ETV Bharat / international

ଶ୍ରୀଲଙ୍କା ଚଲାଇବେ ରାଜପାକ୍ସେ ପରିବାର ! - ରାଜପାକ୍ସେ ପରିବାର

ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଥିଲେ ଗୋତବାୟା । ଏହାପରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାଇ ମହିନ୍ଦ୍ରାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 21, 2019, 12:25 PM IST

କଲମ୍ବୋ: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପାକ୍ସେ ପ୍ରଥମେ ଜଣେ ରାଜନେତା ନୁହେଁ ବୋଲି କହିଥିଲେ । ରଜନୀତିରେ ପ୍ରବେଶ କରିବା ନେଇ ଅନିଶ୍ଚିତତା ରହିଛି । କିନ୍ତୁ ଶେଷରେ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେଲେ । ନଭେମ୍ବର 16ରେ ହୋଇଥିବା ନିର୍ବାଚନରେ ସେ 52 ପ୍ରତିଶତ ଅଧିକ ଜନାଦେଶ ହାସଲ କରିଥିଲେ । ଦେଶର ସପ୍ତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଥିଲେ ଗୋତବାୟା ।

ସୂଚନା ଅନୁସାରେ, 1,00,50,000 ପଞ୍ଜିକୃତ ମତଦାତାଙ୍କର ଏହି ନିର୍ବାଚନରେ 83.7 ପ୍ରତିଶତ ରେକର୍ଡ ମତଦାନ ହୋଇଥିଲା । ସିଂହଳି ବହୁମତ ଅନୁସାରେ, 2019 ଇଷ୍ଟର ବୋମା ବିସ୍ଫୋରଣ ପରେ ରାଷ୍ଟ୍ରର ସୁରକ୍ଷା ବିପଦରେ ଥିଲା। ମୁସଲମାନ ଏବଂ ତାମିଲ ଅଳ୍ପସଂଖ୍ୟକ ରାଜପକ୍ସେ ଶାସନକୁ ଆସିବା ପରେ ନିଜ ଅଧିକାରର ଦମନ ହେବାର ଆଶଙ୍କା କରିଛନ୍ତି ।

image
ଡିଜାଇନ ଫଟୋ

ଏଥିନେଇ.ସଜିତ ପ୍ରେମଦାସ ଉତ୍ତର-ପୂର୍ବ ଜିଲ୍ଲାରେ 80 ପ୍ରତିଶତ ଭୋଟ ହାସିଲ କରିଥିଲେ । ଯେଉଁଠି ଅଧିକ ସଂଖ୍ୟାରେ ମୁସଲମାନ ଏବଂ ତାମିଲ ସମ୍ପ୍ରଦାୟ ବସବାସ କରୁଛନ୍ତି । ହେଲେ ସିଂହଳ ସଂପ୍ରଦାୟର ଭୋଟ ନିର୍ଣ୍ଣାୟକ ଥିଲା । ଯାହା ଦ୍ବାରା ଗୋତବାୟା ବିଜୟ ମକୁଟ ପିନ୍ଧିଥିଲେ । 2005ରୁ ଆରମ୍ଭ କରି ଶାସନ କରୁଥିବା ମହିନ୍ଦ୍ରା ଗୋତବୟାଙ୍କ ଭାଇ ରୂପେ ସେ ଖୁବ ପରିଚିତ ଥିଲେ ।

ଇଷ୍ଟର ବୋମା ବିସ୍ଫୋରଣ ଅନୁସାରେ, ସାଧାରଣ ନାଗରିକମାନେ ଗୋତବୟାଙ୍କୁ ଏକ ପ୍ରଭାବୀ ନେତା ରୂପରେ ଦେଖୁଥିଲେ । ସେ ଜାଣିଥିଲେ ସିଂହଳ ହିଁ ତାଙ୍କୁ ବିଜୟୀ କରିବାରେ ସହାୟକ ହେବ, କିନ୍ତୁ ଏହା ଜାଣିବା ସତ୍ତ୍ବେ ମଧ୍ୟ ମୁସଲମାନ ଏବଂ ତାମିଲ ରାଷ୍ଟ୍ର ପୁନର୍ନିମାଣ ହେବରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆର୍ଥିକ ପୁନରୁଦ୍ଧାର ନିର୍ବାଚନ ଘୋଷଣାପତ୍ରର କ୍ରୁକ ଗଠନ କରାଯାଇଥିଲା । ଚୀନ ସହ ରାଜପକ୍ସେ ପରିବାରର ନିକଟତା ଖୁବ ଭଲ,ଏହି ସମୟରେ ଭାରତକୁ ଶ୍ରୀଲଙ୍କା ସହ ମିତ୍ରତା କରିବା ସମୟରେ ସାବଧାନ ରହିବା ଉଚିତ।

ଶ୍ରୀଲଙ୍କାକୁ କାବ୍ୟଭାଷାରେ ଭାରତର ଅଶ୍ରୁଧାରା ବୋଲି କୁହାଯାଏ କାହିଁକି ନା ସେ ସର୍ବଦା ସଙ୍କଟ ଏବଂ ଅସଫଳତାରେ ଚିନ୍ତିତ ରହିଥାଏ। ତାମିଲ ଟାଇଗର୍ସ ଦ୍ବାରା ହୋଇଥିବା ଗୃହଯୁଦ୍ଧ ଭାଙ୍ଗିଦେଇଥିଲା ଶ୍ରୀଲଙ୍କାକୁ । 2010 ମସିହାରେ ପୁଣି ମହିନ୍ଦ୍ରା ରାଜପେକ୍ସ ଯିଏ ଏଲଟିଟିଇକୁ ଦବେଇ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତିର ମୁକୁଟ ପିନ୍ଧିଥିଲେ । ରାଷ୍ଟ୍ରପତି ହେବା ପରେ ସେ ଅନ୍ୟକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ନିଜର ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ସେ ସମ୍ବିଧାନ ସଂଶୋଧନର ସାହାଯ୍ୟ ନେଇଥିଲେ । ଚୀନର ପୁଞ୍ଜିନିବେଶ ପାଇଁ ସର୍ବଦା ଦ୍ବାର ମୁକ୍ତ ରଖିବା ସହ ଚୀନକୁ ହମ୍ବନଟୋଟା ବନ୍ଦରକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ଦେଇଥିଲେ ।

image
ଡିଜାଇନ ଫଟୋ

ସେ 2015 ନିର୍ବାଚନ ଲଢିଥିଲେ । ହେଲେ ଜନତା ମେତ୍ରୀପାଲ ସିରିସେନାଙ୍କୁ ଅଧିକ ସମର୍ଥନ ଦେଇଥିଲେ । କିନ୍ତୁ ଦଳର ବିଶ୍ବାସ ଥିଲା ଯେ, ସେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିନ୍ଧେଙ୍କ ସହ ମିଶି ଦେଶର ପ୍ରଗତି କରିବେ । 4 ବର୍ଷ ଭିତରେ ଦୁଇ ଦଳ ଭିନ୍ନ ରାସ୍ତାରେ ଚାଲିଗଲେ । ହେଲେ ଭାରତୀୟ ସୁଫିଆ ଏଜେନ୍ସି ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲା । ହେଲେ ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଫଳରେ ଇଷ୍ଟର ବୋମା ବିସ୍ଫୋରଣରେ 269 ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଯାହା ଦ୍ବାରା ଗୋତବୟା କଠୋର କେନ୍ଦ୍ରିୟବାଦୀ ପାଲଟିଯାଇଥିଲେ ।

ବର୍ତ୍ତମାନ ଜିଡିପି 2016ରେ 4.5 ପ୍ରତିଶତ ଥିବା ବେଳେ 2018ମସିହାରେ ଏହା ହ୍ରାସ ପାଇ 2.7 ରେ ପହଞ୍ଚିଥିଲା । ଚଳିତ ବର୍ଷ ଜିଡିପି 1.5 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଦେଖାଯାଇଛି। ପର୍ଯ୍ୟଟନ ଉଦ୍ୟୋଗରେ ଇଷ୍ଟର ବୋମାବିସ୍ଫୋରଣ ୟୁଏସଡି 6,950 କୋଟି ଋଣ ପରେ ଜିଡିପି 78 ପ୍ରତିଶତ ରହିଛି। ଫଳରେ ଶ୍ରୀଲଙ୍କା ଚୀନର ଋଣ ଭାରରେ ଡୁବି ରହିଛି ।

ଏପଟେ ବିଜୟ ପରେ ଗୋତବୟା ଭାରତ ସହ ସୁସମ୍ପର୍କକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଭାରତ ଆମର ସଂପର୍କୀୟ ହେଲେ ଚୀନ ଆମର ଭଲ ମିତ୍ର ବୋଲି କହିଛନ୍ତି ରାଷ୍ଟ୍ରପତି ଗୋତବୟା। ମୋଦି ସରକାରଙ୍କୁ ଶ୍ରୀଲଙ୍କା ସହ ସଂପର୍କ ଆହୁରି ମଜବୁତ କରିବା ଦିଗରେ ପଦକ୍ଷେପ ନେବା ଉଚିତ । ଯାହା ଦ୍ବାରା ଚୀନ ଶ୍ରୀଲଙ୍କା ଉପରେ ଆକ୍ରମଣ କରିନପାରିବ ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.