ETV Bharat / international

ପାକ ସେନା କ୍ୟାମ୍ପରେ ବାଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ: ୪ ପାକ ଯବାନ ଓ ୧୪ ବିଦ୍ରୋହୀ ମୃତ

author img

By

Published : Feb 3, 2022, 10:32 PM IST

ପାକିସ୍ତାନ ସେନା କ୍ୟାମ୍ପରେ ବାଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ । ୪ ପାକ ଯବାନ ଓ ୧୪ ବିଦ୍ରୋହୀ ମୃତ । ଅଧିକ ପଢନ୍ତୁ

ପାକ ସେନାରେ କ୍ୟାମ୍ପରେ ବାଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ, ୪ ପାକ ଯବାନ ଓ ୧୪ ବିଦ୍ରୋହୀ ମୃତ

ଇସଲାମାବାଦ: ବାଲୁଚିସ୍ତାନରେ ପାକିସ୍ତାନର ଏକ ସେନା କ୍ୟାମ୍ପରେ ଆକ୍ରମଣ କରିଛି ପାକିସ୍ତାନ ଦ୍ବାରା ନିଷେଧ ତଥା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ବାଲୁଚି ଲିବରେସନ୍ ଆର୍ମି (BLA) । ଏହି ଆକ୍ରମଣରେ ପାକିସ୍ତାନ ସେନାର ୪ ଯବାନଙ୍କ ସମେତ ୧୪ରୁ ଊର୍ଦ୍ଧ୍ବ ବାଲୁଚି ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ଆଜି (ବୁଧବାର) ବାଲୁଚିସ୍ତାନର ପଞ୍ଜଗୁର ଏବଂ ନୋସ୍କି ଜିଲ୍ଲାରେ ଘଟିଛି ।

  • We salute our brave security forces who repulsed terrorist attacks against security forces' camps in Panjgur & Naushki, Balochistan. The nation stands united behind our security forces who continue to give great sacrifices to protect us.

    — Imran Khan (@ImranKhanPTI) February 3, 2022 " class="align-text-top noRightClick twitterSection" data=" ">

ପଞ୍ଜଗୁରରେ ଆତଙ୍କବାଦୀ ଘୋଷିତ ବିଦ୍ରୋହୀମାନେ ଦୁଇଟି ସ୍ଥାନରୁ ଏକ ସେନା କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏଥିରେ ପାକିସ୍ତାନ ସେନା ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଡା ଜବାବ ଦେଇଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ୧୪ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୪ ପାକ ଯବାନ ମଧ୍ୟ ଘଟଣାସ୍ଥଳରେ ନିହତ ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି ।

ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏପରି ଆକ୍ରମଣ ପରେ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ କଡା ମୁକାବିଲା କରିଛନ୍ତି । ୧୪ ଆତଙ୍କୀ ପ୍ରାଣ ହରାଇଥିବାବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି । ସେହିପରି ଆତଙ୍କବାଦ ବିରୋଧରେ ଏହା ପାକିସ୍ତାନର ଏକ ବଡ ସଫଳତା ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହାକୁ ଏକ ଆତଙ୍କୀ ଆକ୍ରମଣ ପରିବର୍ତ୍ତେ ପାକିସ୍ତାନର ସେନାର ଆତଙ୍କୀ ନିରେଧୀ ଅପରେସନ ବୋଲି ଦର୍ଶାଇ, ସେନାକୁ ଶୁଭେଚ୍ଛା ଜଣାଇଛନ୍ତି ଇମ୍ରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.