ETV Bharat / international

ତାଲିବାନର ନୂଆ ଭିଡିଓ: ପାଶ୍ଚାତ୍ୟ ରାଷ୍ଟ୍ର ଓ ଆଫଗାନ୍ ସରକାରଙ୍କୁ ଟାର୍ଗେଟ

ଭିଡିଓରେ ଆଫଗାନିସ୍ତାନରେ ପରିସ୍ଥିତି ବିଗିଡିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଦାୟୀ କରାଯାଇଛି । ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରୁଥିବା ଲୋକଙ୍କୁ ସମାଲୋଚନା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 13, 2020, 1:47 AM IST

ତାଲିବାନର ନୂଆ ଭିଡିଓ: ପାଶ୍ଚାତ୍ୟ ରାଷ୍ଟ୍ର ଓ ଆଫଗାନ୍ ସରକାରଙ୍କୁ ଟାର୍ଗେଟ
ତାଲିବାନର ନୂଆ ଭିଡିଓ: ପାଶ୍ଚାତ୍ୟ ରାଷ୍ଟ୍ର ଓ ଆଫଗାନ୍ ସରକାରଙ୍କୁ ଟାର୍ଗେଟ

କାବୁଲ: ତାଲିବାନଙ୍କ ସହ ସମସ୍ତ ବିବାଦ ଶେଷ କରି ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ସବୁପ୍ରକାର ଉଦ୍ୟମ କରୁଛନ୍ତି ଆଫଗାନିସ୍ତାନ ସରକାର । ଏଥିରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ହେଲେ ଏହାକୁ ଭଣ୍ଡୁର କରିବାର ସମସ୍ତ ଉଦ୍ୟମ ଚଲାଇଛି ତାଲିବାନ ।

ଶାନ୍ତି କଥାବାର୍ତ୍ତା ସତ୍ତ୍ବେ ଲଗାତାର ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଥିବା ଏହି ସଙ୍ଗଠନ ନିକଟରେ ଏକ ଭିଡିଓ ଜାରି କରିଛି । ଏଥିରେ ଆଫଗାନ୍ ସରକାର ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଟାର୍ଗେଟ କରାଯାଇଛି । ଏହାସହ ଜିହାଦ୍ ଏବଂ ତାଲିବାନକୁ ସମର୍ଥନ କରିବା ପାଇଁ କୁହାଯାଇଛି । ଭିଡିଓର ନାମ ରିଅଲ ମ୍ୟାନ 4 ରହିଛି ।

ଭିଡିଓରେ ଆଫଗାନିସ୍ତାନରେ ପରିସ୍ଥିତି ବିଗିଡିବା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଦାୟୀ କରାଯାଇଛି । ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରୁଥିବା ଲୋକଙ୍କୁ ସମାଲୋଚନା କରାଯାଇଛି । ପାଶ୍ଚାତ୍ୟ ରାଷ୍ଟ୍ର ଦେଶରେ ଖରାପ ପରମ୍ପରା ସୃଷ୍ଟି କରିଥିବା ଏଥିରେ ଦର୍ଶାଯାଇଛି । ଏହାସହ ମୁସଲିମଙ୍କୁ ନିଜ ଚିନ୍ତାଧାରା ଦ୍ବାରା ଏହି ରାଷ୍ଟ୍ରମାନେ ଭୁଲ ରାସ୍ତାରେ ନେଇଯାଉଥିବା ତାଲିବାନ କହିଛି । ଭିଡିଓରେ ଏକ ଭଏସ ଓଭରରେ ଆଫଗାନ୍ ଦେଶର ଚିତ୍ର ଦେଖାଇବା ସହ ଏପରି କଥା କୁହାଯାଇଛି । ସେହିପରି ଆଫଗାନ୍ ସରକାର ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ସମାଲୋଚନା କରିଛି ସଙ୍ଗଠନ ।

ପ୍ରକାଶ ଥାଉ କି ଶାନ୍ତି ଚୁକ୍ତି ଯୋଗୁଁ ତାଲିବାନ ଓ ଆଫଗାନ୍ ସେନା ମଧ୍ୟରେ ଭବିଷ୍ୟତରେ ଯୁଦ୍ଧ ହେବ ନାହିଁ ବୋଲି ସ୍ଥିର ହୋଇଛି । ଫେବୃୟାରୀରେ ଏହି ଚୁକ୍ତି ଆମେରିକା ସେନା ଓ ତାଲିବାନ ଭିତରେ ହୋଇଥିଲା । ଏହା ଅନୁସାରେ ଉଭୟ ପକ୍ଷ ବନ୍ଦୀ ବନାଇଥିବା ସେନାଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଆଫଗାନ୍ ସରକାର ମଧ୍ୟ ଅନେକ ତାଲିବାନୀଙ୍କୁ ଛାଡିସାରିଲେଣି । ସେହିପରି ଆସନ୍ତାବର୍ଷ ସୁଦ୍ଧା ଆମେରିକା ଓ ଅନ୍ୟ ରାଷ୍ଟ୍ରମାନେ ଦେଶରୁ ନିଜ ଟ୍ରୁପ୍ସ ପ୍ରତ୍ୟାହାର କରିବେ ବୋଲି ସ୍ଥିର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.