ETV Bharat / international

36 ଆଫଗାନୀ ବନ୍ଦୀଙ୍କୁ ମୁକ୍ତ କଲା ତାଲିବାନ - ଆଫଗାନ ବନ୍ଦୀ ମୁକ୍ତ

ତାଲିବାନୀ ହେପାଜତରୁ 36 ଆଫଗାନ ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ । ଶନିବାର ଫାରହା ପ୍ରାନ୍ତରେ ଏହି ବନ୍ଦୀଙ୍କୁ ସୁରକ୍ଷା ବଳ ହାତରେ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

afghan detainees in taliban, us-taliban peace deal, afghan detainees freed, taliban-afghanistan detainees exchange, ତାଲିବାନରେ ଆଫଗାନୀ ବନ୍ଦୀ, ୟୁଏସ-ତାଲିବାନ ଶାନ୍ତି ଚୁକ୍ତି, ଆଫଗାନ ବନ୍ଦୀ ମୁକ୍ତ, ତାଲିବାନ-ଆଫଗାନିସ୍ତାନ ବନ୍ଦୀ ହସ୍ତାନ୍ତର
36 ଆଫଗାନୀ ବନ୍ଦୀଙ୍କୁ ମୁକ୍ତ କଲା ତାଲିବାନ
author img

By

Published : Jun 6, 2020, 11:57 PM IST

କାବୁଲ: ତାଲିବାନୀ ହେପାଜତରୁ 36 ଆଫଗାନ ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ । ଶନିବାର ଫାରହା ପ୍ରାନ୍ତରେ ଏହି ବନ୍ଦୀଙ୍କୁ ସୁରକ୍ଷା ବଳ ହାତରେ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଭୟ ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବନ୍ଦୀ ହସ୍ତାନ୍ତର ପ୍ରକ୍ରିୟାର ଏହା ଏକ ଅଂଶ ବୋଲି ତାଲିବାନ ସ୍ପଷ୍ଟ କରିଛି ।

ଫାରହା ପ୍ରାନ୍ତର ରାଜ୍ୟପାଳ ମହମ୍ମଦ ଶୁଐବ ସାବିତ ଏସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି କି ମୁକ୍ତ ହୋଇଥିବା ବନ୍ଦୀଙ୍କ ମଧ୍ୟରେ କେତେକ ସାଧାରଣ ନାଗରିକ ରହିଛନ୍ତି । ସେପଟେ ଫେବୃଆରୀ 29ରେ ଦୋହାଠାରେ ସ୍ବାକ୍ଷରିତ ୟୁଏସ- ତାଲିବାନ ଶାନ୍ତି ଚୁକ୍ତି ଆଧାରରେ ବନ୍ଦୀମାନଙ୍କୁ ଆଫଗାନ ହସ୍ତାନ୍ତର କରାଯାଉଛି । ଆଫଗାନରେ ଦୀର୍ଘଦିନ ଧରି ଚାଲିଆସିଥିବା ରାଜନୈତିକ ଯୁଦ୍ଧ ଓ ଦେଶ ଉପରେ ଆମେରିକାର ଅଧିକାର ହଟାଇବାକୁ ଯାଇ ଏହି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଏହି ଚୁକ୍ତି ଆଧାରରେ ଆଫଗାନିସ୍ତାନ ସରକାର 1000 ସୁରକ୍ଷାକର୍ମୀଙ୍କ ବଦଳରେ 5000 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିବାର ଯୋଜନା ରହିଛି । ଏବେ ସୁଦ୍ଧା ଆଫଗାନିସ୍ତାନ ସରକାର 2700 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିସାରିଥିବା ବେଳେ ତାଲିବାନ ଏଯାବତ୍‌ 420 ବନ୍ଦୀଙ୍କୁ ମୁକ୍ତ କରିସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.