ETV Bharat / international

ଆଫଗାନିସ୍ତାନରେ ନମାଜ ପଢିଲେ ହଜାର ହଜାର ମୁସଲମାନ, କହିଲେ କୋରୋନାକୁ ନାହିଁ ଭୟ

ଆଫଗାନିସ୍ତାନର ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୌଲବୀ ମୁଜିବ ରହମାନା ରମଜାନର ପ୍ରତ୍ୟେକ ଜୁମେରେ ମସଜିଦକୁ ଆସି ପ୍ରାର୍ଥନା କରିବାକୁ ଡାକିଥିଲେ। ଅଧିକ ପଢନ୍ତୁ...

Afghanistan
ଆଫଗାନିସ୍ତାନରେ ନମାଜ ପଢିଲେ ହଜାର ହାଜର ମସୁଲମାନ
author img

By

Published : May 4, 2020, 3:36 PM IST

Updated : May 4, 2020, 4:10 PM IST

କାବୁଲ: ଆଫଗାନିସ୍ତାନରେ କୋରୋନା ଭାଇରସ ବିସ୍ତାର ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ଏଠାରେ 2700ରୁ ଅଧିକ ସଂକ୍ରମଣର ରିପୋର୍ଟ ହୋଇଥିବାବେଳେ 85 ଜଣଙ୍କର ମୃତ୍ୟୁ ଘଟିଛି। ସରକାର କାବୁଲ ଏବଂ ଅନ୍ୟାନ୍ୟ ସହରରେ ଲକଡାଉନ ଜାରି କରିଛନ୍ତି । କିନ୍ତୁ ପାକିସ୍ତାନ ପରି ଏଠାରେ ମଧ୍ୟ କଟ୍ଟରପନ୍ଥି ମୌଲାନା ବାରମ୍ବାର ମସଜିଦରେ ଏକାଠି ହୋଇ ପ୍ରାର୍ଥନା କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି । ସଲଫି ମୁଲ୍ଲା, ମୌଲବୀ ମୁଜିବ ରହମାନ ଅନସାରୀଙ୍କ ପ୍ରବର୍ତ୍ତନ ପରେ ଶୁକ୍ରବାର ହଜାର ହଜାର ଲୋକ ଜୁମେରେ ଏକତ୍ରିତ ହୋଇଥିଲେ । ଯାହା ଏବେ ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ।

Afghanistan
ଆଫଗାନିସ୍ତାନରେ ନମାଜ ପଢିଲେ ହଜାର ହଜାର ମସୁଲମାନ

ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୌଲବୀ ମୁଜିବ ରହମାନା ରମଜାନର ପ୍ରତ୍ୟେକ ଜୁମେରେ ମସଜିଦକୁ ଆସି ପ୍ରାର୍ଥନା କରିବାକୁ ଡାକିଥିଲେ। ଏହାପରେ ହଜାର ହଜାର ମୁସଲମାନ ଏକତ୍ରିତ ହୋଇ ଆଫଗାନିସ୍ତାନର ତୃତୀୟ ବୃହତ୍ତମ ସହର ହେରଟର ଗାଜେର ଗହ ସରିଫ ନିକଟରେ ପ୍ରାର୍ଥନା କରି କୋରାନା ସଂକ୍ରମଣ ଏବଂ ଲକଡାଉନକୁ ବିରୋଧ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏକତ୍ରିତ ହୋଇଥିବା ଲୋକମାନେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରିନଥିଲେ।

ଯେଉଁମାନେ ନମାଜ ପଢିବାକୁ ଆସିଥିଲେ ସେମାନେ କହିଥିଲେ - 'ଆମେ କୋରୋନା ଜୀବାଣୁ ବିଷୟରେ ଚିନ୍ତା କରୁନାହୁଁ । ଆମେ ବିଶ୍ୱାସ କରୁ ଯେ, ଆଲ୍ଲା ମଧ୍ୟ ଏହି କୋରୋନାକୁ ସୃଷ୍ଟି କରିଛନ୍ତି ।ଆଲ୍ଲା ମଧ୍ୟ ଏହାକୁ ଆମ ଭଳି କରିଛନ୍ତି। ଭଗବାନଙ୍କ ଇଚ୍ଛା ବିନା ପୃଥିବୀରେ ସେପରି କୌଣସି ଭାଇରସ ଜନ୍ମ ହୋଇପାରିବେ ନାହିଁ। ମୌଲବି ମୁଜିବ ମଧ୍ୟ ତାଙ୍କ ଯୁକ୍ତିରେ କହିଛନ୍ତି, ଆମେ ମୁସଲମାନ, ଆମେ ଆଲ୍ଲାଙ୍କୁ ବିଶ୍ବାସ କରୁ। କୋରୋନା ମୁସଲମାନମାନଙ୍କର କୌଣସି କ୍ଷତି କରିବ ନାହିଁ, ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ନମାଜ ପାଠ କରିବାକୁ ଏକାଠି ହୋଇଥିବା ଅନ୍ୟ ଅନେକ ଲୋକ ମଧ୍ୟ କହିଛନ୍ତି ଯେ, ସେମାନେ ପୂଜା ପାଇଁ କୋରୋନା ଭାଇରସକୁ ଭୟ କରନ୍ତି ନାହିଁ ।

ତେବେ କୋରୋନା ସଂକ୍ରମଣ ହେତୁ ଇସଲାମର ପବିତ୍ର ସ୍ଥାନ ଜମା ଏବଂ ମକ୍କା ମସଜିଦ ମଧ୍ୟ ବନ୍ଦ ରଖାଯାଇଛି। ସାଉଦି ଆରବ ମଧ୍ୟ ଲୋକମାନଙ୍କୁ ହଜ୍ ତୀର୍ଥଯାତ୍ରା ପାଇଁ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରିବାକୁ କହିଥିବାବେଳେ, ଉମରା ଯାତ୍ରାକୁ ଦୁଇମାସ ସ୍ଥଗିତ ରଖାଯାଇଛି। ଏହା ବ୍ୟତୀତ ୟେରୁସଲାମର ଅଲ ଅକସା ମସଜିଦ ଏବଂ ମଦିନାରେ ଥିବା ପେଙ୍ଗବର ମହମ୍ମଦଙ୍କ ମସଜିଦ ମଧ୍ୟ ବନ୍ଦ ରଖାଯାଇଛି। ମାର୍ଚ୍ଚ ମଧ୍ୟଭାଗରେ କୋରୋନା ସଂକ୍ରମଣ ହେତୁ ମକ୍କା ସହର ମଧ୍ୟ ବନ୍ଦ ରହିଥିଲା, ବର୍ତ୍ତମାନ କାହାକୁ ସହର ପରିଦର୍ଶନ କରିବାକୁ ଅନୁମତି ନାହିଁ ।

Last Updated : May 4, 2020, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.