ETV Bharat / international

ଆତଙ୍କୀଙ୍କ ଗୁଳିରେ ଆଫଗାନିସ୍ତାନରେ 7 ସାଧାରଣ ନାଗରିକ ମୃତ - ସାଧାରଣ ନାଗରିକ ମୃତ

ଆଫଗାନିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ଉତ୍ତର ବାଲ୍ଖ ପ୍ରାନ୍ତରେ ସରକାରୀ ବିରୋଧୀ ଆତଙ୍କବାଦୀଙ୍କ ଦ୍ବାରା 7ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 8, 2020, 8:29 PM IST

କାବୁଲ: ଗୋଟିଏ ପଟେ ସାରା ବିଶ୍ବ କୋରୋନା ଆତଙ୍କ ବିରୋଧରେ ଲଢେଇ ଜାରି ରଖିଛି । ଅନ୍ୟପଟେ ଆଫଗାନିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ଉତ୍ତର ବାଲ୍ଖ ପ୍ରାନ୍ତରେ ସରକାରୀ ବିରୋଧୀ ଆତଙ୍କବାଦୀଙ୍କ ଦ୍ବାରା 7ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି ।

। ବୁଧବାର ସ୍ଥାନୀୟ ସିଞ୍ଜରା ପୋଲିସ ମୁଖ୍ୟ ସୟଦ ଆରିଫ ଇକବାଲ କହିଛନ୍ତି, "ଯେଉଁମାନେ ଗୁଳି ଚଳାଇଥିଲେ ସେମାନେ ମଙ୍ଗଳବାର ଦିନ ଶୋଲେଗ୍ରା ଜିଲ୍ଲାର ତାଲିବାନ ଅଧିକୃତ ଅଞ୍ଚଳରେ ପାର୍ଟି କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଆତଙ୍କବାଦୀ ମାନେ ଗୁଳି ମାଡ କରିଥିଲେ । ପୋଲିସ ମୁଖ୍ୟ କହିଛନ୍ତି ଯେ ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ଜିଲ୍ଲା କେନ୍ଦ୍ରକୁ ପଠାଇଛନ୍ତି । ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଛି । ତାଲିବାନ ପକ୍ଷରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବାର୍ତ୍ତା ରଖାଯାଇନାହିଁ ।

ମିଳିତ ଜାତିସଂଘ ମିଶନ ଦେଶରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଫଗାନିସ୍ତାନ ସାଧାରଣ ନାଗରିକମାନେ ସଶସ୍ତ୍ର ସଂଘର୍ଷର ଶିକାର ହେଉଛନ୍ତି । 2019 ରେ ରକ୍ତାକ୍ତ ସଂଘର୍ଷରେ 3,400 ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ 6,900 ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ ତାଲିବାନ ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀକୁ 62% ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଦାୟୀ କରିଛି । ଏହି ଅବଧି ମଧ୍ୟରେ 28 ପ୍ରତିଶତ ସୁରକ୍ଷା ବାହିନୀ ନିହତ ହୋଇଥିବାବେଳେ ଅବଶିଷ୍ଟ 10 ପ୍ରତିଶତ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଛନ୍ତି।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.