କାବୁଲ : ଆଫଗାନିସ୍ତାନରେ ରାଜୁତି ଆରମ୍ଭ କରିଛି ତାଲିବାନ । ତାଲିବାନ ମଙ୍ଗଳବାର ଦିନ ସୁହେଲ ଶାହିନଙ୍କୁ ଆଫଗାନିସ୍ତାନର ଜାତିସଂଘର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛି । ମିଳିତ ଜାତିସଂଘରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବା ପୂର୍ବରୁ ତାଲିବାନ ଏପରି ଘୋଷଣା କରିଛି । ଏନେଇ ବ୍ରିଟେନର ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ସେପଟେ ଏ ସମୟରେ କାତାରର ଶାସକ ଅମିର ଶେଖ ତମିମ ବିନ୍ ହମାଦ ଅଲ ଥାନି ତାଲିବାନ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
ଜାତିସଂଘରୁ ତାଲିବାନର ନେତାମାନଙ୍କୁ ବଏକଟ ନ କରିବାକୁ ସେ ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ, ଜାତିସଂଘରେ ଥିବା ବିଶ୍ୱ ନେତାମାନଙ୍କୁ ତାଲିବାନ ଶାସକମାନଙ୍କଠାରୁ ମୁହଁ ନ ଫେରାଇ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି । ତାଲିବାନ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି । ବହିଷ୍କାରରୁ କେବଳ ବିଭାଜନ ଓ ବାଦବିବାଦ ସୃଷ୍ଚି ହେବ । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସକରାତ୍ମକ ଫଳାଫଳ ଆଣିପାରେ ବୋଲି ସେ କହିଛନ୍ତି ।
@ANI