି ସୂଚକାଙ୍କ ଅନୁସାରେ ଏହି ଦେଶର ମାନଦଣ୍ଡ ସ୍ଥିର କରାଯାଇଛି । ମୋଟ 163ଟି ଦେଶର ଶାନ୍ତିପୂର୍ଣ୍ଣ ବାତାବରଣ ଅନୁସାରେ ସୂଚକାଙ୍କ ତିଆରି ହୋଇଛି । ଯେଉଁଥିରେ ଅପରାଧ ହାର, ଆତଙ୍କବାଦୀ କାର୍ଯ୍ୟକଳାପ, ରାଜନୀତି ସ୍ଥିରତା, ଜନସଂଖ୍ୟା ବୃଦ୍ଧି ଓ ପଡୋଶୀ ଦେଶଙ୍କ ସହ ସମ୍ପର୍କକୁ ନେଇ ସୂଚକାଙ୍କ ତିଆରି ହୋଇଛି । ଏହାସହ ଉକ୍ତ ରାଷ୍ଟ୍ରରେ ବିକାଶମୂଳକ କାର୍ଯ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ଦୃଷ୍ଟିରେ ରଖି ଏହି ସୂଚକାଙ୍କକୁ 2ଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ସକାରାତ୍ମକ ଶାନ୍ତି ଓ ନକାରାତ୍ମକ ଶାନ୍ତି । ଏହା ଆଧାରରେ ଏହି ରାଷ୍ଟ୍ରର ତାଲିକା ପ୍ରସ୍ତୁତ ହୋଇଛି ।

ଆସନ୍ତୁ ନଜର ପକାଇବା ବିଶ୍ବର ଏହି 20ଟି ବିପଦପୂର୍ଣ୍ଣ ରାଷ୍ଟ୍ର ତାଲିକା ଉପରେ...

  • ସୋମାଲିଆ
  • ଦକ୍ଷିଣ ସୁଦାନ
  • ସିରିୟା
  • ୟମେନ୍
  • ଇରାକ
  • ଆଫଗାନିସ୍ତାନ
  • କେନ୍ଦ୍ରୀୟ ଆଫ୍ରିକା ସାଧାରଣତନ୍ତ୍ର
  • ଲିବିୟା
  • କଙ୍ଗୋ ଗଣତାନ୍ତ୍ରିକ ସାଧାରଣତନ୍ତ୍ର
  • ଋଷିଆ
  • ପାକିସ୍ତାନ
  • ତୁର୍କୀ
  • ଉତ୍ତର କୋରିଆ
  • ୟୁକ୍ରେନ
  • ସୁଦାନ
  • ନାଇଜେରିଆ
  • ଲେବାନନ୍
  • ଇସ୍ରାଏଲ
  • ମାଲି
  • ଭେନୁଜଏଲା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.