ETV Bharat / international

ତାଲିବାନର ବର୍ବରତା, ବିବାହରେ ଗୀତ ବାଜିବାରୁ ୧୩ ଆଫଗାନୀଙ୍କୁ ଗୁଳି କରି ହତ୍ୟା - ଆଫଗାନବାସୀ

ବିବାହ ଉତ୍ସବରେ ଗୀତ ବଜାଇବାରୁ ୧୩ ଆଫଗାନବାସୀଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ ଆତଙ୍କୀ । ଟ୍ବିଟ କରି ସୂଚନା ଦେଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଅଧିକ ପଢନ୍ତୁ...

ବିବାହ ଉତ୍ସବରେ ଗୀତ ବଜାଇବାରୁ ୧୩ ଆଫଗାନବାସୀଙ୍କୁ  ହତ୍ୟାକଲେ ତାଲିବାନ ଆତଙ୍କୀ

author img

By

Published : Oct 31, 2021, 12:36 PM IST

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନର ରାଜ । ଆଫଗାନର ନଙ୍ଗରହାର ପ୍ରଦେଶରେ ଏକ ବିବାହ ଉତ୍ସବରେ ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ସେ ଟ୍ବିଟ କରି ଲେଖିଛନ୍ତି ଯେ ଏକ ବିବାହ ଉତ୍ସବରେ ଗୀତ ବଜାଇବାରୁ ତାଲିବାନ ଆତଙ୍କୀ ୧୩ ଆଫଗାନବାସୀଙ୍କୁ ହତ୍ୟା କରିଛନ୍ତି । ଆଉ ଏଥିପାଇଁ କେବଳ ପାକିସ୍ତାନ ହିଁ ଦାୟୀ । କାରଣ ଦୀର୍ଘ ୨୫ ବର୍ଷ ହେଲା ପାକିସ୍ତାନ ତାଲିବାନ ଆତଙ୍କୀଙ୍କୁ ତାଲିମ ଦେଇ ଆସୁଛି । ଯାହା ଫଳରେ ସେମାନେ ଆଫଗାନ ସଂସ୍କୃତିକୁ ଧ୍ବଂସ କରିବା ସହ ଆଫଗାନ ମାଟିକୁ କବଜା କରି ସେଠାରେ ଆଇଏସଆଇର କଠୋର ଶାସନ ଲାଗୁ କରିଛନ୍ତି । ଫଳରେ ଏବେ ତାଲିବାନ ଆଫଗାନରେ କ୍ଷମତାକୁ ଆସିବା ପରେ ନିଜର କଠୋର ଶାସନ ଆରମ୍ଭ କରି ନୀରିହ ଲୋକଙ୍କୁ ହତ୍ୟା କରିବା ସହ ଆଫଗାନବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିବା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

  • Taliban militiamen have massacred 13 persons to silence music in a wedding party in Nengarhar. We can't express our rage only by condemnation. For 25 years Pak trained them to kill Afg culture & replace it with ISI tailored fanaticism to control our soil. It is now in works. 1/2

    — Amrullah Saleh (@AmrullahSaleh2) October 30, 2021 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁଯାୟୀ ଆଫଗାନକୁ ତାଲିବାନ ନିଜ କବଜାକୁ ଆଣିବାପରେ ନିଜର କଠୋରପନ୍ଥୀ ନିୟମ ପୁନଃ ଲାଗୁ କରି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରିବା ସହ ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି ତାଲିବାନ ଆତଙ୍କୀ । ଆଫଗାନରେ ସଙ୍ଗୀତକୁ ତାଲିବାନ ନିଷେଦ୍ଧ କରିଥିବା ବେଳେ ଗତକାଲି ନଙ୍ଗରହାରର ଏକ ବିବାହ ଉତ୍ସବରେ ଗୀତ ବଜାଇ ନିୟମର ଉଲ୍ଲଂଘନ କରିଥିବାରୁ ୧୩ଜଣ ଆଫଗାନବାସୀଙ୍କୁ ଗୁଳି କରି ହତ୍ୟା କରିଥିଲେ ତାଲିବାନ ଆତଙ୍କୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.