ETV Bharat / international

ଦେଶ ଛାଡି ପାରିବେନି ଆଫଗାନୀ, ବିମାନବନ୍ଦର ରାସ୍ତା ବନ୍ଦ କଲା ତାଲିବାନ - ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ

ଆଉ ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ । ଭୟରେ ଦେଶ ଛାଡୁଥିବା ଆଫଗାନିସ୍ତାନବାସୀଙ୍କ ଉପରେ ରୋକ ଲଗାଇଛି ତାଲିବାନ । ଅଧିକ ପଢନ୍ତୁ...

ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ
ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ
author img

By

Published : Aug 25, 2021, 12:20 PM IST

କାବୁଲ: ଆଫଗାନିସ୍ତାନବାସୀଙ୍କ ପାଇଁ ବଢିଲା ଚିନ୍ତା । ଆଉ ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ । ଭୟରେ ଦେଶ ଛାଡୁଥିବା ଆଫଗାନିସ୍ତାନବାସୀଙ୍କ ଉପରେ ରୋକ ଲଗାଇଛି ତାଲିବାନ ।

ଏବେଠାରୁ କାବୁଲ ବିମାନବନ୍ଦରରେ ଆଉ ଲାଗିବନି ଆଫଗାନିସ୍ତାନବାସୀଙ୍କ ଭିଡ । ବିଦେଶୀ ନାଗରିକଙ୍କ ଉପରେ ଏହି ନିୟମ ଲାଗୁ ହୋଇନଥିବା ସ୍ପଷ୍ଟ କରିଛି ତାଲିବାନ ସଙ୍ଗଠନ । ବିମାନବନ୍ଦରକୁ ଯାଇଥିବା ରାସ୍ତାକୁ ତାଲିବାନ ସଦସ୍ୟ ବ୍ଲକ କରିଥିବା କହିଛନ୍ତି ତାଲିବାନ ମୁଖପାତ୍ର ଜୈବିହୁଲ୍ଲା ମୁଜାହିଦ । ଏହି ରାସ୍ତ ଆଫଗାନିସ୍ତାନବାସୀଙ୍କ ପାଇଁ ବନ୍ଦ, ହେଲେ ବାହାର ଦେଶ ନାଗରିକଙ୍କ ପାଇଁ କଟକଣା ନଥିବା କହିଛନ୍ତି ତାଲିବାନ ମୁଖପାତ୍ର ।

ଦେଶ ଛାଡିବା ପାଇଁ ବିମାନବନ୍ଦରରେ ଥିବା ସମସ୍ତ ଆଫଗାନିସ୍ତାନବାସୀ ଘରକୁ ଫେରି ଆସନ୍ତୁ । ସେମାନଙ୍କୁ କିଛି ଦଣ୍ଡ ଦିଆଯିବ ନାହିଁ, ସମସ୍ତ ସୁରକ୍ଷା ଦିଆଯିବ । ହେଲେ ସେମାନେ ଆଉ ଦେଶ ଛାଡି ପାରିବେ ନାହିଁ । ତାଲିବାନର ଏପରି ଘୋଷଣା ପରେ ଚିନ୍ତାରେ ପଡିଛନ୍ତି ଆଫଗାନିସ୍ତାନବାସୀ । କଳେ ବଳେ କୌଶଳେ ଖସି ଏୟାରପୋର୍ଟରେ ପହଞ୍ଚିବାକୁ ଉଦ୍ୟମ କରୁଥିବା ଆଫଗାନିସ୍ତାନବାସୀଙ୍କ ରାସ୍ତାରେ କଣ୍ଟା ହୋଇ ଛିଡା ହୋଇଛି ତାଲିବାନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.