ETV Bharat / international

ପଞ୍ଜଶୀରକୁ କବଜାକୁ ନେଲା ତାଲିବାନ ! - have taken full control of afghanistan

ପଞ୍ଜଶୀରକୁ ନିଜ କବଜାକୁ ନେଲା ତାଲିବାନ । ସପ୍ତାହ ବ୍ୟାପି ସଙ୍ଘର୍ଷ ପରେ ଗତକାଲି(ଶୁକ୍ରବାର) ପଞ୍ଜଶୀରକୁ ଦଖଲ କରିବା ସହ ସମଗ୍ର ଆଫଗାନିସ୍ତାନକୁ କାବୁ କରି ନେଇଛି ତାଲିବାନ । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ସପ୍ତାହ ବ୍ୟାପି ସଙ୍ଘର୍ଷ ପରେ ପଞ୍ଜଶୀରକୁ କବଜା କଲା ତାଲିବାନ

author img

By

Published : Sep 4, 2021, 8:23 AM IST

Updated : Sep 4, 2021, 9:04 AM IST

କାବୁଲ: ପଞ୍ଜଶୀରକୁ ନିଜ କବଜାକୁ ନେଲା ତାଲିବାନ । ସପ୍ତାହ ବ୍ୟାପି ସଙ୍ଘର୍ଷ ପରେ ଗତକାଲି(ଶୁକ୍ରବାର) ପଞ୍ଜଶୀରକୁ ଦଖଲ କରିବା ସହ ସମଗ୍ର ଆଫଗାନିସ୍ତାନକୁ କାବୁ କରି ନେଇଛି ତାଲିବାନ । ବର୍ତ୍ତମାନ ପର୍ଯ୍ୟନ୍ତ, 34ଟି ପ୍ରଦେଶ ମଧ୍ୟରୁ ପଞ୍ଜଶୀର ହିଁ ଆଫଗାନିସ୍ତାନର ଗୋଟିଏ ଅଞ୍ଚଳ ଥିଲା, ଯାହାକୁ ତାଲିବାନ କବଜା କରିପାରିନଥିଲା । ଏହି ପରିପ୍ରେକ୍ଷୀରେ ଜଣେ ତାଲିବାନ କମାଣ୍ଡର କହିଛନ୍ତି ଯେ, ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେଇଛୁ ।

ସଙ୍କଟ ସୃଷ୍ଟି କରୁଥିବା ବିରୋଧୀ ପରାସ୍ତ ହୋଇଛନ୍ତି ଏବଂ ପଞ୍ଜଶୀର ବର୍ତ୍ତମାନ ଆମ ଅଧୀନକୁ ଆସିଛି । ଅତୀତରେ ତାଲିବାନ ଦାବି କରିଥିଲା ​​ଯେ, ସେମାନଙ୍କର ସଂଗ୍ରାମୀମାନେ ପଞ୍ଜଶୀରର ଏକ ବଡ଼ ଅଂଶ ଦଖଲ କରିନେଇଛନ୍ତି, କିନ୍ତୁ ସେତେବେଳେ ମଧ୍ୟ ପଞ୍ଜଶୀର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା ।

ଏହି ସମୟରେ ଆଫଗାନିସ୍ତାନର ପଦଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ କୌଣସି ସ୍ଥାନକୁ ଲୁଚି ପଳାଇଯାଇ ନାହାଁନ୍ତି । ତାଙ୍କ ନାମରେ ମିଥ୍ୟା ଗୁଜବ ପ୍ରଚାର କରାଯାଉଛି । ତଥାପି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଏକ କଠିନ ପରିସ୍ଥିତିରେ ଅଛୁ । ତାଲିବାନ ଆକ୍ରମଣର ଶିକାର ହେଉଛୁ ।’

ଏହା ସହ ସେ ଟ୍ବିଟ କରି କପିଛନ୍ତି ଯେ, ଏବେ ବି ତାଲିବାନ ସହ ବିଦ୍ରୋହ ଜାରି ରହିଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ। ମୁଁ ମୋ ମାତୃଭୂମି ସହିତ, ମୋର ମାତୃଭୂମି ପାଇଁ ଏବଂ ଏହାର ସମ୍ମାନ ରକ୍ଷା କରିବାକୁ ଏଠାରେ ଅଛି । ଅନ୍ୟପଟେ ତାଙ୍କ ପୁଅ ଇବାଦୁଲ୍ଲା ସାଲେହ ଏକ ବାର୍ତ୍ତା ପଠାଇଛନ୍ତି ଯେ, ପଞ୍ଜଶୀର ଏବେ ବି ତାଲିବାନ କବଜାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 4, 2021, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.